Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲାରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବା ପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଗଣଦୌଡ଼କୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକଙ୍କୁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ପରିଚାଳନା କରିଥିଲେ। ଏହି ଗଣଦୌଡ଼ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣଦେବ ସମାଦ୍ଦାର, ନୟାଗଡ଼ ମୁନିସିପାଲିଟିର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦାନ କରିଥିଲେ। ଏହି ଗଣଦୌଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସଂସ୍କୃତି ଭଵନ ଠାରେ ସମାପ୍ତ ହୋଇଥିଲା। ସେଠାରେ ସମସ୍ତ ଅଂଶ ଗ୍ରହଣ କାରିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା।

ନୟାଗଡ଼ ଜିଲ୍ଲାର କ୍ରୀଡାବିତ,ସହରର ବୁଦ୍ଧିଜୀବୀ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ଛାତ୍ର ଏବଂ ସ୍ବେଛାସେବୀ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବି ଡ଼ି ଓ କ୍ଷୀରାଦ୍ବି ତନୟା ସାହୁ ଗଣ ଦୌଡ଼ାକୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିଉମ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବଦ୍ଧରେ ପ୍ରକାଶ କରିଥଲେ। ଗଣଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଟ୍ରାଫିକ ଛକରେ ବୁଲି ପୁନଃରାୟ ଷ୍ଟାଡ଼ିୟମ ରେ ପହଂଚି ଥିଲା। ସେଠାରେ ସମସ୍ତ ଅଂଶ ଗ୍ରହଣ କାରିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା।

ଗଣଦୌଡ ରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଉପେନ୍ଦ୍ର ନାଥ ଦାସ ପରିଚାଳନାରେ ସହଯୋଗ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର କ୍ରୀଡାବିତ, ସହରର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ଛାତ୍ର ଏବଂ ସ୍ଵେଚ୍ଛାସେବୀ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ମୋବାଇଲ ଫୋନ ଚୋରି

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଓମ ମୋବାଇଲ କେୟାର ମୋବାଇଲ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ମୋବାଇଲ ଫୋନ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ମୋବାଇଲ ଦୋକନର ସିସିଟିଭି କ୍ୟାମେରାରେ ଚୋରି କରିବାର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି।

ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ପାର୍ଶ୍ୱରେ ଥିବା ଏକ ଗୋଦାମର କାନ୍ଥ ଭାଙ୍ଗି ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଚୋରୀ କରିଥିବା ଜଣାପଡିଛି। ଏଥିରେ ଆଇଫୋନ, ସାମସଙ୍ଗ, ଓପୋ ଭିଭୋ କମ୍ପାନୀର ଦାମି ଦାମି ମୋବାଇଲ ଚୋରି କରି ନେଇଛନ୍ତି। ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ ଅନ୍ୟ ୫ ଟି ବସ୍ତାରେ ସମସ୍ତ ମୋବାଇଲ ଦୋକାନ ସାମନାରେ ଥିବା ଆର.ଏମ.ସି ର ପାଚେରୀ ମଧ୍ୟରେ ଥିବା ବୁଦା ଭିତରେ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛନ୍ତି। ଗୋଟିଏ ମୋବାଇଲ ବସ୍ତା ଓ ଅନ୍ୟ ୫ ଟି ମୋବାଇଲ ଖୋଳ ଥିବା ଖାଲି ବସ୍ତା ପୋଲିସ ଜବତ କରିବା ସହ ସିସି ଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ଅପରାହ୍ନରେ କୋରାପୁଟରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ପୋଲିସର ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ଖୁବ ଶୀଘ୍ର ଅଭୁଯୁକ୍ତଙ୍କୁ ଧରିବାରେ ସଫଳ ହେବେ ବୋଲି ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଲେଜ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ଯୁକ୍ତ ଦୁଇ କଲେଜ ଛାତ୍ରୀ ଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଅଛି। ଏହି ଶିବିର ରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ପ୍ରକଳ୍ପ ସଂଯୋଜକ ପ୍ରକାଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପିକା ମମତା ପଟ୍ଟନାୟକ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଶାରିରୀକ ସ୍ତରରେ ପ୍ରଶିକ୍ଷଣ ଲାଭ କରିଥିବା ଛାତ୍ରୀଙ୍କୁ ପ୍ରତିକୂଳ ପରିସ୍ଥିତି ମୁକାବିଲା କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ମାଷ୍ଟର ଟ୍ରେନର ଫୁଲେଶ୍ୱରୀ ସାହୁ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରି ତାଙ୍କ ଆତ୍ମବଳ ବୃଦ୍ଧି କରିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ୬୫ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ତରତୁଆ ରିଜର୍ଭ ପୋଲିସ ପଡିଆ ଠାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ଆଜି ୬୫ତମ ପୋଲିସ ସହିଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୋଲିସ ସହିଦ ଦିବସର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା। ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୋଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୋଲିସ ସହିଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ସମସ୍ତ ପୋଲିସ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଥାନାଧିକାରୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ ବ୍ୟବସାୟ

ଜଗତସିଂହପୁର ସଦର ମହକୁମାରେ ଉଦଘାଟନ ହେଲା “ଭି ବଜ଼ାର”

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ସଦର ମହକୁମାର ବଡ଼ବଜ଼ାର ଠାରେ ଘରୋଇ ସାମଗ୍ରୀର ଏକ ସୋ ରୁମ୍ “ଭି ବଜ଼ାର”କୁ ଜଗତସିଂହପୁରର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭି ବଜ଼ାରର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା, ମ୍ୟାନେଜର ବଦ୍ରି ନାରାୟଣ ମହାନ୍ତି, ଆସିଷ୍ଟାଣ୍ଡ ମ୍ୟାନେଜର ତୁଷାରକାନ୍ତ ଭଟ,ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା, ତପନ ରାଉତରାୟ, ସମାଜସେବୀ ଅରୁଣ ମହାରଣା ଓ “ଭି ବଜ଼ାର”ର କର୍ମକର୍ତ୍ତା, ଜଗତସିଂହପୁରର ଭୁଦ୍ଧିଜୀବି, ବିଶିଷ୍ଟବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଭି ବଜ଼ାର ଦେଶର ୮୧ ତମ ବଜାର ହୋଇଥିବା ବେଳେ ରାଜ୍ୟର ପଞ୍ଚମ ବଜ଼ାର ଅଟେ ଏହା ଜଗତସିଂହପୁର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଘରୋଇ ଉପକରଣର ସମସ୍ତ ଜିନିଷ ଉପଲବ୍ଧ କରିପାରିବ। ଏହା ଜଗତସିଂହପୁରର ସବୁଠାରୁ ବୃହତ ଭି ବଜ଼ାର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଆଗକୁ ଦଶହରା ,କୁମାର ପୁର୍ଣିମା ,ଦୀପାବଳି ଥିବାରୁ ଲୋକମାନଙ୍କୁ ଭଲ ଜିନିଷ ଉପଲବ୍ଧ କରିପାରିବ ବୋଲି “ଭି ବଜ଼ାର”ର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା କହିଛନ୍ତି।