Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୋର୍ଦ୍ଧା ନାଚୁଣୀ ନିକଟସ୍ଥ 16 ନଂ ଜାତୀୟ ରାଜପଥରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ: 16 ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ନିକଟରେ ଟ୍ରକ ପଛକୁ କୁ ପିଟିଲା ଲାଇଫ ଲାଇନ ନାମକ ଦ୍ରୁତଗାମୀ ଯାତ୍ରୀ ବାହୀ ଭୋଲଭୋ ବସ। ଦ୍ରୁତ ଗତିରେ ଆସୁଥିବା ଭୋଲଭୋ ବସ ନିୟନ୍ତ୍ରଣ ହରାଇ ହରିକୁଣ୍ଡ ବରଡ଼ି ଗାଁ ରାସ୍ତା କଡ଼ରେ ଥିବା ସିମେଣ୍ଟ ଡିଭାଇଡ଼ର କୁ ପିଟିଲା।  ଫଳରେ ଭିତରେ ଫସିଯାଇଥିବା ବସ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

ପରେ ବସ ଚାଲକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି। ଏହି ଦୁର୍ଘଟଣାରେ 10 ରୁ 15 ଯାତ୍ରୀ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ଆହତ ଯାତ୍ରୀ ମାନଙ୍କର ସାମାନ୍ୟ ଚିକିତ୍ସା ପରେ ସେମାନଂକୁ ଅନ୍ୟ ଘରୋଇ ବସରେ ଭୁବନେଶ୍ୱର କୁ ପଠାଇ ଦିଆଯାଇଅଛି।

ଦ୍ରୁତଗାମୀ ବସ ହାଇଦ୍ରାବାଦ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀ ଙ୍କ ସହ ଉଦ୍ଧାର କାର୍ଯ୍ୟ କରିଥିଲେ।
ବସ ଚାଳକଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ କରୁଛି ପୋଲିସ। ବସ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ନାଚୁଣୀ ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ସୀତାରାମ ଅଗ୍ରୱାଲ 

ଚିଲିକା: ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଅଛି। ଯେଉଁଥିରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ୬ ଘଟିକା ସମୟରେ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏକ ବନ୍ଧାକୋବି ବୋଝେଇ ପରିବା ଟ୍ରକ(ଏ.ପି ୧୬ ଟି.ଏଚ.୧୩୯୮) ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଗତି ଧୀର କରି ରହିବା ପାଇଁ ତତ୍ପର ହେଉଥୁବା ବେଳେ ସେହି ସମୟରେ ଅନୁରୂପ ଭାବେ ବିଶାଖାପାଟଣାରୁ ଝାରଖଣ୍ଡ ଯାଉଥିବା ଏକ କୋଇଲା ବୋଝେଇ କଣ୍ଟେନର(ବି.ଆର.୨୪ ଜି.ବି.୪୦୫୩) ଦ୍ରୁତ ଗତିରେ ଆସି ବନ୍ଧା କୋବି ବୋଝେଇ ଟ୍ରକକୁ ପଛପଟୁ ଧକା ଦେଇଥିଲା।

ଫଳରେ ଘଟଣାସ୍ଥଳରେ କୋଇଲା ବୋଝେଇ କଣ୍ଟେନରର କ୍ୟାବିନରେ ନିଆଁ ଲାଗିଯାଇଥିଲା ଏବଂ ଗାଡି ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ବାଲୁଗାଁ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ ଡ୍ରାଇଭରଙ୍କୁ କ୍ୟାବିନ କାଟି ବାହାର କରାଯାଇଛି ଏବଂ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଦିଆଯାଇଛି। କଣ୍ଟେନରର ହେଲ୍ପର ଆହତ ହୋଇଥିବାସ୍ଥଳେ ତାଙ୍କୁ ମେଡିକାଲ କୁ ପଠାଯାଇଛି ଏବଂ ବନ୍ଧା କୋବି ଟ୍ରକର କିଛି ଅଂଶ ନଷ୍ଟ ହୋଇଯାଇଛି।

ମୃତ ଡ୍ରାଇଭର ଜଣକ ମହାରାଷ୍ଟ୍ର ଔରାଙ୍ଗାବାଦର ମେହେନ୍ଦୀନଗରର ଏବଂ ତାଙ୍କ ନାମ ଉପେନ୍ଦ୍ର ରାଓ ବୋଲି ଜଣାପଡିଛି। ଦୁର୍ଘଟଣାସ୍ଥଳରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସଙ୍କ ସହ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ବାଣପୁର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଆଦି ଉପସ୍ଥିତ ରହି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି।