Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫଏଫଆଇ ୨୦୨୪ରେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ପାଞ୍ଚଟି ସିଲେକ୍ସନ

ନୂଆଦିଲ୍ଲୀ: ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ମନୋରଞ୍ଜନ ଶିଳ୍ପର ବିକଶିତ ଗତିଶୀଳତାକୁ ଗ୍ରହଣ କରି ସିନେମା ଉତ୍କର୍ଷତାକୁ ପାଳନ କରିବାର ପରମ୍ପରା ଜାରି ରଖିଛି। ଡିଜିଟାଲ ବିଷୟବସ୍ତୁରେ ସୃଜନଶୀଳତାର ବୃଦ୍ଧିକୁ ସ୍ୱୀକାର କରି ୫୪ତମ ସଂସ୍କରଣରେ ଆରମ୍ଭ ହୋଇଥିବା ଶ୍ରେଷ୍ଠ ୱେବ୍ ସିରିଜ୍ (ଓଟିଟି) ପୁରସ୍କାର ଓଟିଟି ପ୍ଲାଟଫର୍ମରେ ଉତ୍କୃଷ୍ଟ କାହାଣୀକୁ ସମ୍ମାନିତ କରିବାରେ ଏକ ପରିବର୍ତ୍ତନଶୀଳ ମାଇଲଖୁଣ୍ଟ।

ଚଳିତ ବର୍ଷ ୧୦ଟି ପ୍ରମୁଖ ଓଟିଟି ପ୍ଲାଟଫର୍ମରେ ୪୦% ରୁ ଅଧିକ ଆବେଦନ ସହିତ ଏହି ପୁରସ୍କାର ତ୍ୱରାନ୍ୱିତ ହେଉଛି ଏବଂ ଅଧିକ ଲୋକପ୍ରିୟ ହେଉଛି। ଏହା ଭାରତର ମନୋରଞ୍ଜନ ଇକୋସିଷ୍ଟମରେ ୱେବ ଆଧାରିତ ବିଷୟବସ୍ତୁର ବଢୁଥିବା ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ଚଳିତ ବର୍ଷ ୫ଟି ୱେବ୍ ସିରିଜ୍ କୁ ସେମାନଙ୍କର କଳାତ୍ମକ ପ୍ରତିଭା, କାହାଣୀ କୌଶଳ, ବୈଷୟିକ ଉତ୍କର୍ଷତା ଏବଂ ସାଂସ୍କୃତିକ ପ୍ରଭାବ ପାଇଁ ଚୟନ କରାଯାଇଛି।

୧- କୋଟା ଫ୍ୟାକ୍ଟୋରି: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭାରତର କୋଚିଂ ହବ୍ ରାଜସ୍ଥାନର କୋଟାର ଉଚ୍ଚ ଚାପପୂର୍ଣ୍ଣ ଶୈକ୍ଷିକ ପରିବେଶକୁ ଅନୁସନ୍ଧାନ କରୁଥିବା ଏକ ନାଟକ। ଏହି ଧାରାବାହିକରେ ଶିକ୍ଷାଗତ ଆହ୍ୱାନର ମୁକାବିଲା କରୁଥିବା ଯୁବ ଛାତ୍ରଛାତ୍ରୀଙ୍କ ସଂଘର୍ଷ, ଆକାଂକ୍ଷା ଏବଂ ସ୍ଥିରତାକୁ ମାର୍ମିକ ଭାବରେ ଚିତ୍ରଣ କରାଯାଇଛି ।

ସୃଷ୍ଟି କରିଛନ୍ତି: ସୌରଭ ଖାନ୍ନା

ଓଟିଟି ପ୍ଲାଟଫର୍ମ: ନେଟଫ୍ଲିକ୍ସ

୨- କାଲା ପାଣି: ସୁନ୍ଦର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଆଧାରିତ ଏକ ରୋମାଞ୍ଚକର ଡ୍ରାମା। ଏହି ଧାରାବାହିକରେ ପରିବାର, ଇତିହାସ ଏବଂ ବ୍ୟକ୍ତିଗତ ଆବିଷ୍କାର ବିଷୟବସ୍ତୁକୁ ଯୋଡ଼ାଯାଇଛି, ଯାହା ଭାବନାତ୍ମକ ଗଭୀରତା ସହିତ ଏକ ଆକର୍ଷଣୀୟ କାହାଣୀ ପ୍ରଦାନ କରେ।

ସୃଷ୍ଟି କରିଛନ୍ତି: ସମୀର ସକ୍ସେନା ଏବଂ ଅମିତ ଗୋଲାନୀ

ଓଟିଟି ପ୍ଲାଟଫର୍ମ: ନେଟଫ୍ଲିକ୍ସ

୩- ଲାମ୍ପାନ୍:ଗ୍ରାମୀଣ ଭାରତରେ ଏକ ହୃଦୟସ୍ପର୍ଶୀ କାହାଣୀ, ଯେଉଁଥିରେ ଜଣେ ଛୋଟ ପୁଅର ଭାବନାତ୍ମକ ଏବଂ ସାମାଜିକ ଆହ୍ୱାନ ଉପରେ ଆଲୋକପାତ କରାଯାଇଛି। ଏହି ଧାରାବାହିକରେ ସମ୍ପ୍ରଦାୟ, ପରିଚୟ ଏବଂ ଆତ୍ମ-ସଶକ୍ତୀକରଣ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଛି, ଯାହାକୁ ଉଜ୍ଜ୍ୱଳ କାହାଣୀ ଏବଂ ସିନେମାଟିକ୍ ସୌନ୍ଦର୍ଯ୍ୟ ସହିତ ଉପସ୍ଥାପିତ କରାଯାଇଛି ।

ସୃଷ୍ଟି କରିଛନ୍ତି: ନିପୁଣ ଧର୍ମାଧିକାରୀ

ଓଟିଟି ପ୍ଲାଟଫର୍ମ: ସୋନି ଲିଭ୍

୪- ଆୟାଲି:ରକ୍ଷଣଶୀଳ ସମାଜରେ ମହିଳାଙ୍କ ଜୀବନକୁ ନେଇ ଏକ ସାମାଜିକ ସଚେତନ ନାଟକ। ଏକ ଶକ୍ତିଶାଳୀ କାହାଣୀ ମାଧ୍ୟମରେ ଏହା ପରମ୍ପରା, ସାମାଜିକ ଆଶା ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ପରିପ୍ରକାଶ କରେ ।

ସୃଷ୍ଟି କରିଛନ୍ତି: ମୁଥୁକୁମାର

ଓଟିଟି ପ୍ଲାଟଫର୍ମ: ଜି୫

୫- ଜୁବିଲି:ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗକୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଏକ ପିରିୟଡ୍ ଡ୍ରାମା। ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ନିର୍ମିତ ଏହି ସିନେମାରେ ଚଳଚ୍ଚିତ୍ର ନିର୍ମାତା ଓ ତାରକାଙ୍କ ଆକାଂକ୍ଷା, ସଂଘର୍ଷ ଓ ସ୍ୱପ୍ନକୁ ଦର୍ଶାଯାଇଛି, ଯାହାକୁ ଆକର୍ଷଣୀୟ ଭାବରେ ପ୍ରଦର୍ଶିତ କରାଯାଇଛି।

ସୃଷ୍ଟି କରିଛନ୍ତି ଷ ବିକ୍ରମାଦିତ୍ୟ ମୋଟୱାନେ

ଓଟିଟି ପ୍ଲାଟଫର୍ମ: ଆମାଜନ ପ୍ରାଇମ ଭିଡିଓ

ପୁରସ୍କାର ସମାରୋହରେ ବିଜେତା ଧାରାବାହିକର ନିର୍ଦ୍ଦେଶକ, ନିର୍ମାତା ଏବଂ ପ୍ରଯୋଜକଙ୍କ ସହ ସଂପୃକ୍ତ ଓଟିଟି ପ୍ଲାଟଫର୍ମକୁ ସମ୍ମାନିତ କରାଯିବ। ଉଲ୍ଲେଖନୀୟ ଅବଦାନ ପାଇଁ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ଭାରତର ଓଟିଟି ବିପ୍ଳବ ପାଇଁ ଏକ ଉତପ୍ରେରକ

