Categories
ଆଞ୍ଚଳିକ

ବାଣପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଡାଙ୍ଗୁଆ ଗ୍ରାମର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ (୩୦) ବାଇକ ଯୋଗେ ନାଭାଲ ଅଭିମୁଖେ ଯାଉଥିବା ବେଳେ ଏକ କ୍ରେଟା କାର (ଗାଡି ନଂ- ଓଡ଼ି ୦୧ ଏଜେ ୫୩୫୪) ବାଇକକୁ ପଛ ପାର୍ଶ୍ୱରୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଶ୍ରୀ ସ୍ବାଇଁ ବାଇକରୁ ଛିଟିକି ରାସ୍ତା ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଦ୍ୟୁମ୍ନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ପ୍ରଦ୍ୟୁମ୍ନଙ୍କ ବାମ ହାତ, ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ଆଶୁଚିକିତ୍ସା କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବାସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଧର୍ମଗଡ଼ରେ ସଡକ ଦୁର୍ଘଟଣା, ଦୁଇ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ 2 ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି୤ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Categories
ଆଞ୍ଚଳିକ

ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡି ଚାଳକ ଚମ୍ପଟ ମାରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ଆସ୍କାରୁ ଭୁବନେଶ୍ୱର ଅଭିମୁଖେ ନମସ୍କାର ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର (ଗାଡି ନଂ ଏପି ୩୭ ଟିଡି ୬୧୭୯) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଯାହାଫଳରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ରାସ୍ତା ପାର୍ଶ୍ଵରେ ଥିବା ଗଛ ଯୋଗୁଁ ଲଟକି ରହିଥିଲା।

ଖବର ପାଇ ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ଓ ଟିମ, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଥିବା ବେଳେ ଆହତ ୮ ଜଣ ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସେତେଟା ଗୁରୁତର ନଥିବାରୁ ଆଶୁଚିକିତ୍ସା କରି ପଠାଇ ଦିଆଯାଇଛି। ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୌଡା ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡାରେ ସଡ଼କ ଦୁର୍ଘଟଣା ଘଟି ଯୁବକଙ୍କ ପ୍ରାଣହାନୀ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଆଜି ସଂନ୍ଧ୍ୟାରେ ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ସ୍କୁଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଢ଼େଙ୍କନାଳ ଜିଲ୍ଲା ରାସଳୋ ଥାନା ଅନ୍ତର୍ଗତ ହିଲିସର ଗ୍ରାମର ଚନ୍ଦନ ଦେହୁରୀ (୨୨) ବୋଲି ଜଣାପଡିଛି।

ସୂଚନା ମୁତାବକ ଦେଙ୍କନାଳ ଅଞ୍ଚଳର କିରଣ ଟେଣ୍ଟ ହାଉସ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ବିବାହ ଭୋଜି ନିମନ୍ତେ ଟେଣ୍ଟ କାର୍ଯ୍ୟ କରିବାକୁ ଠିକା ନେଇଥିଲେ। ମୃତକ ଚନ୍ଦନ ଉକ୍ତ ଟେଣ୍ଟ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ତେବେ ଟେଣ୍ଟ କାର୍ଯ୍ୟ ସାରି ଚନ୍ଦନ ନିକଟସ୍ଥ ବିଲ ମଧ୍ୟରେ ଶୋଇ ପଡ଼ିଥିବା ବେଳେ କ୍ୟାଟରିଙ୍ଗ ପାଇଁ ଆସିଥିବା ଏକ ୧୧୦୯ ଗାଡିଟି ବୁଲେଇଲା ବେଳେ ଅସାବଧାନତାବଶତଃ ଚନ୍ଦନଙ୍କ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଚନ୍ଦନ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସାଥିରେ ଥିବା ଅନ୍ୟ ସହଯୋଗୀ ମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତରଖାନାରେ ଚନ୍ଦନ ମୃତ୍ୟୁବରଣ କରିଥିବା ଡାକ୍ତର ଏ. କେ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଂଚିଥିବାବେଳେ ମାମଲାକୁ ନାଚୁଣୀ ଥାନାକୁ ହସ୍ତାନ୍ତର କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ସଡ଼କ ଦୁର୍ଘଟଣା: ଟ୍ରକ ଏବଂ ବସ୍ ଧକ୍କାରେ ୧୪ ମୃତ, ୨୭ ଗୁରୁତର

ଗୌହାଟି: ଆସାମର ଡେରଗାଓଁରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ସକାଳେ ୪୫ ଜଣ ଲୋକଙ୍କୁ ନେଇ ଯାଉଥିବା ବସ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ବସ୍‌ରେ ଫସି ରହିଥିବା ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଆଜି ସକାଳ ପ୍ରାୟ ୫ ଟା ସମୟରେ ଆସାମର ଗୋଲାଘାଟ ଜିଲ୍ଲାର ଡେରଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। ବସ୍‌ରେ ଥିବା ସମସ୍ତ ୪୫ ଜଣ ପିକନିକ୍ କରିବାକୁ ଯାଉଥିଲେ। ସମସ୍ତଙ୍କୁ ତିନସୁକିଆର ତିଲିଙ୍ଗା ମନ୍ଦିରକୁ ଯିବାର ଥିଲା। କିନ୍ତୁ ବାଟରେ ଡେରାଗାଓଁରେ ବସ୍ ଆଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଯାନର ଗତି ବହୁତ ଅଧିକ ଥିଲା ଯେଉଁଥିପାଇଁ ବସର ଆଗ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ଭିତରେ ବସିଥିବା ୧୪ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ନୂଆଗଡ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ତିନି ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନୂଆ ବର୍ଷରେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଏବଂ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ଠାରେ ଆଇରନ ବୋଝେଇ ଟ୍ରକ ଟି କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

‘ମଧ୍ୟପ୍ରଦେଶର ଗୁନାରେ ହୋଇଥିବା ସଡ଼କ ଦୁର୍ଘଟଣା ହୃଦୟବିଦାରକ। ଏଥିରେ ଯେଉଁମାନେ ନିଜ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି। ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କ ସବୁପ୍ରକାର ସହଯୋଗରେ ଲାଗିଛି: ପ୍ରଧାନମନ୍ତ୍ରୀ’।

Categories
ଆଜିର ଖବର ରାଜ୍ୟ ଖବର

ଭୋଜି କରି ଘରକୁ ଫେରୁଥିବା ସମୟରେ ଟ୍ରଲର ଧକ୍କାରେ ୨ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ ହୋଇଛି। ମୃତକ ଦୁହେଁ ହେଲେ ରେଢାଖୋଲ ସହର ରାଜବାଟି ସାହିର ଶୁଭେନ୍ଦୁ ସାହୁ (ଜୁଲୁ) ଓ ରଥାସାହିର ଶ୍ୟାମସୁନ୍ଦର ଭିତିରିଆ (ଚଗଲୁ) ବୋଲି ଜଣା ପଡିଛି।

