Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ମାଲକାନଗିରିର କୋଟିପତି ଅଫିସରଙ୍କ ସହ ଚାରି ସହଯୋଗୀ, ମିଳିଲାଣି ଦୁଇ କୋଟି ଟଙ୍କା

ଭୁବନେଶ୍ବର: ଶେଷରେ ଗିରଫ ହେଲେ ମାଲକାନଗିରି ଜଳ ବିଭିଜିକା ପିଡି ତଥା ଉପନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ର। ଭିଜିଲାନସ ତାଙ୍କୁ ଗିରଫ କରିବା ସହିତ ତାଙ୍କର ଚାରି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ,ଅମୀୟକାନ୍ତ ସାହୁ ଏବଂ ଏକ ଜନସେବା କେନ୍ଦ୍ର ମୁଖ୍ୟ ଅଲେଖ ପ୍ରଧାନ।

ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ ଜେଠୱା। ସେ କହିଛନ୍ତି ଯେ, ଶ୍ରୀ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ଦୁଇ କୋଟି ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଫ୍ଲାଟ ଓ ଦାମୀ ପ୍ଲଟର ହିସାବ ଚାଲିଛି। ଏଥିସହିତ ଯେଉଁମାନେ ତାଙ୍କୁ ଏହି ବେଆଇନି କାର୍ଯ୍ୟରେ ସହଯୋଗ କରୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଯେତେବେଳେ ଗଂଜାମରେ ଚାକିରୀ କରୁଥିଲେ ସେତେବେଳେ ସେ ଜନସେବା କେନ୍ଦ୍ରର ଅଲେଖ ପ୍ରଧାନଙ୍କ ସହିତ ସଂପର୍କରେ ଥିଲେ। ସେତେବେଳେ ସେ ସବୁ ଲାଞ୍ଚ ପଇସା ସଂଗ୍ରହ କରି ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରୁଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାରବାର ଚାଲିଥିଲା। ତାଙ୍କ ଆକାଉଣ୍ଟରୁ ପ୍ରାୟ ଏକ କୋଟି ଟଙ୍କା ଶ୍ରୀ ମହାପାତ୍ରଙ୍କ ପାଖକୁ ପଠାଇଥିବାର ଜଣାପଡିଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

ତେବେ ଏମାନେ ଶ୍ରମିକଙ୍କ ଜାଲ ଆକାଉଣ୍ଟ କରି ସେମାନେ ପଇସା ହଡପ କରୁଥିଲେ ବୋଲି ଜଣାପଡିଛି। ଏମାନଙ୍କ ପାଖରୁ 35 ଟି ଶ୍ରମିକଙ୍କ ଆକଉଣ୍ଟ ଜବତ କରାଯାଇଛି। ଯାହା ଯାଞ୍ଚ କରାଯାଉଛି ବୋଲି ଶ୍ରୀ ଜେଠୱା କହିଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା କାମ ନ କରି ସେମାନେ ମିଳିତ ଭାବେ ବିଭିନ୍ନ ଶ୍ରମିକଙ୍କ ନାମରେ ଟଙ୍କା ଉଠାଇଛନ୍ତି। ଏ ସଂପର୍କରେ ଆହୁରି ଅଧିକ ତଦନ୍ତ ଚାଲିଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଗତକାଲି ରାତି ୧୨.୪୫ ମିନିଟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଶାନ୍ତନୁ ମହାପାତ୍ର ୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ। ସେ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍‌ ଜିଓଲୋଜି ଆଣ୍ଡ୍‌ ଜିଓଫିଜିକ୍ସ୍‍’ରେ ସ୍ନାତକ ହାସଲ କରିଥିଲେ। ସେ ଓଡ଼ିଶା ରାଜ୍ୟ ସରକାରଙ୍କ ‘ଡାଇରେକ୍ଟୋରେଟ୍‌ ଅଫ୍‌ ମାଇନିଙ୍ଗ୍‌ ଆଣ୍ଡ୍‌ ଜିଓଲୋଜି’ରେ ଯୋଗ ଦେଇ ପରବର୍ତ୍ତି ସମୟରେ ଏହାର ନିର୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।