Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ କାହିଁକି ରଖାଯାଏ ‘ପାନ ମଧୁରୀ ଏବଂ ମିଶ୍ରି’?

ଜୀବନଶୈଳୀ: ଆପଣ ନିଶ୍ଚିତ ଭାବରେ କିଛି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପରିଦର୍ଶନ କରିଥିବେ ଏବଂ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏକ ପାତ୍ରରେ ପାନ ମଧୁରୀ ଏବଂ ମିଶ୍ରୀ ଟେବୁଲ ଉପରେ ସର୍ବଦା ରଖାଯାଏ। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ପାନ ମଧୁରୀ ଏବଂ ମିଶ୍ରୀକୁ ଟେବୁଲ ଉପରେ ରଖିବାର କାରଣ କ’ଣ? କିଛି ଲୋକ ଭାବନ୍ତି ଯେ ‘ଟିପ୍’ ଦେବା ପାଇଁ ପାନ ମଧୁରୀ ଏବଂ ମିଶ୍ରୀକୁ ପାତ୍ରରେ ରଖାଯାଇଥାଇପାରେ। କେତେକ ବିଶ୍ୱାସ କରନ୍ତି ଯେ, ପାଟି ସତେଜ କରିବା ପାଇଁ ଖାଦ୍ୟ ଖାଇବା ପରେ ଏହାକୁ ରଖାଯାଏ। ପାନ ମଧୁରୀ ଏବଂ ମିଶ୍ରୀ ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। ଆସନ୍ତୁ ଜାଣିବା ଏହା କରିବା ପଛରେ ପ୍ରକୃତ କାରଣ କ’ଣ?

ବାସ୍ତବରେ ମିଶ୍ରି ଦାନା ଚିନି ଅପେକ୍ଷା ବହୁତ ହାଲୁକା। ଚିନି ତୁଳନାରେ ଏଥିରେ ଥିବା ମିଠା ମଧ୍ୟ କମ୍ ଅଟେ। ଉତ୍ତମ ହଜମ ବଜାୟ ରଖିବା ପାଇଁ ଏହା କାମ କରେ।

ପାନ ମଧୁରୀ ଏବଂ ମିଶ୍ରି କାହିଁକି ରଖାଯାଏ?:

୧. ହଜମ ପ୍ରକ୍ରିୟାକୁ ମଜବୁତ ରଖେ: ପାନ ମଧୁରୀ ଏବଂ ମିଶ୍ରିକୁ ଏକାଠି ଖାଇବା ଭଲ ହଜମ କରିବାରେ ସାହାଯ୍ୟ କରିଥାଏ। ଫାଇବର, ଭିଟାମିନ୍ ଏବଂ କ୍ୟାଲସିୟମ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ। ଏହା ବ୍ୟତୀତ ଅନେକ ଔଷଧୀୟ ଗୁଣ ମଧ୍ୟ ଥାଏ। ଯେତେବେଳେ ଆପଣ ଖାଦ୍ୟ ଖାଇବା ପରେ ଏହାକୁ ଖାଆନ୍ତି, ହଜମ ଶୀଘ୍ର ହୋଇଯାଏ।

୨. ରକ୍ତହୀନତା ହେବ ନାହିଁ: ପାନ ମଧୁରୀ ଏବଂ ମିଶ୍ରିର ମିଶ୍ରଣ ଶରୀରରେ ରକ୍ତହୀନତାକୁ ଅନୁମତି ଦିଏ ନାହିଁ। ଖାଦ୍ୟ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ହେମୋଗ୍ଲୋବିନର ସ୍ତର ସଠିକ୍ ରହିଥାଏ।

୩. ରୋଗ ପ୍ରତିରୋଧକ ଶକ୍ତି: ଯଦି ଆପଣଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ତେବେ ପାନ ମଧୁରୀ ଏବଂ ମିଶ୍ରିର ଏହି ସୁସ୍ଥ ମିଶ୍ରଣ ଆପଣଙ୍କ ପାଇଁ ଏକ ସହଜ ବିକଳ୍ପ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

୪. ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳେ: ପାନ ମଧୁରୀ ଏବଂ ମିଶ୍ରି ଏକ ‘ମାଉଥ ଫ୍ରେନ୍ସର’ ଭାବରେ କାମ କରେ। ଏହାକୁ ଖାଇଲେ ପାଟିରୁ ଆସୁଥିବା ଗନ୍ଧରୁ ମୁକ୍ତି ମିଳିଥାଏ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ କାହିଁକି ରଖାଯାଏ ‘ପାନ ମଧୁରୀ ଏବଂ ମିଶ୍ରି’?