ପ୍ରକାଶ ଯେ, ଆଜି ରେଢାଖୋଲ ସହରର ଶୁଭେନ୍ଦୁ ଓ ଶ୍ୟାମସୁନ୍ଦର ସାଙ୍ଗମାନଙ୍କ ସହ ସରପାଲ ଜୋରକୁ ଭୋଜି କରିଯାଇଥିଲେ। ହେଲେ ଭୋଜି ଖାଇ ସାରି ଡିଜେ ବଜାଇ ନାଚଗୀତ ସାରି ସନ୍ଧ୍ୟା ସମୟରେ ଏକ ବୁଲେଟ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ରେଢାଖୋଲ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଅନ୍ୟଏକ ଗାଡ଼ିକୁ ଓଭରର୍ଟେକ୍ କରୁଥିବା ସମୟରେ ସମ୍ମୁଖରରୁ ଏକ ଟ୍ରଲର ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା , ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା। ଦୁହିଁଙ୍କୁ ଟ୍ରଲର ଧକ୍କା ଦେଇ ଫେରାର ହୋଇଯାଇଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ସମୟ ରାସ୍ତା ରୋକ କରିଥିଲେ ସ୍ଥାନୀୟ ଜନସାଧାରଣ। ଘଟଣା ସ୍ଥଳରେ ରେଢାଖୋଲ ଉପଜିଲ୍ଲାପାଳ ରେଢାଖୋଲ ଏସଡି ପିଓ ପହଂଚି ଲୋକ ମାନଙ୍କୁ ବୁଝା ସୁଝା ପରେ ରାସ୍ତାରୋକ ବନ୍ଦ ହୋଇଥିଲା। ଉଭୟ ପାର୍ଶ୍ବରେ ଶହ ଶହ ଯାନ ବାହାନ ଅଟକି ରହିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ ଚାଳକଙ୍କ ମୃତ୍ୟୁ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘିଟିଛି। ମୃତ ବାଇକ ଚାଳକଙ୍କ ନାମ ମନୋଜ କୁମାର ମଲିକ (୨୫) ଏବଂ ତାଙ୍କର ଘର ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳରେ ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ, ମନୋଜ ନିଜର ଜଣେ ବନ୍ଧୁଙ୍କ ସହ ବାଙ୍ଗାଲୋରରୁ ନିଜ ଘର ମାର୍କୋଣା ଆସୁଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ତାଙ୍କ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରେନ ମଧ୍ୟରେ ଗଳି ପଡ଼ିଥିଲା। ଫଳରେ ମନୋଜଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା।

ମନୋଜଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ମନୋଜଙ୍କ ବନ୍ଧୁ ହେଲମେଣ୍ଟ ପିନ୍ଧି ଥିବାରୁ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣା ପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଘଟଗାଁ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।  ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏକ ଭ୍ୟାନ୍‌ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

ଏହି ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ କନେଷ୍ଟବଳ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ମୃତ କନେଷ୍ଟବଳଙ୍କର ନାମ ବିନୋଦ କହଁର। ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ।

ସୂଚନା ମୁତାବକ ବିନୋଦ କାମ ସାରି ବାଇକ ଯୋଗେ ଟାଙ୍ଗୀ ଫେରୁଥିଲେ। ରାମେଶ୍ଵର ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଟ୍ରକ୍ ଧକ୍କାରେ ବସ ଚାଳକ ସମେତ ମୋଟ ୩ ମୃତ, ହେଲ୍ପର ଗୁରୁତର

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ – ଅନୁଗୋଳ ସୀମାବର୍ତ୍ତି ବରଗାପାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ବସ ଚକା ସଜଡା ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣଙ୍କ ଉପରେ ଚଢି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଖବରରରୁ ପ୍ରକାଶ ଯେ, ପ୍ରାଚୀ ନାମକ ବସ୍ ସୁନ୍ଦରଗଡ଼ରୁ ବାହାରି ଭୁବନେଶ୍ୱର ଯାଉଥିବା ବେଳେ ରେଢାଖୋଲ ସୀମନ୍ତରେ ବିଳମ୍ବିତ ରାତିରେ ଚକା ପମ୍ପଚର୍ ହୋଇ ଯାଇଥିଲା।  ଡ୍ରାଇଭର, ହେଲପର ମିଶି ବସ୍ ଚକ ସଜାଡୁ ଥିବା ବେଳେ କେତେକ ଯାତ୍ରୀ ବସ ଭିତରୁ ବାହାରି ବସ ପାଖରେ ଠିଆ ହୋଇ ଥିଲେ। ଅନୁଗୋଳରୁ ଦୃତ ବେଗରେ ରେଢ଼ାଖୋଲ ପଟକୁ ଆସୁ ଥିବା ଏକ ଟ୍ରକ୍ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା।

ଏହି ଟ୍ରକ୍ ଦୃତ ବେଗରେ ଆସି ଧକ୍କା ଦେବାରୁ ବସ ଡ୍ରାଇଭରଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ବସ ହେଲପର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମୃତକ ମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ବସ ଡ୍ରାଇଭର ଘନଶ୍ୟାମ ବାରିକ, ବସ ଯାତ୍ରୀ ଝାରସୁଗୁଡ଼ା ଜିଲ୍ଲା ସୁଲେହି ଗ୍ରାମର ନାରାୟଣ ନାଏକ ଓ ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ। ଗୁରୁତର ଆହତ ହୋଇ ଥିବା ବସ୍ ହେଲପର କଟକ ଜିଲ୍ଲା ବଡମ୍ବାର ତ୍ରିଲୋଚନ ନାଏକ ବୋଲି ଜଣା ପଡିଛି।

