Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସିଆଲୋଏଣ୍ଡୋସ୍କୋପି ମାଧ୍ୟମରେ ଲାଳଗ୍ରନ୍ଥିରେ ଥିବା ବ୍ୟାଧିର ଚିକିତ୍ସା କଲେ ସମ୍ମମ୍ ସର୍ଜନ

ଭୁବନେଶ୍ୱର: ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସିଆଲୋଏଣ୍ଡୋସ୍କୋପି ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରକ୍ରିୟା ତାହା ମାଧ୍ୟମରେ ଜଣେ ଯୁବକଙ୍କର ଲାଳଗ୍ରନ୍ଥିରେ ସମସ୍ୟାର ପରୀକ୍ଷଣ ଓ ଚିକିତ୍ସା କରି ତାଙ୍କର ସବ୍‌ମାଣ୍ଡିବୁଲାର ଡକ୍ଟରୁ୨୭ଟି ପଥର କାଢ଼ିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍।

୧.୩ ମିଲିମିଟର ପରିମାପର ଏକ ଅତି ଛୋଟ ଏଣ୍ଡୋସ୍କୋପ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିବା ବେଳେ ଲାଳଗ୍ରନ୍ଥି ବାଟ ଦେଇ ସିଧା ସଳଖ ପଥର ଥିବା ସ୍ଥାନରେ ଏହି ଏଣ୍ଡୋସ୍କୋପ୍‌କୁ ପ୍ର୍ରବେଶ କରାଯାଇଥିଲା ବୋଲି ଏହି ଅସ୍ତ୍ରୋପଚାର କରିଥିବା ସମ୍ମମ୍‌ର ଇଏନ୍‌ଟି ଓ ସ୍କଲବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ଗ୍ରନ୍ଥିଟି ପୁଣି କାର୍ଯ୍ୟକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି।

ଲାଳଗ୍ରନ୍ଥିରେ ଥିବା ବିଭିନ୍ନ ସମସ୍ୟାର ଚିକିତ୍ସା ଓ ଅସ୍ତ୍ରୋପଚାର ନିମନ୍ତେ ଓଡିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ୨୦୨୧ ଅଗଷ୍ଟ ମାସରେ ସିଆଲୋଏଣ୍ଡୋସ୍କୋପି ପଦ୍ଧତି ଆରମ୍ଭ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ଅନେକ ଚିକିତ୍ସା କେନ୍ଦ୍ରରେ ଲାଳଗ୍ରନ୍ଥିରେ ପଥର ଭଳି ସମସ୍ୟା ଦେଖାଦେଲେ ରୋଗୀର ସଂପୂର୍ଣ୍ଣ ଗ୍ରନ୍ଥିଟିକୁ କାଢ଼ି ଦିଆଯାଏ ଯାହା ଫଳରେ ବେକରେ ଏକ ବଡ଼ ଦାଗ ସୃଷ୍ଟି ହୋଇଥାଏ । ତେବେ ସମ୍ମମ୍‌ରେ ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବିଭିନ୍ନ ବୟସର ଅନେକ ରୋଗୀ ଏହି ଚିକିତ୍ସାର ସୁବିଧା ଉଠାଇ ପାରୁଛନ୍ତି ଏବଂ ଏହା ଦ୍ୱାରା ରୋଗୀର ଲାଳଗ୍ରନ୍ଥିକୁ ସୁରକ୍ଷିତ ରଖାଯାଇପାରୁଛି ବୋଲି ସେ କହିଛନ୍ତି ।

ଦୁଇ ବର୍ଷ ମଧ୍ୟରେ ସମ୍ମମ୍‌ରେ ସିଆଲୋଏଣ୍ଡୋସ୍କୋପି ପଦ୍ଧତି ଆରମ୍ଭ ହେବା ଯୋଗୁଁ ପୂର୍ବ ଭାରତ ସମେତ ଅନ୍ୟ ଦେଶର ମଧ୍ୟ ଅନେକ ରୋଗୀ ଏହି ଚିକିତ୍ସା ନିମନ୍ତେ ଆସୁଛନ୍ତି ୟୁଏଇ, ନ୍ୟୁଜିଲାଣ୍ଡ, ନାଇଜେରିଆ ଏବଂ ଓମାନ୍‌ରେ ବାସ କରୁଥିବା ଅନେକ ପ୍ରବାସୀ ଭାରତୀୟ ଏହି ଚିକିତ୍ସା ନିମନ୍ତେ ଏହି ହସ୍ପିଟାଲକୁ ଆସିଥିବା ଡାକ୍ତର ସାହୁ କହିଛନ୍ତି ।

ସିଆଲୋଏଣ୍ଡୋସ୍କୋପି ଭଳି ପ୍ରକ୍ରିୟା ବ୍ୟବହାର ଦ୍ୱାରା ସିଆଲାଡେଂଟିସ୍ , ସିଆଲୋଥିଆସିସ୍ ଏବଂ ଲାଳଗ୍ରନ୍ଥିର ଅନ୍ୟାନ୍ୟ ଅବରୋଧକାରୀ ସମସ୍ୟାର ପରୀକ୍ଷଣ, ଚିକିତ୍ସା ଏବଂ ସର୍ଜରୀ ପରବର୍ତୀ ଚିକିତ୍ସା ସମ୍ଭବ ହୋଇପାରୁଛି ବୋଲି ଡାକ୍ତର ସାହୁ କହିଛନ୍ତି ।

ରୋଗୀଙ୍କ ସମ୍ପର୍କରେ ସଂପୂର୍ଣ୍ଣ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ଯୁବକ ଜଣକ ତାଙ୍କର ବାମ ପଟ ସବ୍‌ମାଣ୍ଡିବୁଲାର ଗ୍ରନ୍ଥିଟି ବାରମ୍ବାର ଫୁଲିବାର ଅଭିଯୋଗ ନେଇ ହସ୍ପିଟାଲ୍‌କୁ ଆସିଥିଲେ । ରୋଗୀଙ୍କୁ ମୁଖ୍ୟ ସମସ୍ୟା ଥିଲା ସେ ଯେତେବେଳେ କୌଣସି ମସଲାଯୁକ୍ତ ଖାଦ୍ୟ ଖାଉଥିଲେ ତାଙ୍କର ଗ୍ରନ୍ଥିଟି ଫୁଲିଯାଉଥିଲା ଏବଂ କିଛି ଘଂଟା ମଧ୍ୟରେ ଅପସରି ମଧ୍ୟ ଯାଉଥିଲା । ତେବେ ଏଥିରେ କୌଣସି ଯନ୍ତ୍ରଣା ନଥିଲା । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ସବ୍‌ମାଣ୍ଡିବୁଲାର ଡକ୍ଟରେ ଅନେକ ଗୁଡ଼ିଏ ପଥର ଥିବା ଜଣାପଡ଼ିଥିଲା ।

ସିଆଲୋଏଣ୍ଡୋସ୍କୋପି ଦ୍ୱାରା ଲେଜର୍ ଡର୍ମିଆ ବାସ୍କେଟ ପ୍ରକ୍ରିୟାରେ ୨୭ଟି ପଥର ବାହାର କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବାହାରିଲା ବଡ଼ ସ୍କଲ ବେସ୍ ଟ୍ୟୁମର

ଭୁବନେଶ୍ୱର: ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କ୍ରିକେଟ ବଲ୍ ଆକାରର ସ୍କଲ୍‌ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ଗତ ୬ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ସୁଦାମ କିସ୍‌କୁଙ୍କର ବାମ ଆଖି ପାଖରେ ମୁହଁ ଧୀରେ ଧୀରେ ଫୁଲିଯିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଆଖି ନିକଟରେ ବୃଦ୍ଧି ପାଇବାରୁ ପରିବାର ବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ। ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା।