ଜୀବନଶୈଳୀ: ଆପଣ ନିଶ୍ଚିତ ଭାବରେ କିଛି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପରିଦର୍ଶନ କରିଥିବେ ଏବଂ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏକ ପାତ୍ରରେ ପାନ ମଧୁରୀ ଏବଂ ମିଶ୍ରୀ ଟେବୁଲ ଉପରେ ସର୍ବଦା ରଖାଯାଏ। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ପାନ ମଧୁରୀ ଏବଂ ମିଶ୍ରୀକୁ ଟେବୁଲ ଉପରେ ରଖିବାର କାରଣ କ’ଣ? କିଛି ଲୋକ ଭାବନ୍ତି ଯେ ‘ଟିପ୍’ ଦେବା ପାଇଁ ପାନ ମଧୁରୀ ଏବଂ ମିଶ୍ରୀକୁ ପାତ୍ରରେ ରଖାଯାଇଥାଇପାରେ। କେତେକ ବିଶ୍ୱାସ କରନ୍ତି ଯେ, ପାଟି ସତେଜ କରିବା ପାଇଁ ଖାଦ୍ୟ ଖାଇବା ପରେ ଏହାକୁ ରଖାଯାଏ। ପାନ ମଧୁରୀ ଏବଂ ମିଶ୍ରୀ ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। ଆସନ୍ତୁ ଜାଣିବା ଏହା କରିବା ପଛରେ ପ୍ରକୃତ କାରଣ କ’ଣ?

ବାସ୍ତବରେ ମିଶ୍ରି ଦାନା ଚିନି ଅପେକ୍ଷା ବହୁତ ହାଲୁକା। ଚିନି ତୁଳନାରେ ଏଥିରେ ଥିବା ମିଠା ମଧ୍ୟ କମ୍ ଅଟେ। ଉତ୍ତମ ହଜମ ବଜାୟ ରଖିବା ପାଇଁ ଏହା କାମ କରେ।

ପାନ ମଧୁରୀ ଏବଂ ମିଶ୍ରି କାହିଁକି ରଖାଯାଏ?:

୧. ହଜମ ପ୍ରକ୍ରିୟାକୁ ମଜବୁତ ରଖେ: ପାନ ମଧୁରୀ ଏବଂ ମିଶ୍ରିକୁ ଏକାଠି ଖାଇବା ଭଲ ହଜମ କରିବାରେ ସାହାଯ୍ୟ କରିଥାଏ। ଫାଇବର, ଭିଟାମିନ୍ ଏବଂ କ୍ୟାଲସିୟମ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ। ଏହା ବ୍ୟତୀତ ଅନେକ ଔଷଧୀୟ ଗୁଣ ମଧ୍ୟ ଥାଏ। ଯେତେବେଳେ ଆପଣ ଖାଦ୍ୟ ଖାଇବା ପରେ ଏହାକୁ ଖାଆନ୍ତି, ହଜମ ଶୀଘ୍ର ହୋଇଯାଏ।

୨. ରକ୍ତହୀନତା ହେବ ନାହିଁ: ପାନ ମଧୁରୀ ଏବଂ ମିଶ୍ରିର ମିଶ୍ରଣ ଶରୀରରେ ରକ୍ତହୀନତାକୁ ଅନୁମତି ଦିଏ ନାହିଁ। ଖାଦ୍ୟ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ହେମୋଗ୍ଲୋବିନର ସ୍ତର ସଠିକ୍ ରହିଥାଏ।

