Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»ନାରୀ କୁ ମଣିଷ ବୋଲି ଭାବୁନଥିବା ଏକ ଜଘନ୍ୟ ସଂପାଦକୀୟ
Uncategorized

ନାରୀ କୁ ମଣିଷ ବୋଲି ଭାବୁନଥିବା ଏକ ଜଘନ୍ୟ ସଂପାଦକୀୟ

October 26, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

(ସମୀକ୍ଷା ବ୍ୟୁରୋ)

ମୁଁ  ନାରୀ ଜାତିକୁ ସ୍ଵତନ୍ତ୍ର ବୋଲି ବିଶ୍ଵାସ କରେନାହିଁ। ମାନବ ମଧ୍ୟ ସ୍ଵତନ୍ତ୍ର ନୁହେଁ। ମୁଁ ହୃଦୟରେ ହରଗୌରୀ ମୂର୍ତ୍ତି ଧ୍ୟାନ କରେ। ମୁଁ ବିଶ୍ଵାସ କରେ ପୁରୁଷ ସ୍ତ୍ରୀର ଓ ସ୍ତ୍ରୀ ପୁରୁଷର ଅର୍ଦ୍ଧାଙ୍ଗ। ଉଭୟର ମିଳନରେ ପୂର୍ଣ୍ଣ ମାନବର ବିକାଶ। ପୁରୁଷ ଦେବ, ସ୍ତ୍ରୀ ଦେବୀ। ସେହି ହେତୁରୁ ସରସ୍ଵତୀ, ଅନ୍ନପୂର୍ଣ୍ଣା ସ୍ତ୍ରୀ ଭାବରେ ପୂଜା ପାଉଛନ୍ତି। ବିଦ୍ୟା, ସମ୍ପତ୍ତି, ଦେବତା, ଶ୍ରୀ, ଶୋଭା ଏସବୁ ସ୍ତ୍ରୀଲିଙ୍ଗ। ଯେଉଁଥିରେ ସୁଖ ଓ ଶାନ୍ତି, ସେସବୁ ସ୍ତ୍ରୀ ପଦବାଚ୍ୟ। ସ୍ତ୍ରୀ ଜାତି ସମାଜରେ ପ୍ରକୃତରେ ସୁଖଶାନ୍ତି ବିଧାନ କରିପାରିବେ। (ଗୋପବନ୍ଧୁ ଦାସ, ସମାଜ, ୩୦,୦୬, ୧୯୨୪)

୯୪ ବର୍ଷତଳେ ଓଡିଶାର ସବୁଠୁ ପ୍ରଗତିଶୀଳ ସମ୍ବାଦପତ୍ର “ସମାଜ”ର ଏକ ରିପୋର୍ଟ ରେ ଏହା ଥିଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବକ୍ତବ୍ୟ। ୯୪ ବର୍ଷ ପରେ ତାଙ୍କ ଦ୍ଵାରା ପ୍ରତିଷ୍ଠା ପାଇଥିବା “ସମାଜ” ଯେ ନାରୀ ବିଦ୍ଵେଷୀ ଓ ନାରୀ କୁ ଘୃଣା କଲାପରି ସଂପାଦକୀୟ ପ୍ରକାଶ କରିବ, ଏକଥା ପଣ୍ଡିତ ଗୋପବନ୍ଧୁ କେବେ କଲ୍ପନା ସୁଦ୍ଧା କରିନଥିବେ। ଗତ ରବିବାର ଦିନ ସମାଜ କାଗଜରେ ଯାହା ଲେଖା ଯାଇଛି, ତାହା କୌଣସି ସଭ୍ୟ ମଣିଷର ଭାଷା ନୁହେଁ। ନିତାନ୍ତ ସାମନ୍ତବାଦୀ, ନାରୀ ବିଦ୍ଵେଷୀ ଓ ଭୟଙ୍କର ଅମାନବୀୟ ଚିନ୍ତା ର ଏକ ଲେଖାକୁ ସମାଜ ନିଜର ସଂପାଦକୀୟ ଭାବରେ ପ୍ରକାଶ କରିଛି।