ଏହି ପୁରସ୍କାର ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଆଇଏଫ୍ଏଫ୍ଆଇର ପ୍ରତିବଦ୍ଧତାକୁ ଆହୁରି ବଢ଼ାଇଛି। ଭାରତୀୟ ଭାଷାରେ ଉଚ୍ଚମାନର ବିଷୟବସ୍ତୁ ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ ନିର୍ମାତା ଏବଂ ପ୍ଲାଟଫର୍ମ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରି ଆଇଏଫ୍ଏଫ୍ଆଇ ଭାରତକୁ ଡିଜିଟାଲ କାହାଣୀର ଏକ କେନ୍ଦ୍ର ଭାବରେ ଅବସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି।

ପାରମ୍ପରିକ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ଗତିଶୀଳ ଓଟିଟି ସ୍ପେସ୍ ପର୍ଯ୍ୟନ୍ତ ବିଭିନ୍ନ ସିନେମା ଅଭିବ୍ୟକ୍ତିର ଚାମ୍ପିୟନ ଭାବରେ ମହୋତ୍ସବର ଭୂମିକାକୁ ସୁଦୃଢ଼ କରି ୫୫ତମ ଆଇଏଫ୍ଏଫ୍ଆଇ ରେ ବିଜେତା ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ “ବାରଙ୍ଗ ୧୯୯୯”

ଭୁବନେଶ୍ୱର: ୧୯ ଜୁଲାଇରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ କଞ୍ଚାଲଙ୍କାର ୱେବ୍ ସିରିଜ୍ “ବାରଙ୍ଗ ୧୯୯୯” କୁ ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରକୁ କଞ୍ଚାଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା ଓ ସିରିଜର ନିର୍ଦ୍ଦେଶକ ଅଜୟ ପାଢି ଗ୍ରହଣ କରିଛନ୍ତି।

“ବାରଙ୍ଗ ୧୯୯୯” କାହାଣୀକୁ ଖାଲି ଓଡ଼ିଶା ନୁହଁ,ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ଆମ ଦର୍ଶକ ମାନେ ଏହାକୁ ଦେଖି ବହୁତ ସାରା ଭଲ ପାଇବା ଓ ପ୍ରଶଂସା କରିଛନ୍ତି। ଏହି ସିରିଜରେ ଚିତ୍ତ ରଂଜନ ତ୍ରିପାଠୀ, ସୁକୁମାର ଟୁଡୁ ଏବଂ ସୁପ୍ରିୟା ନାୟକଙ୍କ ଜୀବନ୍ତ ଅଭିନୟକୁ ଆମ ଦର୍ଶକଙ୍କ ଭଲ ପାଇବା ଦୁଇଗୁଣିତ କରିଛି।

କଞ୍ଚା ଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କୁହନ୍ତି : ଏହି ପୁରସ୍କାର ହଉଛି ବାରଙ୍ଗ ୧୯୯୯ ସିରିଜ୍ ରେ ଜଡିତ ସମସ୍ତ କଳାକାର, ଟେକ୍ନିସିଆାନ ଓ କ୍ରିଏଟିଭ୍ ମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ପ୍ରତିଭାର ପ୍ରମାଣ। ଏହା ଭାରତୀୟ ମନୋରଞ୍ଜନ କ୍ଷେତ୍ରରେ ପ୍ରମାଣ ଦର୍ଶାଉଛି।

ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର ଜିତିବା ଆମ କଞ୍ଚା ଲଙ୍କା ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଓ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର ପାଇଁ ଆମେ ଆମର ଦର୍ଶକମାନଙ୍କୁ କୃତଜ୍ଞ ଜଣାଉଛୁ।

