ଭୁବନେଶ୍ବର: ମଣିଷର ମୁଖରେ ତାର ହୃଦୟ ଓ ମନର ଭାବନା ପରିପ୍ରକାଶ ହୁଏ। ସେଥିପାଇଁ ଭଗବାନ ନିଜ ସୃଷ୍ଟିର ପ୍ରତ୍ୟେକ ଜୀବକୁ ମୁହଁଟିଏ ଦେଇଛି। କିନ୍ତୁ ଯଦି ସେହି ମୁହଁ ଉପରେ ଗୋଟିଏ ମୁଖାର ଆବରଣ ପଡ଼ିଯାଏ, ତାହାଲେ ସେଇ ମନୁଷ୍ୟର ମନ ଭିତରେ ଥିବା ପ୍ରକୃତ ଭାବନା, ଚିନ୍ତାଧାରା ଲୁଚିଯାଏ। ଯାହାଫଳରେ ଜଣେ ମନୁଷ୍ୟ ଆଉ ଏକ ମନୁଷ୍ୟକୁ ଚିହ୍ନିବା କଷ୍ଟକର ହୋଇପଡ଼େ ଏବଂ କପଟ, ଛଳନା ଓ ଷଡ଼ଯନ୍ତ୍ରର ଶିକାର ହୁଏ।
ବର୍ତ୍ତମାନର ସମାଜରେ ପ୍ରତ୍ୟେକ ସ୍ଥାନରେ ଏହି ମୁଖାମାନେ ଭର୍ତ୍ତି ହୋଇଗଲେଣି ଏବଂ ଏହି ମୁଖାମାନଙ୍କ ପାଇଁ ସମାଜରେ ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଆମ ସମାଜ ଆମ ପୃଥିବୀକୁ ଧ୍ବଂସରୁ ବଞ୍ଚାଇବା ପାଇଁ ଏହି ମୁଖାମାନଙ୍କୁ ଖୋଜି ଖୋଜି ନିଆଁରେ ପୋଡ଼ିବାର ବର୍ତମାନ ସମୟ ଆସିଛି। ଏହିପରି ଏକ କାହାଣୀକୁ ନେଇ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ପରିବେଶିତ ହୋଇଛି ନାଟକ ମୁଖା the act of disguise.
ଏହି ନାଟକଟି ଭୁବନେଶ୍ବରର ସମ୍ରାଟ ସିଏ କଳାର ପୂଜାରୀ ଅନୁଷ୍ଠାନ ପରିବେଷଣ କରିଥିଲା। ସେହିପରି ନାଟକର ଅଭିକଳ୍ପ, ରଚନା, ଗୀତ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଶରତ ସମ୍ରାଟ। ଏଥିରେ ଯେଉଁମାନେ ଅଭିନୟ କରିଥିଲେ ସେମାନେ ହେଲେ ନିଜେ ଶରତ ସମ୍ରାଟ, ଦେବସ୍ମିତା, ପୂର୍ଣ୍ଣ ଚନ୍ଦ୍ର, ଅଶୋକ, ପ୍ରଦ୍ୟୁମ୍ନ, ବିଶ୍ୱଜିତ ତ୍ରିପାଠୀ, ଷ୍ଟାଲିନ, ନର୍ମଦା, ମୁରଲୀ ନାୟକ, ଲିଙ୍ଗରାଜ, ରୁଦ୍ର ବାସ୍ତବ ମିଶ୍ର , ବିବେକ, ବିଶ୍ୱଜିତ ସାହୁ, ଅନିରୁଦ୍ଧ, ଆଦର୍ଶ, ହିମାଂଶୁ, ଆନନ୍ଦ ଏବଂ ଅଜୟ। ଏହାର ସଂଗୀତ ବିନୟ, ସାଇ ଗଣେଶ ଦେଇଥିବା ବେଳେ ରୂପ ସଜା ଲୋକନାଥ ଏବଂ ଆଲୋକ ସଂପାଦନା କରିଥିଲେ ବିକାଶ।
ଏହି ନାଟକଟି ଦର୍ଶକମାନଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା।