
କନ୍ଦର୍ପ ବେହେରା
ନାକଟିଦେଉଳ: ରେଢାଖୋଲ ଡାକ୍ତରଖାନାକୁ ଓଡିଶା ସାମ୍ବାଦିକ ୟୁନିୟନ ତରଫରୁ ଏକ ଅକ୍ସିଜେନ୍ କନସେନ ଟ୍ରେଟର ପ୍ରଦାନ କରାଯାଇଛି। ନାକଟିଦେଉଳ ଅଂଚଳରେ ଯେଉଁ ରୋଗୀମାନେ ଅମ୍ଳଜାନ ପାଇପାରିବେ ନାହିଁ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତରି।
ସଂଘ ତରଫରୁ ନାକଟିଦେଉଳ ଡାକ୍ତରଖାନାର ଅଧିକ୍ଷକ ଡା. ଅମୂଲ୍ୟରତ୍ନ ମହନ୍ତ ଓ ଡାକ୍ତର ମାନସ ଉଦୟ ରଞନ ସାହୁଙ୍କୁ ଅକ୍ସିଜେନ୍ କନରେନ୍ଟ୍ରେଟର ପ୍ରଦାନ କରାଯାଇଥିଲା। ଏହି ପ୍ରଦାନ ଦିବସରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ଉପସ୍ଥିତ ରହି ସାମ୍ବାଦିକ ସଂଘର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବାସୁ ଫାଉଣ୍ଡେସନ୍, ବ୍ରଜରାଜନଗର ତରଫରୁ କରୋନା ରୋଗୀମାନଙ୍କ ଅଧିକ ସୁବିଧା ପାଇଁ ଅକ୍ସିଜେନ୍ ବ୍ୟାଙ୍କର ସୁବିଧା କରାଯିବ ବୋଲି ସଂଘକୁ ଦାୟିତ୍ୱ ଦିଆଯାଇଛି ବୋଲି ସଂଘ ତରଫରୁ ସୂଚନା ଦିଆଯାଇଥିଲା।
ରେଢାଖୋଲ ଓୟୁଜେ ଶାଖାର ସଭାପତି ରମାକାନ୍ତ ମହାନନ୍ଦ , ସଂପାଦକ କନ୍ଦର୍ପ ବେହେରା ଉପସଭାପତି ଜୟନ୍ତ ଖଡିରତ୍ନ, ଶଙ୍କର ପୃଷ୍ଟି, ଜିତେନ୍ଦ୍ର କୁମାର ସାହୁ, ରବିନ୍ଦ୍ର ପ୍ରଧାନ, ଶରତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।