ଆମେ ଆମ ଦର୍ଶକଙ୍କ ପାଖରେ ଚୁକ୍ତିବଦ୍ଧ ଯେ, ଖାଲି ଓଡିଶା ନୁହଁ ସାରା ବିଶ୍ଵରେ ଆମେ ଆମ ଓଡିଶାର ସମୃଦ୍ଧ ସାଂସ୍କୃତିକ ଚିତ୍ର ଏବଂ ଆମର ସ୍ଥାନୀୟ କଳାକାରମାନଙ୍କ ଅବିଶ୍ୱସନୀୟ ପ୍ରତିଭା ଓ ଉଚ୍ଚମାନର ନିର୍ଦ୍ଦେଶନା କୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ

କଞ୍ଚା ଲଙ୍କା ବିଷୟରେ:

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ। ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘ କଞ୍ଚା ଲଙ୍କା’। ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ‘କଞ୍ଚା ଲଙ୍କା’।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯

ଭୁବନେଶ୍ଵର: ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ ‘କଞ୍ଚା ଲଙ୍କା’ ର ନୂତନ ୱେବ୍‌ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ମହାଗାଥାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ। ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ।

ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍‌ ସିରିଜ୍ ନୁହେଁ। ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି । ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢ଼ୀ ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ। ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ବେ, ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ବାସ ରଖି , ଅମ୍ରିତା ଅନବରତ ଲଢି ଚାଲନ୍ତି। ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି। ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜିଯାଏ ସାମାଜିକ ପରିବର୍ତ୍ତନର ସୂତ୍ର। ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକାରେ ଥିଲାବେଳେ, ପରଦା ରେ ଦିଶିବେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା – ନିକଟରେ ମନୋନୀତ NSD ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍‌ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ। ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ବାରଙ୍ଗରେ ଦିଶିବେ।

ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖୁଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ। ମୁମ୍ବାଇରେ କାର୍ଯ୍ୟରତ ଡିରେକ୍ଟର ଅଫ ଫୋଟୋଗ୍ରାଫୀ, ଯୁଧିଷ୍ଠିର ବେହେରାଙ୍କ ଆକର୍ଷଣୀୟ ଚିତ୍ରତ୍ତୋଳନ ଏବଂ ରଶ୍ମୀ ରଞ୍ଜନଙ୍କ ନିଖୁଣ ସମ୍ପାଦନା ନିଶ୍ଚିତ ଭାବେ ଏହି ସିରିଜ୍ କୁ ନେଇ ପାରିବ ଓଡ଼ିଶାର ଶ୍ରେଷ୍ଠ ସିରିଜ୍ ତାଲିକାରେ। ଏହି ସିରିଜ୍ ର ମଙ୍ଗ ଧରିଥିବା ନିର୍ଦ୍ଦେଶକ ଅଜୟ ପାଢ଼ୀ କହିଛନ୍ତି, “ବାରଙ୍ଗ ୧୯୯୯ ମୋ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ କାନଭାସ୍ ବହୁତ ବଡ଼ ଥିଲା ଏବଂ କାହାଣୀ ବହୁତ ରୋମାଞ୍ଚକର ଥିଲା। 90s କୁ ରୀକ୍ରିଏଟ କରିବା କଷ୍ଟ ଥିଲା କିନ୍ତୁ ବହୁତ ମଜା ଲାଗିଲା। ପୁରା ଟିମ୍ ଭରପୁର ଚେଷ୍ଟା ଏବଂ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଆମକୁ ବନେଇବାରେ ଯେତେ ମଜା ଲାଗିଛି, ଦର୍ଶକ ମାନଙ୍କୁ ଦେଖିବାରେ ମଧ୍ୟ ସେତିକି ମଜା ଲାଗିବ।

କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ ପରିଜା ଏହି ଅବସରରେ କହିଲେ, ‘‘ଏହି କାହାଣୀ ମନୋରଞ୍ଜକ ହବା ସହିତ ପ୍ରେରଣାଦାୟକ ମଧ୍ୟ। ଲୋକଙ୍କ ପାଖକୁ ଏମିତି ଗୋଟେ_କାହାଣୀ ଆଣି ପାରିଥିବାରୁ ଆମେ ବହୁତ ଉତ୍ସାହିତ। ଏହି କାହାଣୀ, କୌଣସି ଜଣେ ମହିଳାଙ୍କର ନୁହେଁ, ଏହି କାହାଣୀ ସେଇ ସବୁ ନାରୀଙ୍କର ଯିଏକି ନ୍ୟାୟ ପାଇଁ ଲଢେଇ କରିଛନ୍ତି। ଏହା ଓଡ଼ିଶାର ପ୍ରଥମ ଏବଂ ସବୁଠୁ ବଡ଼ ପଲିଟିକାଲ ଡ୍ରାମା। ଆଶା କରୁଛି ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ‘। ଏହି ୱେବ୍ ସିରିଜ୍, ଆପଣ ଦେଖି ପାରିବେ କଞ୍ଚା ଲଙ୍କା ଆପ୍ ରେ ଯାହାକି ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପେଲ୍ ଷ୍ଟୋର୍, ୱେବ୍‌ ସାଇଟ୍ ସହିତ, ଜିଓ ଟିଭି, ଐରଟେଲ୍‌ ଏକ୍ସଷ୍ଟ୍ରିମ୍, ଓ.ଟି.ଟି ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ମଧ୍ୟ ଉପଲବ୍ଧ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନେଇ ଆସୁଛି ନୂଆ ୱେବ୍ ସିରିଜ୍‌ “SIX”

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆଉ ଏକ ନୂଆ ନୂଆ ୱେବ୍ ସିରିଜ୍‌ “SIX” ଆସୁଅଛି। ଏହି ୱେବ୍‌ସିରିଜ୍‌ ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ।

ଏହାକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି: ଏହି ୱେବ୍‌ସିରିଜ୍‌ରେ ଆପଣ ମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ। ଏବେ ସବୁ ଆଡେ ଚର୍ଚା, ଏହା ଆତ୍ମ୍ୟ ହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର। ବର୍ତ୍ତମାନ ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ? ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୁହରେ। ଏବେ ତଦନ୍ତ କରୁଥିବା ପୋଲିସ କଣ କରିବ?
ଏ ମୃତ୍ୟୁ କାଣ୍ଡ ଉପରୁ ପରଦା ଉଠେଇବ? ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଘଟଣା ଉପରେ ପରଦା ଘୋଡେଇ ଦବ? ଏ ପର୍ଯ୍ୟନ୍ତ ଓଡିଶାର ସବୁଠାରୁ ବଡ ଅପରାଧିକ କାହାଣୀ ଓ ଟି ଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପଣମାନଙ୍କୁ ଭେଟି ଦବାକୁ ଯାଉଛି ୬ ନମ୍ବେମ୍ବର ୨୦୨୨ ରେ SIX।

ଏହି ୱେବସିରିଜ୍‌ ର ନିର୍ଦ୍ଦେଶକ ଧୃବାନନ୍ଦ ପଣ୍ଡା କୁହନ୍ତି: ଏ ସତ୍ୟ କାହାଣୀକୁ ଆମେ ଆମ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମକୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଛି। ଆମର ଆଶା ଓ ଭରଷା ଓଡ଼ିଶାର ସବୁଠୁ ବଡ ଅପରାଧିକ କାହାଣୀ ଆମ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିବ।

ଏହି ୱେବସିରିଜ୍‌ର କାହାଣୀ ଓ ଚିତ୍ରନାଟ୍ୟ ଅଭିଜିତ୍‌ ସିଦ୍ଧେ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଦିଲିପ୍ ବଳବନ୍ତରାୟ। ବିରଞ୍ଚି ନାୟକ, ରାଗିନୀ, ବାଦଲ ମହାନ୍ତି, ଲତାଶା, ବିଦୁସ୍ମିତା, ଉଦିତ୍‌ ଗୁରୁ, କୈଳାସ୍ ପାଣିଗ୍ରାହୀ, ବରଦା, ଅଙ୍କିତ୍,ସାଇ, ସୂର୍ଯ୍ୟକାନ୍ତ, ରଶ୍ମିତା, ଦୂର୍ଯ୍ୟଧନ, ଜୟପ୍ରକାଶ ଦାଶ ଓ ଆହୁରି ଅନେକ୍ କଳାକାର ମାନେ ଅଭିନୟ କରିଛନ୍ତି ଏହାର ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ନାୟକ।