Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲା ଗସ୍ତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ଵର: ଦୁଇ ଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ଗତକାଲି ସମ୍ବଲପୁର ପହଂଚି ଏମସିଏଲ ଗେଷ୍ଟ ହାଉସରେ ରାତ୍ରୀ ଯାପନ ପରେ ଆଜି ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି। ପରେ ଉତ୍କଳ ବାଳାଶ୍ରମ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। କେମିତି ଉତ୍ତମ ସେବା ମିଳିବ ସେନେଇ ସେଠାରେ ଥିବା କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ପରେ ଜିଲ୍ଲା ସଦର ହସ୍ପିଟାଲରେ ଥିବା ଏମସିଏଚ ପରିଦର୍ଶନ କରି ପ୍ରସୂତିଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ପ୍ରଚଳିତ ଥିବା ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବାର ଯୋଜନା ରହିଛି। କୁପୋଷଣ ଦୂର କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ମନ୍ତ୍ରୀ କହିଛନ୍ତି।

ଆଜିକାର ଦିନରେ ପରିବର୍ତ୍ତିତ ଚଳଣି, ମହିଳାଙ୍କ କମ୍ ପରିଶ୍ରମ ଯୋଗୁଁ ଅସ୍ତ୍ରୋପଚାର ଜନିତ ପ୍ରସୂତି ହାର ବଢୁଛି ବୋଲି ମନ୍ତ୍ରୀ କହିଛନ୍ତି। ପରେ ଜିଲ୍ଲା ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ଗସ୍ତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗର (ରାଜ୍ୟ) ମନ୍ତ୍ରୀ ସାବିତ୍ରୀ ଠାକୁର

ଢେଙ୍କାନାଳ: ଢେଙ୍କାନାଳ ଜ଼ିଲ୍ଲା କୁ ଆଜି ଏକ ଦିନିକିଆ ଗସ୍ତରେ କେନ୍ଦ୍ର ଶିଶୁ ଓ ମହିଳା ବିଭାଗ ର ମିନିଷ୍ଟର ସାବିତ୍ରୀ ଠାକୁର ଆସିଥିଲେ। ଜ଼ିଲ୍ଲାର ବାଞ୍ଝ କୁସୁମ ଠାରେ ଥିବା ଅଙ୍ଗନବାଡି କୁ ଯାଇ ସମସ୍ତ ସୁବିଧାବିଷୟ ରେ ପଚାରିଥିଲେ। ତାପରେ ମହର୍ଷି ଦୟାନନ୍ଦ ସେର୍ଭିସ ମିଶନ କୁ ଯାଇଥିଲେ। ପରେ ୱାନ ଷ୍ଟପ କେନ୍ଦ୍ର (ସଖୀ) କୁ ଯାଇଥିଲେ ଏବଂ ବୃକ୍ଷ ରୋପଣ କରିଥିଲେ।

ଜ଼ିଲ୍ଲାର ବିଭିନ୍ନ ସ୍ଥାନ ବୁଲିବା ପରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ୍ଣ ଭ୍ରଷ୍ଟାଚାର ମୁକ୍ତ ଡବଲ ଇଞ୍ଜିନ ସରକାର ଚାଲିଛି। ମାନ୍ୟବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ଓ ଶିଶୁ ପୋଷଣ ଅଭିଯାନ ତଳ ସ୍ତରରେ କେତେଦୂର ପହଂଚି ପାରୁଛି, ସରକାରୀ ଯୋଜନା ଗୁଡିକ ରେ କେତେ ଫାଇଦା ମିଳୁଛି, କେତେ ଦୂର କାର୍ଯ୍ୟକାରୀ ହେଉଛି ଓ କଣ କଣ ସମସ୍ୟା ଉପୁଜିଛି ତାକୁ ପରଖିବା ପାଇଁ ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରୁଛୁ ବୋଲି କହିଥିଲେ। ଏ ସମ୍ପର୍କରେ ଦିଲ୍ଲୀ ଯିବାପରେ ଏକ ରିପୋର୍ଟ ପ୍ରଦାନ କରିବୁ ବୋଲି ମୁଖ୍ୟ ଚିକିତ୍ସାଳୟ ସଖି କେନ୍ଦ୍ରଠାରେ ନିଜର ପ୍ରତିକ୍ରିୟା ରଖିଥିଲେ। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କର ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା କରିଥିଲେ।

ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଦୁଇ ଦିନିଆ ନୂଆପଡା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ସାବିତ୍ରୀ ଠାକୁର 

ନୂଆପଡା: ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ମହିଳା ଓ ବାଲ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ପରେ ଜିଲ୍ଲା ସର୍କିଟ ହାଉସ ଠାରେ ଆକାଂକ୍ଷା ଜିଲ୍ଲା ନୂଆପଡ଼ା ଏବଂ ନବରଙ୍ଗପୁରକୁ ଗସ୍ତ ରହିଥିବା ପ୍ରକାଶ କରିଛନ୍ତି।

ଭାରତ ସରକାରଙ୍କ ୧୦ ବର୍ଷ ର ଶାସନ ଏବଂ ୬୦ ବର୍ଷ ଶାସନକୁ ଅନୁଧ୍ୟାନ କଲେ ୧୦ ବର୍ଷ ଶାସନ ଭାରି ପଡିବ ବୋଲି ପ୍ରକାଶ କରିଛନ୍ତି। ଆକାଂକ୍ଷା ଜିଲ୍ଲାକୁ ସମସ୍ତ ମାପ ଦଣ୍ଡରେ ଶତ ପ୍ରତିଶତ ହାସଲ କାର୍ଯ୍ୟ ସମୀକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଏବଂ ଗରିବ କଲ୍ୟାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ବିମା ଯୋଜନା ହେଉ ପ୍ରକୃତ ଲୋକଙ୍କ ନିକଟକୁ ପହଞ୍ଚିଲେ ଭାରତ ବିକଶିତ ହେବ ବୋଲି ପ୍ରକାଶ କରିଛନ୍ତି।

ସମୀକ୍ଷା ପରେ ନୂଆପଡ଼ା ସର୍କିଟ ହାଉସରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ନୂଆପଡ଼ାରେ ସମୀକ୍ଷା କରି ଅଙ୍ଗନୱାଡ଼ି କେନ୍ଦ୍ର ପରିକ୍ରମା କରିବା ସହ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ଅଛି।