ଗୁରୁତର ଆହତ ହୋଇ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ କଟକ ବଡଡାକ୍ତରଖାନାକୁ ନେଇଥିବା ଜଣାପଡିଛି।  ମୃତ ଆନନ୍ଦଙ୍କ ମୃତ ଦେହ ଅନୁଗୋଳ ଜିଲ୍ଲା ରାଜକିଶୋରନଗର ଡାକ୍ତରଖାନାରେ ଥିବା ବେଳେ ମୃତ ଘନଶ୍ୟାମ ବାରିକ ଓ ନାରାୟଣ ନାଏକ ଙ୍କ ମୃତ ଦେହ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ା ଦୁର୍ଘଟଣା ଘଟାଇଥିବା ଟ୍ରକ୍ ର ପତ୍ତା ପୋଲିସ୍ ପାଇ ନଥିବା ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର

ନୈନିତାଲରେ ବଡ ସଡକ ଦୁର୍ଘଟଣା, ଘାଟିରେ ଜିପ୍ ଖସି ୭ ମୃତ

ନୂଆଦିଲ୍ଲୀ: ଆଜି ସକାଳେ ନୈନିତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗ୍ରାମ ନିକଟରେ ଏକ ଜିପ ୫୦୦ ମିଟର ଘାଟିରେ ଖସିପଡିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହାର କ୍ଷମତା ଅପେକ୍ଷା ଜିପ୍‌ରେ ଅଧିକ ଲୋକ ଥିଲେ। ଡ୍ରାଇଭର ଜିପ୍ ଉପରେ ନିୟନ୍ତ୍ରଣ ହରାଇଲା ପରେ ଜିପ୍ ଏକ ଗଭୀର ଖାଲରେ ପଡ଼ିଯାଇଥିଲା।

ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣା ବେଳେ ଗାଡି ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଉଛି। ସକାଳ ୮ ଟା ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରୁ ହରିଦ୍ୱାରକୁ ଯାଉଥିବା ଟ୍ରକ ସହିତ କାରର ମୁହାଁମୁହିଁ ଧକ୍କା: ୬ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଏକ କାର ଓ ଟ୍ରକ ମୁହାଁମୁହିଁ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସମସ୍ତ କାର ଆରୋହୀ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ। ଏହି ଘଟଣା ଛପାର ପୋଲିସ ଷ୍ଟେସନ ଅଞ୍ଚଳରେ ୫୮ ନମ୍ବର ଜାତୀୟ ରାଜପଥ ଉପରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟି ପଛପଟୁ ଧକ୍କା ଦେଇଥିଲା। କାର ଏବଂ ଟ୍ରକ ମଧ୍ୟରେ ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, କାରର ଏକ ଅଂଶ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କାରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଦୁର୍ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ପଟେଲଙ୍କ କାର ଦୁର୍ଘଟଣାର ଶିକାର: ଜଣେ ମୃତ, ୫ ଆହତ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ବିଜେପିର ତାରକା ପ୍ରଚାରକ ତଥା ନରସିଂହପୁରର ବିଜେପି ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଅମରୱାଡା ନିକଟରେ ଛିନ୍ଦୱାଡା ଠାରୁ ନରସିଂହପୁରକୁ ଆସୁଥିବା ବେଳେ ଘଟିଛି। କୁହାଯାଉଛି ଯେ, ଭୁଲ ପାର୍ଶ୍ୱରୁ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଚାରି ରୁ ପାଞ୍ଚ ଜଣ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ପ୍ରହ୍ଲାଦ ପଟେଲ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ଜଣେ ଶିକ୍ଷକଙ୍କ ମୃତ୍ୟୁ:

ଏହି ସଡକ ଦୁର୍ଘଟଣାରେ ମୋଟରସାଇକେଲରେ ବସିଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଛିନ୍ଦୱାଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ କେନ୍ଦ୍ର ମନ୍ତ୍ରୀ ପଟେଲଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିପଦର ଘଣ୍ଟି, ଏହି ସମୟରେ ଦେଶରେ ଘଟୁଛି ଅଧିକାଂଶ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶର ରାସ୍ତାରେ ଅଧିକ ସତର୍କ ରୁହନ୍ତୁ କାରଣ ପ୍ରତିଦିନର ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ମାରାତ୍ମକ ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ମଧ୍ୟ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମୟ ସବୁଠାରୁ ବିପଜ୍ଜନକ ହେବାରେ ଲାଗିଛି। ୨୦୨୨ରେ ଭାରତରେ ସଡ଼କ ଦୁର୍ଘଟଣାକୁ ନେଇ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରଣାଳୟଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟର ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି। ଏହା ଅନୁଯାୟୀ, ଦେଶରେ ସମୁଦାୟ ସଡ଼କ ଦୁର୍ଘଟଣାର ୩୭ ପ୍ରତିଶତରୁ ଅଧିକ କେବଳ ଏହି ସମୟରେ ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟିଥାଏ। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ନଚେତ୍ ସେହି ସମୟ ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି ସମୟ ନାହିଁ।

ଏହି ସମୟରେ ଏହା ଅଧିକ ବିପଦରେ କାହିଁକି?

ବିଶେଷଜ୍ଞମାନେ ଏହା ପଛରେ ଅନେକ କାରଣ ଦର୍ଶାଇଛନ୍ତି। ସବୁଠାରୁ ବଡ଼ କାରଣ ହେଉଛି ଅଧିକାଂଶ ଲୋକ କାମ ସାରି ଘରକୁ ଫେରୁଛନ୍ତି। ଯେଉଁଥିପାଇଁ ଏହି ସମୟରେ ରାସ୍ତାରେ ସର୍ବାଧିକ ଟ୍ରାଫିକ୍ ହୋଇଥାଏ। ତେବେ ଡ୍ୟୁଟି ସମୟ ବିଷୟରେ କହିବାକୁ ଗଲେ ଲୋକମାନେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଡ୍ୟୁଟି ଓ ନିଜ ନିଜ କାମରେ ଯାଆନ୍ତି। କିନ୍ତୁ ଏହି ସମୟରେ ମାତ୍ର ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟିଛି। ବିଶେଷଜ୍ଞଙ୍କ ମତରେ ଅନେକ ଲୋକ ସନ୍ଧ୍ୟାରେ ମଦ୍ୟପାନ କରି ସକାଳ ଅପେକ୍ଷା ବେପରୁଆଭାବେ ଗାଡି ଚଳାନ୍ତି, ଯାହା ଦ୍ୱାରା ଅଧିକ ଦୁର୍ଘଟଣା ଘଟୁଛି।

ମଧ୍ୟରାତ୍ରିରୁ ସକାଳ ୬ଟା ପର୍ଯ୍ୟନ୍ତ ସବୁଠାରୁ ସୁରକ୍ଷିତ

ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାସ୍ତାରେ ଚାଲିବା ପାଇଁ ସବୁଠାରୁ ସୁରକ୍ଷିତ ସମୟ ଥିଲା। ତେବେ ଏହାର ଅର୍ଥ ନୁହେଁ ଯେ ଏହି ସମୟରେ କୌଣସି ସଡ଼କ ଦୁର୍ଘଟଣା ଘଟିନଥିଲା ଏବଂ ଲୋକମାନେ ପ୍ରାଣ ହରାଇନଥିଲେ। ତେବେ ଅନ୍ୟ ସମୟ ତୁଳନାରେ ରାତିର ଏହି ସମୟ ମଧ୍ୟରେ ପ୍ରାୟ ୫ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟିଛି, ଯାହା କି ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ସଡ଼କ ଦୁର୍ଘଟଣାର ଏକ ଚତୁର୍ଥାଂଶ।