୩. ରୋଗ ପ୍ରତିରୋଧକ ଶକ୍ତି: ଯଦି ଆପଣଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ତେବେ ପାନ ମଧୁରୀ ଏବଂ ମିଶ୍ରିର ଏହି ସୁସ୍ଥ ମିଶ୍ରଣ ଆପଣଙ୍କ ପାଇଁ ଏକ ସହଜ ବିକଳ୍ପ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

୪. ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳେ: ପାନ ମଧୁରୀ ଏବଂ ମିଶ୍ରି ଏକ ‘ମାଉଥ ଫ୍ରେନ୍ସର’ ଭାବରେ କାମ କରେ। ଏହାକୁ ଖାଇଲେ ପାଟିରୁ ଆସୁଥିବା ଗନ୍ଧରୁ ମୁକ୍ତି ମିଳିଥାଏ।

Categories
ବିଶେଷ ଖବର ବ୍ୟବସାୟ

ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ ହୋଟେଲ କିମ୍ବା ରେସ୍ତୋରାଁ: ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି। କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ। ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ କୁହାଯିବ । ସେବା ଶୁଳ୍କ ସଂଗ୍ରହ ଆଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ। ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ।

କୌଣସି ହୋଟେଲ କିମ୍ବା ରେସ୍ତୋରାଁ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଉପଭୋକ୍ତା ଦେଖିଲେ, ସମ୍ପୃକ୍ତ ହୋଟେଲ କିମ୍ବା ରେସ୍ତୋରାଁକୁ ବିଲ ପରିମାଣରୁ ସେବା ଶୁଳ୍କ ବାଦ୍‌ ଦେବାକୁ ଅନୁରୋଧ କରିପାରିବେ। ଏଥିସହିତ ଉପଭୋକ୍ତା ଜାତୀୟ ହେଲ୍ପଲାଇନ (ଏନସିଏଚ)ରେ ୧୯୧୫କୁ କଲ କରିପାରିବେ କିମ୍ବା ଏନସିଏଚ୍‌ ମୋବାଇଲ ଆପ୍‌ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ମାମଲା ପୂର୍ବରୁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଏହା କାମ କରିଥାଏ।

ଉପଭୋକ୍ତା ଅନୁଚିତ ବ୍ୟବସାୟ କାର୍ଯ୍ୟ ପଦ୍ଧତି ବିରୋଧରେ ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇ ପାରିବ। ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଅଭିଯୋଗ ସମାଧାନ ଲାଗି ଇ-ଦାଖଲ ପୋର୍ଟାଲ www.e-daakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତିରେ ଅଭିଯୋଗ ଦାଖଲ କରାଯାଇପାରିବ। ଏଥିସହିତ ଯାଞ୍ଚ ଏବଂ ସିସିପିଏ ଦ୍ବାରା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଉପଭୋକ୍ତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ସିସିପିଏକୁ [email protected]. ଇ-ମେଲରେ ଅଭିଯୋଗ ପଠାଯାଇ ପାରିବ। ସେବା ଶୁଳ୍କ ଲାଗୁ କରିବା ସମ୍ପର୍କରେ ଉପଭୋକ୍ତାଙ୍କ ଦ୍ବାରା ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନସିଏଚ)ରେ ଅନେକ ଅଭିଯୋଗ ଦାଖଲ କରାଯାଇଛି। ରେସ୍ତୋରାଁଗୁଡ଼ିକ ବାଧ୍ୟତାମୂଳକ ଭାବେ ସେବା ଶୁଳ୍କ ଲାଗୁ କରିବା, ସ୍ବତଃପ୍ରବୃତ୍ତ ଭାବେ ବିଲରେ ସେବା ଶୁଳ୍କକୁ ଯୋଡ଼ିବା, ଏପରି ଶୁଳ୍କ ପଇଠ କରିବା ଇଚ୍ଛାଧୀନ, ବିକଳ୍ପ ଆଧାରିତ ବୋଲି ଗ୍ରାହକଙ୍କୁ ଠିକ୍‌ ଭାବେ ସଚେତନ ନକରିବା ଏବଂ ସେବା ଶୁଳ୍କ ପଇଠ କରିବାକୁ ରାଜି ନହେଲେ ଉପଭୋକ୍ତାଙ୍କୁ ଶୋଷଣ କରିବା ଭଳି ଅଭିଯୋଗ ଏଥିରେ ସାମିଲ ରହିଛି।

