Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭା ପାଇଁ ନିଯୁକ୍ତି ହେଲେ ନୂଆ ସଚିବ, ଜାଣନ୍ତୁ କିଏ

ଭୁବନେଶ୍ବର: ଓଡିଶା ବିଧାନସଭା ପାଇଁ ନିଯୁକ୍ତି ହୋଇଛନ୍ତି ନୂଆ ସଚିବ। ଆଜି ସାଧାରଣ ପ୍ରଶାସନ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ପୁର୍ତ୍ତ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ରାଉତଙ୍କୁ ଏହି ନିଯୁକ୍ତି ମିଳିଛି। ସତ୍ୟବ୍ରତ ହେଉଛନ୍ତି 2013 ବ୍ୟାଚର ଆଇଏଏସ।

ଆସନ୍ତା ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ ।  ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ।

ଏହା ପୂର୍ବରୁ ସରକାର ବିଧାନସଭାର ନୂଆ ସଚିବଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।