ମଇ ମାସରେ ସବୁଠାରୁ ଅଧିକ ଦୁର୍ଘଟଣା

କରୋନା ମହାମାରୀର ୨୦୨୦ ଓ ୨୦୨୧କୁ ବାଦ୍ ଦେଲେ ମେ ମାସରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ଚଳିତ ମାସରେ ସବୁଠାରୁ ମାରାତ୍ମକ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଲୋକମାନେ ସମୟର ଶିକାର ହେଉଛନ୍ତି। ପ୍ରତିବର୍ଷ ମେ ମାସରେ ସଡ଼କ ଦୁର୍ଘଟଣାର ଝଡ଼ ଆସୁଛି। ୨୦୨୨ ମେ ମାସରେ ୪୩,୩୦୭ ସଡ଼କ ଦୁର୍ଘଟଣାରେ ୧୬,୭୯୧ ଜଣ ପ୍ରାଣ ହରାଇଥିଲେ। ମେ’ ମାସ ପରେ ମାର୍ଚ୍ଚ, ଜୁନ୍, ଡିସେମ୍ବର ଓ ଏପ୍ରିଲ ମାସରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟିଛି। ବର୍ଷର ଏହି ପାଞ୍ଚ ମାସ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଛୁଟି କିମ୍ବା ଲୋକମାନେ ବୁଲିବା କିମ୍ବା କିଛି କାମ କରିବାକୁ ଯାଉଥିବାରୁ ରାସ୍ତାରେ ଅଧିକ ଭିଡ଼ ହେଉଥିଲା। ଯେଉଁଥିପାଇଁ ଅଧିକ ଦୁର୍ଘଟଣା ଘଟିଥିଲା। ଏଥିରେ ମଧ୍ୟ ମେ ମାସ ରାସ୍ତାରେ ଚାଲୁଥିବା ଲୋକଙ୍କ ନିଶ୍ୱାସ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଛି।

ଯାହାଦ୍ୱାରା ଆମେ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇ ପାରିବା

ଦେଶର ସମସ୍ତ ରାସ୍ତାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ୨୦୨୨ରେ ଦେଶରେ ରେକର୍ଡ ୧,୬୮,୪୯୧ ମୃତ୍ୟୁ ପରେ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ସମସ୍ତ ରାଜ୍ୟ ସରକାର ଏ ଦିଗରେ ଅଧିକ ଗମ୍ଭୀରତାର ସହ କାର୍ଯ୍ୟ କରିବା ର ଆବଶ୍ୟକତା ରହିଛି। ପ୍ରତିବର୍ଷ ଏହି ପରିସଂଖ୍ୟାନ ସାମ୍ନାକୁ ଆସିଥାଏ ଯେଉଁଥିରେ ସଡ଼କ ଦୁର୍ଘଟଣାର ଘଟଣା ଏବଂ ଏହାର ଟ୍ରେଣ୍ଡ ଜଣାପଡିଥାଏ। ଏଭଳି ସ୍ଥିତିରେ ଏହି ମାସରେ ଓ ଏଥର ଅଧିକାଂଶ ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଥିବାବେଳେ ସରକାର ଯଥାଶୀଘ୍ର ଏହାର ସମାଧାନ କରନ୍ତୁ। ଏଥିରେ ସେହି କଳା ଦାଗ ଓ ଅନ୍ୟାନ୍ୟ କାରଣକୁ ଖୋଜି ବାହାର କରି ସମାଧାନ କରାଯିବା ଉଚିତ, ଯାହାଦ୍ୱାରା ଆମେ ଯଥାସମ୍ଭବ ଅଧିକରୁ ଅଧିକ ଜୀବନ ବଞ୍ଚାଇ ପାରିବା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଟ୍ରଲରକୁ ପଛ ପଟୁ ଧକ୍କା ଦେଲା ଅଟୋ ରିକ୍ସା, ଅଟୋ ଚାଳକଙ୍କ ସମେତ ୪ ମହିଳା ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ଏକ ଟ୍ରଲର ଛିଡା ହୋଇରହିଥିଲା। ଏହି ସମୟରେ ଏକ ଅଟୋ ରିକ୍ସା ଆସି ଟ୍ରଲର ପଛ ପଟକୁ ଧକ୍କା ଦେଇଥିଲା। ଫଳରେ ଅଟୋ ଡ୍ରାଇଭର ସମେତ ୫ ଜଣ ଗୁରୁତର ଆହତ ହୋଇଥିଲେ। ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉଦ୍ଧାର କରିଥିଲା ଏବଂ ବାଲୁଗାଁ ମେଡିକାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରିଥିଲେ।

