ପୁରୀ: ଶ୍ରୀ ଜଗନ୍ନାଥଧାମର ବାଇ-ଲ’ ପ୍ରତ୍ୟାହାର ଘୋଷଣାକୁ ଗଜପତି ମହାରାଜା ସ୍ଵାଗତ କରିଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟସରକାରଙ୍କ ସହ ଆଲୋଚନା ପାଇଁ ଗଜପତି କେନ୍ଦ୍ର ସରକାରଙ୍କୁ କହିଲେ। ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ଭବ ହୋଇପାରି ବୋଲି ସେ କହିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍ଏମ୍ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ କୁ କେନ୍ଦ୍ର ସରକାର ଆଜି ପ୍ରତ୍ୟାହାର କରିଛନ୍ତି। ଏହି ପ୍ରସଙ୍ଗରେ ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ବିରୋଧ କରିଥିଲେ।