
କଂଗ୍ରେସ ନେତା ପ୍ରଦୀପ ଦିସାରି ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସରେ ସମର୍ଥକମାନଙ୍କ ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ସେ ଗତ ନିର୍ବାଚନରେ ଲାଞ୍ଜିଗଡ ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ପ୍ରଦୀପଙ୍କ ଯୋଗଦାନ କଳାହାଣ୍ଡି ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି କହିଛନ୍ତି। ସେହିପରି ଗତକାଲି ବାଲେଶ୍ବର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସୁଷମା ବିଶ୍ବାଳ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି।