Categories
ଆଜିର ଖବର ରାଜ୍ୟ ଖବର

ଜାରି ହେଲା ନୂଆ ଗାଇଡଲାଇନ: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ଯାଏଁ ଲାଗିବ ଜରିମାନା

ଭୁବନେଶ୍ବର: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା। ଜରିମାନା ପରିମାଣ ରାଜ୍ୟ ସରକାର ବଢାଇଛନ୍ତି। ପ୍ରଥମ ଦୁଇଥର ପାଇଁ ୨ ହଜାର ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିବା ବେଳେ ତୃତୀୟ ଥର ଧରାପଡିଲେ ୫ ହଜାର ଜରିମାନା ଦେବାକୁ ପଡିବ। କିନ୍ତୁ ପୂର୍ବରୁ ପ୍ରଥମ ଓ ଦ୍ଵିତୀୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ତେବେ ନୂଆ ଗାଇଡଲାଇନ ଅନୁସାରେ ଟ୍ଵିନ ସିଟିରେ ବିବାହ ଏବଂ ଶୁଦ୍ଧିକ୍ରିୟା ପାଇଁ କଟକଣା ଲାଗିଛି। ବିବାହ ଉତ୍ସବରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ରହିଥିବା ବେଳେ ଶୁଦ୍ଧାକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି।