Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ : ଅଭିଭାଷଣ ରଖିଲେ ରାଜ୍ୟପାଳ ଗଣେଶୀ ଲାଲ୍
Uncategorized

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ : ଅଭିଭାଷଣ ରଖିଲେ ରାଜ୍ୟପାଳ ଗଣେଶୀ ଲାଲ୍

February 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆରମ୍ଭ ହୋଇଯାଇଛି ବିଧାନସଭା ବଜେଟ୍ ଅଧିବେଶନ ।  ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ୍‌ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି । ନବୀନ ସରକାରଙ୍କ ଚତୁର୍ଦ୍ଦଶ ପାଳିର ଶେଷ ବଜେଟ୍‌ ଅଧିବେଶନ୍‌ରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସହିତ ଓଡ଼ିଶାର ବିକାଶର ଗାଥା ବର୍ଣ୍ଣନା କରିଛନ୍ତି ।  ରାଜ୍ୟରେ ଦ୍ରୁତଗତିରେ ଶିଳ୍ପାୟନ ବଢିବାରେ ଲାଗିଛି ବୋଲି କହିବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍‌ ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ନବୀନ ସରକାରଙ୍କ କଲ୍ୟାଣୀକାରୀ ଯୋଜନା ’ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ରାଜ୍ୟର ଗରିବ ଲୋକଙ୍କୁ ଉପକୃତ କରାଉଛି ବୋଲି କହିଛନ୍ତି । ନିକଟରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ‘କାଳିଆ’ ଚାଷୀ ଓ ଭାଗଚାଷୀଙ୍କୁ ପାଇଁ ଏକ ଉନ୍ନତ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ରାଜ୍ୟପାଳ । ସେହିପରି ‘ମମତା’ ଯୋଜନା ଜରିଆରେ ଓଡ଼ିଶାର ଗରିବ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପରୀକ୍ଷା ସହ ସୁରକ୍ଷିତ ମାତୃତ୍ବ ପାଇଁ ଏହାର କାର୍ଯ୍ୟ ଦୃଷ୍ଟାନ୍ତମୂଳକ ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଗୋପବନ୍ଧୁ ସହାୟତା ଯୋଜନା, ଆଦିବାସୀ ବହୁଳ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ସେହିପରି ଶାଳ କଳାକାରମାନଙ୍କୁ ମାସିକ ୧୨୦୦ଟଙ୍କା ଆର୍ଥିକ ସହାୟତା ସହ ଶାଳ ପତ୍ର ଉପରେ ରୟାଲିଟି ଉଚ୍ଛେଦ ଏକ ଉତ୍ତମ ପଦକ୍ଷେପ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଛନ୍ତି । ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟରେ ୨୮ଟି ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଥିବାବେଳେ ରାଜ୍ୟ ୫ଥର କୃଷିକର୍ମଣ ପୁରସ୍କାର ପାଇଛି । ରାଜ୍ୟ ପୋଲାଭରମ୍‌ ଓ ମହାନଦୀ ପାଇଁ ସରକାରଙ୍କ ସହ ଲଢେଇ ମଧ୍ୟ ଜାରି ରଖିବ ବୋଲି ରାଜ୍ୟପାଳ ଶ୍ରୀଗଣେଶୀ ଲାଲ୍‌ ତାଙ୍କ ଅଭିଭାଷଣରେ କହିଛନ୍ତି ।

Budget2019 thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଗ୍ରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦ୍ରୁତଗାମୀ କାର ଧକ୍କାରେ ୫ ମୃତ

October 25, 2025

ପୁରୀ ବୀରଗୋବିନ୍ଦପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ ଲୋକାର୍ପିତ

June 26, 2025

ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ

December 25, 2024

ଲାଲୁ ଯାଦବଙ୍କ ସହଯୋଗୀଙ୍କ ବିରୋଧରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ୨୫ କୋଟିର ସମ୍ପତ୍ତି ଜବତ

October 9, 2024
Latest News

CBI Inquiry: ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତି

November 11, 2025

ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? ଭାରରେ କଣ ଆସେ

November 11, 2025

Modi in Bhutan: ଦିଲ୍ଲୀ ବ୍ଲାଷ୍ଟ ଷଢଯନ୍ତ୍ରକାରୀଙ୍କୁ ଛଡାଯିବ ନାହିଁ, ଭୁଟାନରେ କହିଲେ ପ୍ରଧାନମନ୍ତ୍ରୀ

November 11, 2025

ପେନସନଭୋଗୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ମେଗା ଶିବିର

November 11, 2025

Islambad Bomb Blast: ଆଜି ପାକିସ୍ଥାନରେ ବଡ କାର ବିସ୍ପୋରଣ, ୧୨ ମୃତ୍ୟୁ ୨୧ ଜଣ ଆହତ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.