ସେବା ଶୁଳ୍କ ସଂକ୍ରାନ୍ତ ବିଭିନ୍ନ ମାମଲାରେ ଉପଭୋକ୍ତା ଆୟୋଗ ଉପଭୋକ୍ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଏବଂ ଏଭଳି ଶୁଳ୍କ ଆଦାୟକୁ ଅନୁଚିତ ବ୍ୟବସାୟିକ ପଦ୍ଧତି ଏବଂ ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଘରେ ସବୁଦିନ ଖାଉଥିବା ଓଡ଼ିଆ ଖାଦ୍ୟ ହେଉଛି ଆମର ସବୁଠୁ ବଡ ବ୍ରାଣ୍ଡ ଓ ପରିଚୟ

ପ୍ରିୟ ରଞ୍ଜନ ସାହୁ

ନବେ ଦଶକରେ ଦିଲ୍ଲୀରେ ମୁଁ କାର୍ଯ୍ୟରତ ଥିଲି ଦଶ ବର୍ଷରୁ ଉର୍ଦ୍ଧ୍ଵ। ଅବିବାହିତ ଜୀବନ।  ଖାଇବାର କିଛି ଠିକ ଠିକଣା ନଥିଲା। କେତେବେଳେ ଘରେ ରୋଷେଇ ବା କେତେବେଳେ ବାହାରେ ଖାଇବା ହେଉଥିଲା। ବେଳେବେଳ ଘର ଖାଦ୍ୟ ଖାଇବାକୁ ମନ କରୁଥିଲା।

କିନ୍ତୁ ଦିଲ୍ଲୀରେ ଓଡ଼ିଆ ଖାଦ୍ୟ କୌଣସି ହୋଟେଲ କିମ୍ବା ରେସ୍ତୋରାଁ ରେ ମିଳୁ ନ ଥିଲା।  ଓଡ଼ିଆ ଖାଦ୍ୟ ଖାଇବାକୁ ହେଲେ ଓଡିଶା ଭବନ କିମ୍ବା ଜଗନ୍ନାଥ ମନ୍ଦିର ଯିବାକୁ ପଡୁଥିଲା।

କିନ୍ତୁ ଦିଲ୍ଲୀରେ ଦକ୍ଷିଣ ଭାରତୀୟ ଖାଦ୍ୟ ସବୁଆଡେ ଉପଲବ୍ଧ ହେଉଥିଲା। ସବୁଆଡେ ସାଉଥ ଇଣ୍ଡିଆନ ରେସ୍ତୋରାଁ। କେବଳ ଦିଲ୍ଲୀ ନୁହେଁ, ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରଭାବ ଆପଣମାନେ ଦେଶର ସବୁ ଜାଗାରେ ଦେଖିବାକୁ ପାଇବେ। ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଇତ୍ୟାଦି ସହରମାନଙ୍କରେ ଆମେ ସାଉଥ ଇଣ୍ଡିଆନ ରେସ୍ତୋରାଁ ଦେଖିବାକୁ ପାଉ।

ଦକ୍ଷିଣ ଭାରତୀୟ ଖାଦ୍ୟର ବିଶେଷତ୍ଵ କଣ ? ମତେ ଯଦି ପଚାରିବେ, ଦକ୍ଷିଣ ଭାରତୀୟ ଖାଦ୍ୟ ମୋର ଭାରି ପ୍ରିୟ। କାହିଁକିନା ସେ ଖାଦ୍ୟର ସରଳତା ହେଉଛି ତାହାର ସବୁଠୁ ବଡ ଆକର୍ଷଣ। ବଡା, ଦୋସା, ଇଡ଼ଲି ସାମ୍ବର ଭଳି ବ୍ୟଞ୍ଜନ ଦକ୍ଷିଣ ଭାରତୀୟ ଘରମାନଙ୍କରେ ସବୁଦିନିଆ ଆହାର ଏବଂ ଠିକ ସେହି ଜିନିଷ ଗୁଡିକ ସେମାନଙ୍କ  ରେସ୍ତୋରାଁ ମାନଙ୍କରେ ମଧ୍ୟ ଉପଲବ୍ଧ ହୋଇଥାଏ।