ତେବେ ଗତ କିଛିଦିନ ଧରି ଏହି ସମ୍ବାଦପତ୍ରରେ ନାରୀ ବିରୋଧୀ ଲେଖା ସବୁ ନିୟମିତ ପ୍ରକାଶ ପାଉଛି ବୋଲି କହିଛନ୍ତି, ପିୟୁସିଏଲ ର ରାଜ୍ୟ ଆବାହକ ପ୍ରମୋଦିନୀ ପ୍ରଧାନ। ଫେସବୁକ ରେ ନିଜର ପ୍ରତିକ୍ରିୟା ରଖି ପ୍ରମୋଦିନୀ ଲେଖିଛନ୍ତି-  ସେ ଖବରକାଗଜର ସଂପାଦକୀୟ, ବିଶେଷ କରି, ରବିବାର ପୃଷ୍ଠାର ସଂପାଦକୀୟରେ ନାରୀ ବିଦ୍ୱେଷୀ ଲେଖା ନିୟମିତ ପ୍ରକାଶିତ ହୋଇ ଆସୁଛି। ଅବଶ୍ୟ ଗତ ରବିବାର ସଂପାଦକୀୟରେ ବିଦ୍ୱେଷର ମାତ୍ରାଟା ଟିକେ ଅଧିକ ରହିଛି। ସମାଜର ଏହି ଲେଖାକୁ ନେଇ ସାରା ରାଜ୍ୟରେ ପ୍ରଚୁର ଆଲୋଡନ ସୃଷ୍ଟି ହେବାପରେ ମଧ୍ୟ ସମାଜ ତରଫରୁ ବିଶେଷ ପ୍ରତିକ୍ରିୟା ପ୍ରକାଶ ପାଉନି।

‘ମି ଠୁ, ଏକ ମହାମାରୀ’ ଶୀର୍ଷକ ଏହି ଲେଖାରେ ମି ଠୁ ଆନ୍ଦୋଳନ ସହ ସମ୍ପୃକ୍ତ ମହିଳା ମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯାଇଛି। ସମାଜର ସଂସ୍କାରୀ ଲେଖକ କଣ ଲେଖୁଛନ୍ତି ପଢନ୍ତୁ- “ଆରେ ମାଡାମ ଆଜ୍ଞା, ଆପଣ ତ ଠିକ ବେଳେ କାମ ଆଦାୟ କରିନେଲେ,। ଆବଶ୍ୟକ କାମର ମୂଲ୍ୟକୁ ଆପଣଙ୍କ ଯୌବନ ଓ ରୂପରେ ମଜୁରା କଲେ। ଏବେ ଏ ବିଳିବିଳା କିଆଁ। ଫେରସ୍ତ ଦେଇପାରିବେ ଆପଣ ପାଇଥିବା ସୁବିଧା? ସେ ଲେଖାରେ ଆହୁରି ଏମିତି କିଛି ବାକ୍ୟ ଅଛି, ଯାହାକୁ କୌଣସି ସଭ୍ୟ ମଣିଷ ଛପିବାକୁ ଘୃଣା କରିବ। ହେଲେ ‘ସମାଜ’ ତାକୁ ସମ୍ମାନର ସହିତ, ଅଗ୍ରାଧିକାର ଦେଇ ଛାପିଛି।

ବୋଧହୁଏ ଗୋପବନ୍ଧୁଙ୍କ ଆତ୍ମା ଉପରେ ଏ ସମ୍ପାଦକୀୟ ଆଲେଖ୍ୟଟି ଏକପ୍ରକାର କଳଙ୍କିତ ଆକ୍ରମଣ। ଏ ଲେଖାର ଲେଖକ ନିହାତି ଜଣେ, ନୀଚ ଓ ଜଘନ୍ୟ ସାମନ୍ତବାଦୀ ମଣିଷ ହୋଇଥିବେ। ଏପ୍ରକାର ବିଦ୍ଵେଷ ସୃଷ୍ଟିକାରୀ ଲେଖା ବିରୋଧରେ ଦୃଢ ପ୍ରତିବାଦ ହେବା ସହିତ ଏହା ବିରୋଧରେ ମକଦ୍ଦମା କରିବାକୁ ‘ଆଇନା’ ର ମୁଖ୍ୟ ସ୍ନେହ ମିଶ୍ର ସୂଚନା ଦେଇଛନ୍ତି। ଓଡିଶାର ବହୁ କର୍ମଜୀବି ସାମ୍ବାଦିକା ଓ ଲେଖିକା ଏ ସମ୍ପର୍କରେ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  

Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.