Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେହରେ 25 କେଜି ସୁନା ଅଳଙ୍କାର ଲଗାଇ ତିରୁପତି ମନ୍ଦିର ଦର୍ଶନ କଲେ ତିନିଜଣ ଭକ୍ତ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୁନା ଅଳଙ୍କାର ପିନ୍ଧିବା ବହୁ ଲୋକଙ୍କର ବେଶ ବଡ ଆକର୍ଷଣ ରହିଛି। ହେଲେ ମନ୍ଦିର ଦର୍ଶନ କରିବାକୁ ଗଲା ବେଳେ ସୁନା ଜିନିଷ ନ ପିନ୍ଧିବା ପାଇଁ ବାରଣ କରାଯାଇଥାଏ। ତେବେ ଏସବୁ ଭିତରେ ତିରୂପତିସ୍ଥିତ ଶ୍ରୀ ଭେଙ୍କେଟଶ୍ବର ମନ୍ଦିରକୁ ଆସିଥିବା ତିନିଜଣ ଭକ୍ତ ବେଶ ଚର୍ଚ୍ଚାରେ ଅଛନ୍ତି।

ପୁନେରୁ ଆସିଥିବା ଏହି ତିନିଜଣ ଭକ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଥିବା ବେଳେ ଜଣ ମହିଳା ଅଛନ୍ତି। ସେମାନେ ଗତକାଲି ତିରୂପତି ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ତେବେ ସେମାନେ ଦେହରେ ବିଭିନ୍ନ ଅଳଙ୍କାର ଲଗାଇ ଦର୍ଶନକୁ ଆସିଥିଲେ। ଏହି ସୁନା ଅଳଙ୍କାରର ଓଜନ ପ୍ରାୟ 25 କେଜି ହେବ ବୋଲି ଜଣାପଡିଛି। ସେମାନଙ୍କୁ ଦେଖିବା ପାଇଁ ସେଠାରେ ଭିଡ ଜମିଥିଲା। ତେବେ ଏହି ଧନି ଭକ୍ତ ପୁନେରୁ ଆସିଥିଲେ ମଧ୍ୟ ତାଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ।