Categories
ଆଜିର ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରଭାବଶାଳୀ ସଚେତନତା ଅଭିଯାନ ସହିତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏହି ପଦକ୍ଷେପ ସଡ଼କରେ ନିଜର ତଥା ଅନ୍ୟମାନଙ୍କ ନିମନ୍ତେ ଯତ୍ନ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଛି। ଏକ ମାସ ବ୍ୟାପୀ ଏହି ସଚେତନତା ଅଭିଯାନକୁ ମାସର ପ୍ରାରମ୍ଭରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଓଡିଶା ମୁଖ୍ୟ ପ୍ରଦୀପ ରାଉତ ଶୁଭାରମ୍ଭ କରି ସଡକ ସୁରକ୍ଷା ଏବଂ ସୁରକ୍ଷିତ ଗାଡିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଜିଓ କର୍ମଚାରୀ, ସେମାନଙ୍କ ପରିବାର ଏବଂ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସଡ଼କ ସୁରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏହି ମାସବ୍ୟାପୀ ସଡକ ସୁରକ୍ଷା ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଅଭିଯାନରେ ଆଇଏସଆଇ ୪୧୫୧ ପ୍ରମାଣିତ ପୂର୍ଣ୍ଣ-ମୁଖ ହେଲମେଟ୍ ବ୍ୟବହାରକୁ ଉତ୍ସାହିତ କରିବା, ସିଟ୍ ବେଲ୍ଟର ନିରନ୍ତର ବ୍ୟବହାର ପାଇଁ ପରାମର୍ଶ ଦେବା, ଟ୍ରାଫିକ୍ ନିୟମ ଏବଂ ନିୟମାବଳୀ ପାଳନକୁ ଦୃଢ଼ କରିବା, କୌଣସି ସମୟରେ ମଦ୍ୟପାନ କରି ଗାଡ଼ି ନଚଲାଇବା, ଗତି ସୀମା ପାଳନ କରିବା, ଅନ୍ୟମନସ୍କତାକୁ ଏଡାଇବା, ଖରାପ ପାଗରେ ସତର୍କ ରହିବା ଏବଂ ନିୟମିତ ଭାବରେ ନିଜର ଯାନବାହନ ଯାଞ୍ଚ କରିବା ଭଳି ସଡ଼କ ସୁରକ୍ଷା ପ୍ରମୁଖ ନିୟମଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା।

ଏହି ଅତ୍ୟାବଶ୍ୟକ ଅଭ୍ୟାସଗୁଡ଼ି ଉପରେ ଆଲୋକପାତ କରି, ଜିଓ ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ଦାୟିତ୍ୱ ଏବଂ ସଚେତନତାର ସଂସ୍କୃତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଏବଂ ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ବାର୍ତ୍ତା ପ୍ରତି ଘରକୁ ପହଞ୍ଚାଇବା ପାଇଁ ପ୍ରୟାସ କରିଛି।

ଏହି ପଦକ୍ଷେପର ଏକ ଅଂଶ ଭାବରେ, ଜିଓ କର୍ମଚାରୀମାନଙ୍କ ଦ୍ୱାରା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାୟଗଡା, ଭବାନୀପାଟଣା, କେଉଁଝର, ଅନୁଗୁଳ /ନାଲକୋ, ସମ୍ବଲପୁର, ରାଉରକେଲା, ବାରିପଦା ଏବଂ ଭଦ୍ରକ ଆଦି ସହରରେ ସଚେତନତା ରୋଡ୍ ଶୋ ଆୟୋଜନ କରାଯିବା ସହ କୁଇଜ୍ ପ୍ରତିଯୋଗିତା, ସଡ଼କ ସୁରକ୍ଷା ପ୍ରତିଜ୍ଞା, ପୋଷ୍ଟର ଏବଂ ସ୍ଲୋଗାନ ପ୍ରତିଯୋଗିତା ଭଳି ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଅଂଶଗ୍ରହଣକାରୀମାନଙ୍କୁ ଅର୍ଥପୂର୍ଣ୍ଣ ଉପାୟରେ ସଚେତନ ଏବଂ ସାମିଲ କରିବା ପାଇଁ ପରିକଳ୍ପନା କରାଯାଇଥିବା ବିବିଧ କାର୍ଯ୍ୟକ୍ରମ ଉତ୍ସାହଜନକ ଅଂଶଗ୍ରହଣ ହାସଲ କରିଥିଲା।

ଏହି ଅଭିଯାନ ମାଧ୍ୟମରେ, ଜିଓ ‘ସୁରକ୍ଷିତ ରାସ୍ତା’ ବିଚାରଧାରାକୁ ପ୍ରୋତ୍ସାହିତ କରିବା ସହିତ ଏହାର କର୍ମଚାରୀ, ସେମାନଙ୍କ ପରିବାର ଏବଂ ବ୍ୟାପକ ସମାଜର ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି।

ଏହି ସଡ଼କ ସୁରକ୍ଷା ମାସରେ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରିବାର ପ୍ରତିବଦ୍ଧତା ସହିତ, ଏହି କ୍ଷେତ୍ରର ବିଶେଷଜ୍ଞ, ଫୋରମ୍ ଫର୍ ପ୍ରିଭେନ୍ସନ୍ ଅଫ୍ ରୋଡ୍ ସେଫ୍ଟିର ଡକ୍ଟର ବିକାଶ ମହାପାତ୍ର ଏବଂ ଅବସରପ୍ରାପ୍ତ କଟକ ଟ୍ରାଫିକ୍ ଡିସିପି କୃଷ୍ଣ ଚନ୍ଦ୍ର ସାମଲଙ୍କ ସହିତ ଏକ ସଡ଼କ ସୁରକ୍ଷା ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।  ବିଶେଷଜ୍ଞମାନେ ସାରା ରାଜ୍ୟର ଅଂଶଗ୍ରହଣକାରୀ ମାନଙ୍କୁ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ଏବଂ ଗୁରୁତ୍ୱପୂର୍ଣ୍ଣ ସତର୍କତାମୂଳକ ପଦକ୍ଷେପଗୁଡିକ ବିଷୟରେ ବୁଝାଇଥିଲେ।

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ଏକ ଅଂଶ ଭାବରେ, ଜିଓ ସମସ୍ତଙ୍କୁ ନିରାପଦ ଗାଡ଼ି ଚାଳନା ଅଭ୍ୟାସକୁ ଗ୍ରହଣ କରିବ ଏବଂ ଆମ ପ୍ରିୟଜନଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ହାତ ମିଳାଇବାକୁ ଆମନ୍ତ୍ରଣ କରୁଛି।

ନିରାପଦ ଗାଡ଼ି ଚାଳନା କରନ୍ତୁ, ସୁରକ୍ଷିତ ରୁହନ୍ତୁ!

Categories
ଆଜିର ଖବର ରାଜ୍ୟ ଖବର

ଡିଜିଟାଲ ଠକେଇ ନିରାକରଣ ନେଇ ସଚେତନତା ଅଭିଯାନ ଅନୁଷ୍ଠିତ

ନୂଆପଡ଼ା: ଖଡିଆଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କାର୍ଯ୍ୟାଳୟ ପରିସର ମଧ୍ୟରେ ଡିଜିଟାଲ ପେମେଣ୍ଟ ସଚେତନତା ଅଭିଯାନ ସହିତ, ୟୁପିଆଇ ଏବଂ ଡିଜିଟାଲ ଠକେଇ ନିରାକରଣ ନେଇ ଗ୍ରାହକ ଏବଂ ବ୍ୟାଙ୍କରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆଞ୍ଚଳିକ ପ୍ରବନ୍ଧକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବଲାଙ୍ଗୀର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଯୋଗ ଦେଇ ସଚେତନତା ଦ୍ବାରା ଗ୍ରାହକ ମାନେ ଅନେକ ଯୋଜନାର ସୁଫଳ ନେବା ସହ ଠକେଇରୁ ବଞ୍ଚିତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଲପ କେନ୍ଦ୍ର ସାଧାରଣ ପ୍ରବନ୍ଧକ ସମୀର ମୁଦୁଲି, ମାର୍ଚେଣ୍ଡ ବଣିକ ସଂଘ ସଭାପତି ରଶ୍ମି ରଞ୍ଜନ ଚଲାନ, ମାର୍ଚେଣ୍ଡ ବଣିକ ସଂଘ ସମ୍ପାଦକ ସମ୍ବିଦ ପଣ୍ଡା, ଖଡିଆଳ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଦିନେଶ କୁମାର ମିଶ୍ର ଆର ଏ ସି ସି ପ୍ରବନ୍ଧକ ଦେବାଶିଷ, ଆର୍ଥିକ ପରାମର୍ଶଦାତା ରମେଶ ଚନ୍ଦ୍ର ଠାକୁର ପ୍ରମୁଖ ଯୋଗ ଦେଇ ଆର୍ଥିକ ଉନ୍ନତି ଏବଂ ଆବିବୃଦ୍ଧି ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ସଦାବେଳେ ସହାୟତା ର ହାତ ବଢ଼ାଇଛି ବୋଲି ମତବ୍ୟକ୍ତ କରିଥିଲେ। ଖଡିଆଳ ସାର ବଡ ବ୍ୟବସାୟୀ ଏବଂ ଗ୍ରାହକ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଥ ଯାତ୍ରା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ତୀର୍ଥଯାତି ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି। ଏହି ମହୋତ୍ସବ ସମୟରେ ଯାତ୍ରୀ ମାନଙ୍କ ଯାତାୟାତର ଯେପରି କୌଣସି ଅସୁବିଧା ନହୁଏ ସେଠି ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିଛି ଯାହା ଅତ୍ୟଧିକ ଜନଗହଳିପୂର୍ଣ୍ଣ ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଈଓ ନିରାପତ୍ତା ପାଇଁ ସହାୟକ ହେବ।

ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ଫୁଟବୋର୍ଡ, ବଫର୍ କିମ୍ବା ଟ୍ରେନ୍ କମ୍ପାର୍ଟମେଣ୍ଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ହେଉଛି ରେଳବାଇର ସର୍ବୋଚ୍ଚ ପ୍ରାଥମିକତା। ପୂର୍ବତଟ ରେଳପଥ ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କୁ ମଧ୍ୟ କୌଣସି ଜ୍ୱଳନ୍ତ ଜିନିଷ ନ ନେବାକୁ, ଅପରିଚିତ ବ୍ୟକ୍ତିଙ୍କ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରିବା ଏବଂ ଅପ୍ରତ୍ୟାଶିତ ବ୍ୟାଗ କିମ୍ବା ସନ୍ଦେହଜନକ ଜିନିଷ ନଛୁଇଁବାକୁ ମଧ୍ୟ ପରାମର୍ଶ ଦେଉଛି।

ଯାତ୍ରୀମାନଙ୍କୁ ସଚେତନ କରିବା ବ୍ୟତୀତ, ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜନ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ନିରନ୍ତର ଯାତାୟାତ ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସଜାଗ ରହିବା, ସମସ୍ତ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ରଥ ଯାତ୍ରା ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ 315 ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି। ଏହି ଅତିରିକ୍ତ ଟ୍ରେନ ଗୁଡିକ ଗୁଣ୍ଡିଚା ଯାତ୍ରା, ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଏବଂ ଅଧରପଣା ଦିବସରେ ଯୋଗଦେଉଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁବିଧା ପ୍ରତି ଧ୍ୟାନ ଦିଆଯାଇ ଚଳାଚଳ କରାଯାଉଅଛି।

ଯାତ୍ରୀଙ୍କ ଯାତ୍ରା ସୁବିଧା ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ଯୋଗାଇ ଦେଇଛି। ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ କ୍ୟାଟରିଂ ସେବା, ପରିମଳ ସୁବିଧା, ଚିକିତ୍ସା ସହାୟତା ବୁଥ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଯାଇଛି।

ଅଧିକନ୍ତୁ, ପୂର୍ବତଟ ରେଳପଥ ମନ୍ଦିର ପ୍ରଶାସନ ସହିତ ଘନିଷ୍ଠ ସହଯୋଗ କରି ତାଲିମପ୍ରାପ୍ତ କର୍ମଚାରୀ ଏବଂ ରଥ ଯାତ୍ରା ଉତ୍ସବ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥାଏ। ପୂର୍ବତଟ ରେଳପଥ ସମସ୍ତ ତୀର୍ଥଯାତ୍ରୀଙ୍କୁ ରେଳ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରୋତ୍ସାହିତ କରୁଛି। ଆସନ୍ତୁ ସମସ୍ତେ ଏକାଠି ହୋଇ ଏହି ରଥ ଯାତ୍ରାକୁ ସମସ୍ତଙ୍କ ପାଇଁ ସ୍ମରଣୀୟ ଏବଂ ନିରାପଦ ଅନୁଭୂତି ନେବାପାଇଁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କୁ ନିବେଦନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ଅଭିଯାନ ଜାରି

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ଗୁଡ଼ିକର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ମଙ୍ଗଳବାର ସପ୍ତମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା କାଉଁରିକଳା ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ରୂପାନ୍ତରଣକାରୀ ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଯୋଜନାର ସମ୍ପୂର୍ଣ୍ଣ ପ୍ରସାର କ୍ଷେତ୍ରରେ ଏହି ଅଭିଯାନ ବିଶେଷ ସହାୟକ ହୋଇଛି। ସଂକଳ୍ପ ଯାତ୍ରା ଅନ୍ତର୍ଗତ ପଞ୍ଚାୟତରେ ମମତା ଯୋଜନା, ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା।

