ଝାନ୍ସି ହସ୍ପିଟାଲରେ ଅଗ୍ନିକାଣ୍ଡ: ଗତକାଲି ରାତିରେ ଉତ୍ତର ପ୍ରଦେଶର ଝାନ୍ସିର ଏକ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇପଡିଛନ୍ତି। ଅଗ୍ନିକାଣ୍ଡ ହସପିଟାଲର ଆଇସିୟୁ ରୁ ବାହରିଥିବା ଜଣପଡିଛି। ସେଠାରେ ଅତି ଗୁରୁତର ଅବସ୍ଥାରେ ଥିବା ନବଜାତ ଶିଶୁମାନଙ୍କୁ ଚିକିତ୍ସା କରାଯାଉଥିଲା।
ଘଟଣାରୁ ଜଣାପଡିଛି ଯେ, ଉତ୍ତର ପ୍ରଦେଶର ଝାନ୍ସି ଜିଲ୍ଲାର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ଶିଶୁ ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ହଠାତ ଉଦ୍ଧାର କରାଯାଇପାରି ନ ଥିଲା। ଫଳରେ ୧୦ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ସର୍ଟ ସର୍କିଟ ଯୋଗୁଁ ଏହି ଆଗ୍ନିକାଣ୍ଡ ହୋଇଥିବାର ଅନୁମାନ କରାଯାଇଛି। ଉତ୍ତର ପ୍ରଦେଶ ସରକାର ଏହି ଅଗ୍ନିକାଣ୍ଡର ତଡନ୍ତ ନିର୍ଦ୍ଦେଶ ଦେଇଛନ୍ତି।