ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୬
ବରଗଡ ଜିଲ୍ଲାରୁ- ୪
ବଲାଙ୍ଗୀରି ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୧୦
ଦେବଗଡ ଜିଲ୍ଲାରୁ- ୮
ଜଗତସିଂହପୁର ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୩
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୧
କେନ୍ଦ୍ରାପଡା ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୬
ମୟୂରଭଞ୍ଜ ଜିଲ୍ଲାରୁ- ୧
ନୟାଗଡ ଜିଲ୍ଲାରୁ- ୪
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୬
ସମ୍ବଲପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୧୧
ଷ୍ଟେଟ ପୁଲରୁ- ୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୭୦୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୭୩୬ ଏବଂ ବର୍ତ୍ତମାନ ୭୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।