ଶେଷରେ ତାକୁ ସମ୍ମମ୍‌ରେ ଭର୍ତି କରାଯିବା ପରେ ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ଚିକିତ୍ସା ଆରମ୍ଭ କରିଥିଲେ। ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମୁଣ୍ଡରେ ଏକ ୭ ସେମିର ଟ୍ୟୁମର ଥିବାର ଜଣାପଡ଼ିଥିଲା। ଏତେ ବଡ଼ ଆକାରର ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା ବୋଲି ଡାକ୍ତର ସାହୁ କହିବା ସହ ଏଣ୍ଡୋସ୍କୋପ ସହାୟତାରେ ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଟ୍ରାନ୍ସ ଜାଇଗୋମାଟିକ୍ ପଦ୍ଧତିରେ ଦୀର୍ଘ ୨ ଘଂଟାର ଅପରେସନ୍ ପରେ ଟ୍ୟୁମରଟିକୁ ସଂପୂର୍ଣ୍ଣ ଭାବେ କଢ଼ାଯାଇପାରିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ବର୍ତ୍ତମାନ ବାଳକଟି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ ଅଛି ଏବଂ ଅସ୍ତ୍ରୋପଚାରର ୪ ଦିନ ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ତା’ର ବାୟୋପ୍ସି ରିପୋର୍ଟରେ ଏହା ଏକ ନର୍ଭ ସିଥ୍ ଟ୍ୟୁମର ଅର୍ଥାତ୍ ସ୍ୱାନୋମା ବୋଲି ଜଣାପଡ଼ିଛି। ତେବେ ଅପରେସନ୍‌ର ପରବର୍ତୀ ସ୍କାନିଂ ରିପୋର୍ଟରେ ଟ୍ୟୁମରଟିକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିବା ଜଣାପଡ଼ିଛି।

ଡାକ୍ତର ସାହୁ କହିଛନ୍ତି ଯେ ଜଣେ ୧୫ ବର୍ଷ ବାଳକର ଶରୀରରେ ଏଭଳି ବିଶାଳ ଆକାରର ଟ୍ରାଇଜେମିନାଲ୍ ନର୍ଭ ସ୍ୱାନୋମା ଦେଖାଦେବା ଖୁବ୍ ବିରଳ। କାରଣ ଏଭଳି ଟ୍ୟୁମର ପ୍ରାୟତଃ ୩୦ ରୁ ୫୦ ବର୍ଷର ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ।

ଏଣ୍ଡୋସ୍କୋପି ସ୍କଲ୍ ବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ମିନିମାଲ୍ ଇନ୍େ‌ଭସିଭ୍ ସର୍ଜିକାଲ୍ ପ୍ରକ୍ରିୟା ଯାହାକି ସମ୍ମମରେ ନିୟମିତ ଭାବେ କରାଯାଉଛି। ହସ୍ପିଟାଲ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇପାରୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖାଦ୍ୟ ନଳୀରେ ଅଟକି ଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହେଲେ ସମ୍ମମ୍ ସର୍ଜନ

ଭୁବନେଶ୍ୱର: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ।
ଏହି ସର୍ଜିକାଲ ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଖୁବ୍ ବିରଳ ଏବଂ ବିପଦପୂର୍ଣ୍ଣ ପ୍ରକ୍ରିୟା ଥିଲା। କାରଣ ଏହି ହାଡଟି ରୋଗୀର ଖାଦ୍ୟ ନଳୀ ଏବଂ ଛାତିର ପାଶ୍ୱର୍ରେ ଅଟକି ଥିଲା ଓ ଏଣ୍ଡୋସ୍କୋପି ଦ୍ୱାରା ଏହାକୁ କାଢ଼ିବା ସମ୍ଭବ ନଥିଲା। ସେମାନେ ଏଣ୍ଡୋସ୍କୋପି ଦ୍ୱାରା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ତେଣୁ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନିଆଯାଇଥିଲା।

ଏହି ଅସ୍ତ୍ରୋପଚାର ଖୁବ୍ ଅଭିନବ ଓ ବିପଦପୂର୍ଣ୍ଣ ଥିଲା। କାରଣ ଏହା ଛାତିର ମଝି ପାଶ୍ୱର୍ ଏବଂ ଶ୍ୱାସ ନଳୀର ଠିକ୍ ତଳେ ଅଟକି ଥିଲା ବୋଲି ସେ କହିଛନ୍ତି। ଡାକ୍ତର ରାୟ ଚୌଧୁରୀଙ୍କୁ ଡାକ୍ତର ସୁମିତ ଏସ୍‌. ମହାନ୍ତି ସହଯୋଗ କରିଥିବା ବେଳେ ଏଣ୍ଡୋସ୍କୋପି ପ୍ରକ୍ରିୟାରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଅୟସକାନ୍ତ ସିଂହ ସହଯୋଗ କରିଥିଲେ। ଏହି ଅସ୍ତ୍ରୋପଚାର ନିମନ୍ତେ ଆନେସଥେସିଆ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ।