ଠିକ ସେହିଭଳି ଆମ ଓଡ଼ିଆ ଖାଦ୍ୟ  ମଧ୍ୟ ବହୁତ ସରଳ ଓ ସୁସ୍ୱାଦୁ। ଡାଲମା, ଘାଣ୍ଟ, ଶାଗ, ବଡିଚୂରା, ମାଛ ତରକାରୀ ପ୍ରଭୃତି ଓଡ଼ିଶାରେ ଯେମିତି ତିଆରି ହୁଏ ବୋଧହୁଏ ଭାରତର ଅନ୍ୟ କୌଣସି ଜାଗାରେ ହେଉନଥିବ। ପଶ୍ଚିମ ଓଡ଼ିଶାର ବିଶେଷ ବ୍ୟଞ୍ଜନ ଆମ୍ବିଳ ବା ଦୁଲଡୁଲା ବା ଲେଥା ଯେଉଁଟା ଗୋଟିଏ ସ୍ୱାସ୍ଥ୍ୟକର ଭେଜିଟେଵଲ ସୁପ, ମହାରାଷ୍ଟ୍ର, ଗୁଜରାଟ ବା ପଂଜାବୀ କଢି ଠାରୁ ସ୍ୱାଦ ଏବଂ ଉତ୍କର୍ଷରେ କୌଣସି ଗୁଣରେ କମ ନୁହେଁ।

ଆମର ବିଭିନ୍ନ ସହରର ଷ୍ଟ୍ରୀଟ ଫୁଡ଼ ଯଥା କଟକର ଦହିବରା ଆଳୁଦମ, ସମ୍ବଲପୁରର ସିଙ୍ଗଡ଼ା ଓ ଚାଟ, ଢେଙ୍କାନାଳର ବରା, ସୋନପୁରର ଚାଉଳବରାର ସ୍ୱାଦ ଖୁବ ନିଆରା। ମୁଁ ଓଡ଼ିଶାର ଅନନ୍ୟ ମିଷ୍ଟାନ୍ନ ଗୁଡିକର କଥା ଏଠି କହୁନାହିଁ।

 

କିନ୍ତୁ ଏହିସବୁ ଆକର୍ଷଣୀୟ ଓ ସୁସ୍ଵାଦୁ ଖାଦ୍ୟର ଭଣ୍ଡାର ଏଠି ଥାଇ ମଧ୍ୟ ଓଡିଶା ଖାଦ୍ୟ ବାହାରେ ଏତେ ଜଣାଶୁଣା ନୁହେଁ କାହିଁକି ? ଯଦିଓ ଓଡିଶା ଭିତରେ  ଆମେ ଅନେକ ସାଉଥ ଇଣ୍ଡିଆନ, ପଂଜାବୀ ଓ ମାରୱାଡି ବାସା ଖାଦ୍ୟ ବିଷୟରେ ଖୁବ ଅବଗତ ଅଛୁ।

ମୋର ମନେ ହୁଏ ଆମେ ଖାଦ୍ୟର ଉତ୍କର୍ଷ ବିଷୟରେ କେବେ ବାହାର ଲୋକଙ୍କୁ ଅବଗତ କରେଇବାକୁ ଚେଷ୍ଟା କରି ନାହୁଁ। ଏ କ୍ଷେତ୍ରରେ ଅନ୍ୟ ପୂର୍ବ ଭାରତୀୟ ମାନଙ୍କ ଭଳି ଆମର ଚାକିରୀ କେନ୍ଦ୍ରିକ ମାନସିକତାକୁ ମୁଁ ଦାୟୀ କରିବି। ଆମର ଉଦ୍ୟୋଗୀ ମନୋଭାବର ଅଭାବ ଯୋଗୁଁ ଆମେ ଓଡ଼ିଆ ଖାଦ୍ୟର ଠିକ ବ୍ରାଣ୍ଡିଙ୍ଗ କରିପାରିନାହୁଁ।

ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରସାରକୁ ଆମେ ଉଦାହରଣ ଭାବରେ ନେଇପାରିବା। ଆମେ ଉଡୁ଼ପି, କର୍ଣ୍ଣାଟକ ବ୍ରାଣ୍ଡରେ ଭୋଜନାଳୟ ସମୂହ (ଚେନ) ଦେଶର ବିଭିନ୍ନ ସ୍ଥାନରେ ଦେଖୁ, କାହିଁକି ସେହି ଅଞ୍ଚଳ  ଗୁଡିକର ଲୋକମାନେ ଦକ୍ଷିଣ ଭାରତୀୟ ଖାଦ୍ୟ ବ୍ୟବସାୟ ରେ ଅଛନ୍ତି। ମୁମ୍ବାଇରେ କର୍ଣ୍ଣାଟକ ଅଞ୍ଚଳର ସେଟ୍ଟୀ ସମ୍ପ୍ରଦାୟ  ରେସ୍ତୋରାଁ ବ୍ୟବସାୟ ରେ ବହୁତ ସକ୍ରିୟ।

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଆମେ ନିଜେ କରିପାରିବା। ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ରେସ୍ତୋରାଁ ସମୂହ ଓଡିଶା ଓ ଓଡିଶା ବାହାରେ ସୁପର ହିଟ ହେବ, ଏ ବିଷୟରେ ମୁ ନିଶ୍ଚିତ। ଏଇ  କିଛି ବର୍ଷ ମଧ୍ୟରେ ସେଭଳି ଅନେକ ଭୋଜନାଳୟ ଅବଶ୍ୟ ହେଲାଣି।

ଓଡ଼ିଶାରେ ବିଶ୍ୱକପ ହକି ସମୟରେ ଅନେକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଓଡ଼ିଆ ଖାଦ୍ୟ ବିଷୟରେ ଆଗ୍ରହ ସହିତ ଚର୍ଚ୍ଚା କରୁଥିବା ଓ ସେଭଳି ଖାଦ୍ୟ ପରିବେଷଣ କରୁଥିବା ଭୋଜନାଳୟ ଖୋଜୁଥିବା ମୁଁ ଦେଖିଲି। ନିଜକୁ ଗର୍ବିତ ମନେ କଲି।

ଆମେ ମାନେ ରଖିବା ଉଚିତ ଯେ ଯେଉଁ ଖାଦ୍ୟ ଆମେ ସାଧାରଣତଃ ଘରେ ଖାଉ, ସେହି ଖାଦ୍ୟ ଆମ ଓଡିଶାର ସବୁଠୁ ବଡ ବ୍ରାଣ୍ଡ।

Categories
ବିଶେଷ ଖବର

ପରିବର୍ତ୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍‌ଚର ସିରିଜ୍‌ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଲେକ୍‌ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର୍ ପ୍ରୋଗ୍ରେସନ୍ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍ ହୋଟେଲ୍‌ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା । ଏହି ସିରିଜ୍‌ରେ ବକ୍ତା ଭାବେ ତାଜ୍ ହୋଟେଲ୍‌ସ ରିସୋର୍ଟସ୍ ଆଣ୍ଡପ୍ୟାଲେସେସ୍‌ର ଲର୍ନିଂ, ଡେଭଲପ୍‌ମେଂଟ ଆଣ୍ଡ ଏମ୍ପଲୟୀ ଏନ୍‌ଗେଜ୍‌ମେଂଟ ବିଭାଗର ସହ ଉପ-ସଭାପତି ଶ୍ରୀମତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କାର୍ଯ୍ୟ କରାଯିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ବର୍ତ୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତେଣୁ ଆମ ଗ୍ରୁପ୍ ଏ ଦିଗରେ ବେଶ ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତ୍ତମାନ ଜରୁରୀ । ଆମ ହୋଟେଲ୍ ଗୁଡ଼ିକରେ ଚେକ୍‌-ଇନ୍ ଏବଂ ଚେକ୍‌-ଆଉଟ୍ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି ।

