Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»ନାରୀ କୁ ମଣିଷ ବୋଲି ଭାବୁନଥିବା ଏକ ଜଘନ୍ୟ ସଂପାଦକୀୟ
Uncategorized

ନାରୀ କୁ ମଣିଷ ବୋଲି ଭାବୁନଥିବା ଏକ ଜଘନ୍ୟ ସଂପାଦକୀୟ

October 26, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

(ସମୀକ୍ଷା ବ୍ୟୁରୋ)

ମୁଁ  ନାରୀ ଜାତିକୁ ସ୍ଵତନ୍ତ୍ର ବୋଲି ବିଶ୍ଵାସ କରେନାହିଁ। ମାନବ ମଧ୍ୟ ସ୍ଵତନ୍ତ୍ର ନୁହେଁ। ମୁଁ ହୃଦୟରେ ହରଗୌରୀ ମୂର୍ତ୍ତି ଧ୍ୟାନ କରେ। ମୁଁ ବିଶ୍ଵାସ କରେ ପୁରୁଷ ସ୍ତ୍ରୀର ଓ ସ୍ତ୍ରୀ ପୁରୁଷର ଅର୍ଦ୍ଧାଙ୍ଗ। ଉଭୟର ମିଳନରେ ପୂର୍ଣ୍ଣ ମାନବର ବିକାଶ। ପୁରୁଷ ଦେବ, ସ୍ତ୍ରୀ ଦେବୀ। ସେହି ହେତୁରୁ ସରସ୍ଵତୀ, ଅନ୍ନପୂର୍ଣ୍ଣା ସ୍ତ୍ରୀ ଭାବରେ ପୂଜା ପାଉଛନ୍ତି। ବିଦ୍ୟା, ସମ୍ପତ୍ତି, ଦେବତା, ଶ୍ରୀ, ଶୋଭା ଏସବୁ ସ୍ତ୍ରୀଲିଙ୍ଗ। ଯେଉଁଥିରେ ସୁଖ ଓ ଶାନ୍ତି, ସେସବୁ ସ୍ତ୍ରୀ ପଦବାଚ୍ୟ। ସ୍ତ୍ରୀ ଜାତି ସମାଜରେ ପ୍ରକୃତରେ ସୁଖଶାନ୍ତି ବିଧାନ କରିପାରିବେ। (ଗୋପବନ୍ଧୁ ଦାସ, ସମାଜ, ୩୦,୦୬, ୧୯୨୪)

୯୪ ବର୍ଷତଳେ ଓଡିଶାର ସବୁଠୁ ପ୍ରଗତିଶୀଳ ସମ୍ବାଦପତ୍ର “ସମାଜ”ର ଏକ ରିପୋର୍ଟ ରେ ଏହା ଥିଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବକ୍ତବ୍ୟ। ୯୪ ବର୍ଷ ପରେ ତାଙ୍କ ଦ୍ଵାରା ପ୍ରତିଷ୍ଠା ପାଇଥିବା “ସମାଜ” ଯେ ନାରୀ ବିଦ୍ଵେଷୀ ଓ ନାରୀ କୁ ଘୃଣା କଲାପରି ସଂପାଦକୀୟ ପ୍ରକାଶ କରିବ, ଏକଥା ପଣ୍ଡିତ ଗୋପବନ୍ଧୁ କେବେ କଲ୍ପନା ସୁଦ୍ଧା କରିନଥିବେ। ଗତ ରବିବାର ଦିନ ସମାଜ କାଗଜରେ ଯାହା ଲେଖା ଯାଇଛି, ତାହା କୌଣସି ସଭ୍ୟ ମଣିଷର ଭାଷା ନୁହେଁ। ନିତାନ୍ତ ସାମନ୍ତବାଦୀ, ନାରୀ ବିଦ୍ଵେଷୀ ଓ ଭୟଙ୍କର ଅମାନବୀୟ ଚିନ୍ତା ର ଏକ ଲେଖାକୁ ସମାଜ ନିଜର ସଂପାଦକୀୟ ଭାବରେ ପ୍ରକାଶ କରିଛି।

