ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଆରଟିଓ ଅଫିସରୁ ୪ ଜଣ ଦଲାଲ ଧରାପଡିଛନ୍ତି। ଲାଇସେନ୍ସ ପଞ୍ଜୀକରଣ, ରିନ୍ୟୁ, ଟିକସ ପୈଠ କରିବା ନାଁରେ ଲୋକଙ୍କୁ ସେମାନେ ଲୁଟୁଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ପାଖରୁ ୭ ଟି ଆରସି ବୁକ୍, ୧୨ ଟି ଡିଏଲ ୱେବ୍, ୮ ଟି ଲର୍ଣ୍ଣିଂ ଲାଇସେନ୍ସ ଜବତ କରାଯାଇଛି।