ଲବି, ରେଷ୍ଟୁରାଂଟ ଏବଂ ବାଂକ୍ୱେ୍‌ଟ ହଲ୍‌ର ଡିଜାଇନ୍‌ଗୁଡ଼ିକୁ ପରିର୍ବତନ କରାଯାଇଥିବା ବେଳେ ଆମ ଅତିଥି ମାନେ ସେମାନଙ୍କ ପ୍ରିୟ ଖାଦ୍ୟଗୁଡ଼ିକ ଆଇକନିକ୍ ତାଜ୍ ରେଷ୍ଟୁରାଂଟ୍‌ସରୁ ଅର୍ଡର କରିପାରିବେ ସେହି ବ୍ୟବସ୍ଥା କରାଯାଇଛି ।

ଉଦୟପୁରସ୍ଥିତ ୱଣ୍ଡର୍ ସିମେଂଟ ଲିମିଟେଡ୍‌ର ଫୁଡ୍ ଆଣ୍ଡ ବେଭରେଜେସ୍‌ର ଜେନେରାଲ୍ ମ୍ୟାନେଜର ଶ୍ରୀ ସୀତାରମ ଚନ୍ଦ୍ର ମୂର୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, କ୍ୟାଟରିଂ, ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍‌ର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ମତବ୍ୟକ୍ତ କରିଥିଲେ । ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଲେକ୍‌ଚର୍‌ର ଶୀର୍ଷକ ଥିଲା “ରି-ଇଞ୍ଜିନିୟରିଂ ସ୍କିଲ୍ସ ଫର୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଇନ୍ ଦ ଚେଞ୍ଜିଙ୍ଗ୍ ସିନାରିଓ” ଅର୍ଥାତ୍ ହୋଟେଲ୍ ଶିଳ୍ପର କୌଶଳଗୁଡ଼ିକ ବର୍ତମାନ ପରିସ୍ଥିତିରେ ପରିବର୍ତ୍ତନ କରିବା ଜରୁରୀ । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ସ୍କିଲ୍ କାଉନ୍‌ସିଲ୍‌ର ସ୍କିଲ୍ କମ୍ପିଟିସନ୍‌, ଆଣ୍ଡ ଇଣ୍ଡଷ୍ଟି କନେକ୍ଟର ମୁଖ୍ୟ ସେଫ୍ ବିବେକ୍ ସାଗର, ବେଙ୍ଗାଲୁରୁ ସ୍ଥିତ କଫି ଡେ ଗ୍ଲୋବାଲ୍ ଲିମିଟେଡ୍‌ର ସିନିୟର୍‌ ଜେନେରାଲ୍ ମ୍ୟାନେଜର ଶ୍ରୀ ସୁବ୍ରୋତୋ ଲାହିରି ଏବଂ ସାବିତ୍ରିବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଂଟ୍ ସାଇନ୍ସ ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଦୀପା ପ୍ରସାଦ ଭେଙ୍କଟରମଣ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ।

ଏହି ଦୁଇଟି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍‌ରେ ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍ ପ୍ରଫେସର ସସ୍ମିତା ମହାନ୍ତି ଏବଂ ଆସିଷ୍ଟାଂଟ ପ୍ରଫେସର ମୌଉ ରାୟ ସଂଚାଳନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ଅଂଶୁମାନ୍ ସାମଲ୍‌ ଏବଂ ଆସିଷ୍ଟାଂଟ ପ୍ରଫେସର ସଂଘମିତ୍ରା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ହୋଟେଲ୍ ଶିଳ୍ପ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏସ୍‌ଏଚ୍‌ଏମ୍ ପକ୍ଷରୁ ସାତୋଟି ୱେବିନାର୍ ଆୟୋଜିତ ହୋଇଯାଇଛି ।