ଅସ୍ତ୍ରୋପଚାର ଦ୍ୱାରା କୁକଡାର ହାଡଟିକୁ ରୋଗୀର ଖାଦ୍ୟ ନଳୀରୁ କଢ଼ାଯିବା ପରେ ଏକ ଏଣ୍ଡୋସ୍କୋପି କରାଯାଇଥିଲା। ଅସ୍ତ୍ରୋପଚାର ପରେ କୁକୁଡା ହାଡ ଦ୍ୱାରା ଖାଦ୍ୟ ନଳୀରେ କ୍ଷତ ସୃଷ୍ଟି ହୋଇଥିବାରୁ ତାକୁ ଶୀଘ୍ର ଶୁଖାଇବା ନିମନ୍ତେ ଏକ ଏନ୍‌ଜିଟ୍ୟୁବ୍ ମାଧ୍ୟମରେ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ସିଂହ କହିଥିଲେ।

ଏକ କ୍ଷତାକ୍ତ ଖାଦ୍ୟନଳୀରେ ଏଣ୍ଡୋସ୍କୋପି କରିବା ଖୁବ୍ ବିପଦପୂର୍ଣ୍ଣ ଥିଲା ଏବଂ ଏ ନିମନ୍ତେ ସମ୍ପୂର୍ଣ୍ଣ ଯତ୍ନ ସହକାରେ ଏହା ସଂପାଦନ କରାଯାଇଥିଲା। ଏଭଳି କ୍ଷେତ୍ରରେ ପାଟି ପରିବର୍ତେ ନାକ ବାଟେ ଏଣ୍ଡୋସ୍କୋପି କରାଯାଏ ବୋଲି ଡାକ୍ତର ସିଂହ କହିଛନ୍ତି।

ଅସ୍ତ୍ରୋପଚାର ପରେ ରୋଗୀଙ୍କର ପତ୍ନୀ ଖୁବ୍ ଆଶ୍ୱସ୍ତ ହୋଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭୁଲବଶତଃ ଏକ ଚିକେନ୍ ହାଡକୁ ଗିଳି ଦେବା ପରେ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରିଥିଲେ । କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ଯାଇଥିଲେ ମଧ୍ୟ ରୋଗୀର ଜୀବନ ପ୍ରତି ବିପଦ ଥିବାରୁ ସେଠାରେ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିନଥିଲା। କାରଣ ଏହି ଅସ୍ତ୍ରୋପଚାର ଖୁବ୍ ଜଟିଳ ଓ ବିପଦପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି।

ଆମେ କୁଆଡେ ଯିବୁ ଜାଣିପାରୁ ନଥିବା ବେଳେ ମୋ ସ୍ୱାମୀର ଚିକିତ୍ସା ନିମନ୍ତେ ଆମର ଜଣେ ସମ୍ପର୍କୀୟ ସମ୍ମମକୁ ଯିବା ପାଇଁ କହିଥିଲେ ବୋଲି ସେ କହିଛନ୍ତି।

ସମ୍ମମ୍‌ରେ ପହଂଚିବା ପରେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କର ତୁରନ୍ତ ଅପରେସନ୍ ନିମନ୍ତେ ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଚୋଧୁରୀ କହିଛନ୍ତି। କୁକୁଡା ହାଡ଼ଟିକୁ ସଫଳତାର ସହ କଢ଼ାଯାଇଛି ଏବଂ ତାଙ୍କ ଖାଦ୍ୟନଳୀ ମଧ୍ୟ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ସେ କହିଛନ୍ତି। ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତର ରାୟଚୌଧୁରୀ କହିଛନ୍ତି।