ଅଟୋ ଚାଳକ ଜଣକ ଅତି ଗୁରୁତର ଥିବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ୪ ଜଣ ମହିଳା ଶ୍ରମିକ ଅବସ୍ଥା ଗୁରୁତର ଥିଵା ଜଣା ପଡିଛି। ଏହି ୪ ଜଣ ମହିଳା ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଥିବା ବେଳେ ସେମାନେ ଶ୍ରମିକ ଭାବେ ଧାନ ଫସଲ କାଟିବା ପାଇଁ ବାଲୁଗାଁ ଆସିଥିଲେ।

Categories
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ନିକଟରେ ଏକ ଟିଭିଏସ୍ ଏକ୍ସଲ୍ ମୋଟରସାଇକେଲ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟି ଦେବାରୁ ଚାଳକ କାମି ନାୟକ ଓ ପଛରେ ବସିଥିବା କାଶୀନାଥ ବେହେରା ନାମକ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ। ଏହି ସମୟରେ ଅଞ୍ଚଳ ବାସିନ୍ଦା ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଡାକ୍ତର କାମିକୁ ମ୍ରୁତ ଘୋଷଣା କରିଛନ୍ତି ଓ କାଶୀନାଥଙ୍କ ଚିକିତ୍ସା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସମବେଦନା

ଭୁବନେଶ୍ଵର: ଆଜକୁ ୧୧ ଦିନ ତଳେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ବାଲେଶ୍ୱର ନିବାସୀ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନାଙ୍କ ମୃତ୍ୟୁ ସମଗ୍ର ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଥିଲା। ପ୍ରଭାସଙ୍କ ଏକାଦଶ କାର୍ଯ୍ୟରେ ଆଜି ଓଡିଶା ସରକାରୀ CBT ଶିକ୍ଷକ ସଙ୍ଘ ସାମିଲ ହୋଇଥିଲା। ସଙ୍ଘର ଆବାହକ ମନୋଜ କୁମାର ଜେନା, ନବରଙ୍ଗପୁର ପ୍ରତିନିଧି ଅଞ୍ଜନ କୁମାର ଦେ ଏବଂ ଅଜୟ କୁମାର କମିଳା ପ୍ରବଳ ବନ୍ୟାଜଳକୁ ପାର କରି ତାଙ୍କ ଗ୍ରାମରେ ପହଞ୍ଚି ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି।

ପ୍ରଭାସ ଜେନାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ନିଷ୍ଠୁର ମୃତ୍ୟୁ ଆଗରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ତମ୍ଭିଭୂତ। ପରିବାରରେ ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ରହୁଥିବା ବାପା ମା’ ଆଜି ବେସାହାରା। ଚାକିରି ମାତ୍ର ଅଳ୍ପ ଦିନର ରେଗୁଲାର। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଛି କିଛି ଆର୍ଥିକ ସାହାଯ୍ୟ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାକୁ ଛୋଟ ପ୍ରୟାସ କରିଛନ୍ତି। ଆଜି ୩,୫୫,୧୦୫ ଟଙ୍କା ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସମସ୍ତ ଶିକ୍ଷକ ମାନଙ୍କ ସହଯୋଗକୁ ସି .ବି .ଟି ସଂଘ ତରଫରୁ ସଲାମ କରାଯାଇଛି।

ସଙ୍ଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ଶୁଭ୍ରଜିତ ପ୍ରତିହାରୀ, ବିଜୟ ମଲ୍ଲ, ମହାସଚିବ ଦେବାଶିଷ ଜେନା, ଆବାହକ ମନୋଜ ଜେନା, ସଭାପତି ରାଜେନ୍ଦ୍ର ମଲ୍ଲିକ, ସମ୍ପଦକ ଦେବରାଜ ସାହୁ ସମେତ ସଙ୍ଘର ଅନ୍ୟ ସଦସ୍ୟ ମାନେ ଶୋକ ବ୍ୟକ୍ତ କରିଛନ୍ତି।