ଅନ୍ୟପଟେ ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଜାରି ରଖିଛି। ମଙ୍ଗଳବାର ମୋଟୁ ଗ୍ରାମ ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ଏଥିପୂର୍ବରୁ ଆଦିବାସୀ ସମୁଦାୟର ଲୋକମାନେ ସଂକଳ୍ପ ଯାତ୍ରାକୁ ପାରମ୍ପରିକ ବାଦ୍ୟ ବଜାଇ ସ୍ୱାଗତ କରିଥିଲେ। ଏହି ଅବସରରେ ପୁଷ୍ଟିକର ଖାଦ୍ୟସାମଗ୍ରୀ ମେଳା ଆୟୋଜନ କରାଯାଇଥିଲା।

 

କନ୍ଧମାଳ ଜିଲ୍ଲା ରାଇକିଆରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସ୍ଥାନୀୟ ହିତାଧିକାରୀମାନେ ପିଏମ୍‌ କିସାନ୍‌ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଦି ସମ୍ପର୍କରେ ସେମାନଙ୍କର ଅନୁଭୂତି କହିଥିଲେ। ଏସବୁ ଯୋଜନାର ସୁଫଳ ପାଉଥିବାରୁ ସେମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ହିତାଧିକାରୀଙ୍କ ସକାରାତ୍ମକ ପ୍ରତିକ୍ରିୟାରୁ ସରକାରୀ ଯୋଜନାର ରୂପାନ୍ତରଣକାରୀ ପ୍ରଭାବ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଥିଲା। ରାଇକିଆ ବିଡିଓ ସୀମାଞ୍ଚଳ ମଣ୍ଡଳ ବେରେଡାକିଆ ପଞ୍ଚାୟତ ପରିସରରେ ଆୟୋଜିତ ସଂକଳ୍ପ ଯାତ୍ରାରେ ସମସ୍ତଙ୍କୁ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ ହିତାଧିକାରୀ ଯୋଗ ଦେଇ ପାରମ୍ପରିକ ଲୋକନୃତ୍ୟ ସହ ସଂକଳ୍ପ ଯାତ୍ରାର ସଚେତନତାକୁ ସ୍ୱାଗତ ଜଣାଇଥିଲେ।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ଗ୍ରାମପଞ୍ଚାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ।ହିତାଧିକାରୀମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଇକୋରୋ ପକ୍ଷରୁ ସଚେତନତା ଅଭିଯାନ “ଏକ ଦସ୍ତକ” ର ଶୁଭାରମ୍ଭ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟମାନେ ସଂଗଠନର ସଭାପତି ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଏକ ସଚେତନତା ଅଭିଯାନ “ଏକ ଦସ୍ତକ” ପ୍ରାରମ୍ଭ କରିଛନ୍ତି। ଯେଉଁଥିରେ ସମାଜର ଆର୍ଥିକ ସ୍ୱଚ୍ଛଳ ନଥିବା ଓ ଦୁର୍ବଳବର୍ଗର ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପ୍ରତି ସଚେତନତା କରାଯାଇ ପାରିବ। ଆର୍ଥିକ ସ୍ୱଚ୍ଛଳ ନଥିବା ଓ ଦୁର୍ବଳବର୍ଗର ମହିଳାମାନଙ୍କୁ ସଚେତନତା କରାଇବା ପାଇଁ ଶ୍ରୀମତୀ ଶର୍ମା ଏବଂ ଇକୋରୋର ସଦସ୍ୟମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଛନ୍ତି,

Categories
ଆଜିର ଖବର ଜାତୀୟ ଖବର

ଟ୍ରକ ଡ୍ରାଇଭରଙ୍କ ପାଇଁ ସରକାର ଆଣିବେ ଆଇନ: ଜାଣନ୍ତୁ ବ୍ୟବସ୍ଥା ବିଷୟରେ କ’ଣ କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଟ୍ରକ ଡ୍ରାଇଭରମାନଙ୍କର କାର୍ଯ୍ୟ ସମୟ ସ୍ଥିର କରିବା ପାଇଁ ଏକ ଆଇନ ଅଣାଯିବ। କାରଣ ୨୦୨୫ ବର୍ଷ ଶେଷ ପୂର୍ବରୁ ସଡ଼କ ଦୁର୍ଘଟଣାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଉଦ୍ୟମ କରାଯାଉଛି।

ସଡକ ସୁରକ୍ଷା ସପ୍ତାହରେ ଏକ ଜନସମ୍ପର୍କ ଅଭିଯାନରେ ଅଂଶଗ୍ରହଣ କରି ‘ସଡକ ସୁରକ୍ଷା ଅଭିଯାନ’ ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଡକ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ଏବଂ ଇଞ୍ଜିନିୟରିଂ, ଏନଫୋର୍ସମେଣ୍ଟ, ଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

ଟ୍ରକ ଡ୍ରାଇଭରଙ୍କ ପାଇଁ ଆଇନ ଅଣାଯିବ:

ସରକାରୀ ବିବୃତ୍ତି ଅନୁଯାୟୀ ମନ୍ତ୍ରୀ କହିଛନ୍ତି ଯେ, ଟ୍ରକ ଡ୍ରାଇଭରମାନଙ୍କ କାର୍ଯ୍ୟ ସମୟ ସ୍ଥିର କରିବା ପାଇଁ ଏକ ଆଇନ ଅଣାଯିବ। ଏହି ବର୍ଷ ‘ସମସ୍ତଙ୍କ ପାଇଁ ନିରାପଦ ରାସ୍ତା’ ପ୍ରଚାର କରିବା ପାଇଁ ମନ୍ତ୍ରଣାଳୟ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛତା ପଖୱାଡା ଅଧୀନରେ ସଡକ ସୁରକ୍ଷା ସପ୍ତାହ (RSWM) ପାଳନ କରିଥିଲା।

ସଚେତନତା ଅଭିଯାନ ଉପରେ ବିଶେଷ ଧ୍ୟାନ:

ଏହି ସପ୍ତାହରେ ମନ୍ତ୍ରଣାଳୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ‘ପଥ ପ୍ରାନ୍ତ ନାଟକ’, ସମ୍ବେଦନଶୀଳ ଅଭିଯାନ, ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା, ସଡ଼କ ସୁରକ୍ଷା ପ୍ରଦର୍ଶନୀ, ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ୟାନେଲ୍ ଆଲୋଚନା ସହିତ ଆୟୋଜନ କରିଥିଲା।

ଏଥିସହ, NHAI, NHIDCL ଇତ୍ୟାଦି ସଡକ ମାଲିକାନା ସଂସ୍ଥା ଟ୍ରାଫିକ୍ ନିୟମାବଳୀ, ପଥଚାରୀଙ୍କ ସୁରକ୍ଷା, ଟୋଲ୍ ପ୍ଲାଜାରେ ଡ୍ରାଇଭରମାନଙ୍କ ପାଇଁ ଦ୍ରୁଷ୍ଟି ପରୀକ୍ଷା କ୍ୟାମ୍ପ ଏବଂ ରୋଡ୍ ଇଞ୍ଜିନିୟରିଂ ସହ ଜଡିତ ଅନ୍ୟାନ୍ୟ ଅଭିଯାନ ଚଲାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ଆରମ୍ଭ ହେଲା ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକରେ ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକ ସିଡ଼ିପିଓ ସରୋଜ ବାଳା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ପ୍ରତି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ଉକ୍ତ ଅଭିଯାନ। ଗତକାଲି ବାଣପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭେଟେଶ୍ୱର, ଗମ୍ଭାରୀମୁଣ୍ଡା, ଓଡ଼ଗାଁ ଏବଂ ନାଚୁଣୀ ପଞ୍ଚାୟତରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମସ୍ତ ପଞ୍ଚାୟତରେ ନିଜ ନିଜ ପଞ୍ଚାୟତର ଅଙ୍ଗନବାଡି, ଆଶା କର୍ମୀ ଏବଂ ସୁପରଭାଇଜର ଓ ସ୍ଥାନୀୟ ବିଦ୍ୟାର୍ଥୀମାନେ ସଚେତନତା ରାଲିରେ ଭାଗ ନେଇ ବାଲ୍ୟ ବିବାହ ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଗ୍ରାମବାସି ଙ୍କୁ ବୁଝାଇଥିଲେ। ଯଦି କେହି ଏହାକୁ ଖିଲାପ କରି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଚାଇଲଡଲାଇନ ବିଭାଗ, ସିଡ଼ିପିଓ କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଉକ୍ତ ରାଲିରେ ନିବେଦନ କରାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ଅବଶିଷ୍ଟ ପଞ୍ଚାୟତ ଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସିଡ଼ିପିଓ ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।