Categories
ଆଜିର ଖବର ରାଜ୍ୟ ଖବର

ସୋଆ ପରିବାର ପକ୍ଷରୁ ସ୍ୱର୍ଗତ ଦେବୀ ପ୍ରସାଦ ରାୟଙ୍କର ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର: ସୋଆର କୁଳାଧିପତି ସ୍ୱର୍ଗତ ପ୍ରଫେସର ଦେବୀ ପ୍ରସାଦ ରାୟଙ୍କର ସ୍ମୃତିରେ ଶୁକ୍ରବାର ଏକ ସଭା ଆୟୋଜିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକ ଓ ଉପ ସଭାପତି ଶ୍ରୀମତି ଶାଶ୍ୱତୀ ଦାସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗତ ଏପ୍ରିଲ୍ ୨୯ ତାରିଖ ଦିନ ପ୍ରଫେସର ରାୟଙ୍କର ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଥିଲା। ସେ ମାର୍ଚ୍ଚ ୧. ୨୦୨୨ରେ ସୋଆର ପୂର୍ବତନ କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ନାୟକଙ୍କର ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ଏଥି ସହ ପ୍ରଫେସର ରାୟଙ୍କ ଉଦ୍ୟମରେ ସୋଆର କୃଷି ମହାବିଦ୍ୟାଳୟ ଓ ଭେଟେରିନାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି। ପ୍ରଫେସର ରାୟ ଦୁଇ ଥର ଓୟୁଏଟିର ପୂର୍ବତନ କୁଳପତି ମଧ୍ୟ ଥିଲେ।

ଏହି ଅବସରରେ ତାଙ୍କର ପରିବାରବର୍ଗ, ଶିକ୍ଷା ଓ ଅନୁସନ୍ଧାନ ପରିବାର ଓ ଓୟୁଏଟିର ଅନେକ ପ୍ରଫେସର, ଉଚ୍ଚ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।