ତେବେ ଗତ କିଛିଦିନ ଧରି ଏହି ସମ୍ବାଦପତ୍ରରେ ନାରୀ ବିରୋଧୀ ଲେଖା ସବୁ ନିୟମିତ ପ୍ରକାଶ ପାଉଛି ବୋଲି କହିଛନ୍ତି, ପିୟୁସିଏଲ ର ରାଜ୍ୟ ଆବାହକ ପ୍ରମୋଦିନୀ ପ୍ରଧାନ। ଫେସବୁକ ରେ ନିଜର ପ୍ରତିକ୍ରିୟା ରଖି ପ୍ରମୋଦିନୀ ଲେଖିଛନ୍ତି-  ସେ ଖବରକାଗଜର ସଂପାଦକୀୟ, ବିଶେଷ କରି, ରବିବାର ପୃଷ୍ଠାର ସଂପାଦକୀୟରେ ନାରୀ ବିଦ୍ୱେଷୀ ଲେଖା ନିୟମିତ ପ୍ରକାଶିତ ହୋଇ ଆସୁଛି। ଅବଶ୍ୟ ଗତ ରବିବାର ସଂପାଦକୀୟରେ ବିଦ୍ୱେଷର ମାତ୍ରାଟା ଟିକେ ଅଧିକ ରହିଛି। ସମାଜର ଏହି ଲେଖାକୁ ନେଇ ସାରା ରାଜ୍ୟରେ ପ୍ରଚୁର ଆଲୋଡନ ସୃଷ୍ଟି ହେବାପରେ ମଧ୍ୟ ସମାଜ ତରଫରୁ ବିଶେଷ ପ୍ରତିକ୍ରିୟା ପ୍ରକାଶ ପାଉନି।

‘ମି ଠୁ, ଏକ ମହାମାରୀ’ ଶୀର୍ଷକ ଏହି ଲେଖାରେ ମି ଠୁ ଆନ୍ଦୋଳନ ସହ ସମ୍ପୃକ୍ତ ମହିଳା ମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯାଇଛି। ସମାଜର ସଂସ୍କାରୀ ଲେଖକ କଣ ଲେଖୁଛନ୍ତି ପଢନ୍ତୁ- “ଆରେ ମାଡାମ ଆଜ୍ଞା, ଆପଣ ତ ଠିକ ବେଳେ କାମ ଆଦାୟ କରିନେଲେ,। ଆବଶ୍ୟକ କାମର ମୂଲ୍ୟକୁ ଆପଣଙ୍କ ଯୌବନ ଓ ରୂପରେ ମଜୁରା କଲେ। ଏବେ ଏ ବିଳିବିଳା କିଆଁ। ଫେରସ୍ତ ଦେଇପାରିବେ ଆପଣ ପାଇଥିବା ସୁବିଧା? ସେ ଲେଖାରେ ଆହୁରି ଏମିତି କିଛି ବାକ୍ୟ ଅଛି, ଯାହାକୁ କୌଣସି ସଭ୍ୟ ମଣିଷ ଛପିବାକୁ ଘୃଣା କରିବ। ହେଲେ ‘ସମାଜ’ ତାକୁ ସମ୍ମାନର ସହିତ, ଅଗ୍ରାଧିକାର ଦେଇ ଛାପିଛି।

ବୋଧହୁଏ ଗୋପବନ୍ଧୁଙ୍କ ଆତ୍ମା ଉପରେ ଏ ସମ୍ପାଦକୀୟ ଆଲେଖ୍ୟଟି ଏକପ୍ରକାର କଳଙ୍କିତ ଆକ୍ରମଣ। ଏ ଲେଖାର ଲେଖକ ନିହାତି ଜଣେ, ନୀଚ ଓ ଜଘନ୍ୟ ସାମନ୍ତବାଦୀ ମଣିଷ ହୋଇଥିବେ। ଏପ୍ରକାର ବିଦ୍ଵେଷ ସୃଷ୍ଟିକାରୀ ଲେଖା ବିରୋଧରେ ଦୃଢ ପ୍ରତିବାଦ ହେବା ସହିତ ଏହା ବିରୋଧରେ ମକଦ୍ଦମା କରିବାକୁ ‘ଆଇନା’ ର ମୁଖ୍ୟ ସ୍ନେହ ମିଶ୍ର ସୂଚନା ଦେଇଛନ୍ତି। ଓଡିଶାର ବହୁ କର୍ମଜୀବି ସାମ୍ବାଦିକା ଓ ଲେଖିକା ଏ ସମ୍ପର୍କରେ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  

Share. Facebook Twitter LinkedIn Email WhatsApp Copy Link

Related Posts

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026
Latest News

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.