Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ
ଆଞ୍ଚଳିକ

ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ

December 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ, ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ, ଅବସରପ୍ରାପ୍ତ ତଥା ବରିଷ୍ଠ ନାଗରିକ ସମାଜର ଅପରିହାର୍ଯ୍ୟ ବ୍ୟକ୍ତିତ୍ୱ। କିନ୍ତୁ ଆଜିର ସମାଜରେ ପୁଅମାନେ ବାପମାନଙ୍କୁ ପଚାରୁ ନାହାଁନ୍ତି। ତେଣୁ ପିତାମାତା ଭଗବାନ ସଦୃଶ, ସେ ତାଙ୍କ ନିଜର ପୁଅମାନଙ୍କୁ ପାଖରେ ରଖି ପିତାପୁତ୍ରର ସମ୍ପର୍କ ବଢାଇଛନ୍ତି।

ସଂଘର ସଭାପତି ବିଶ୍ୱନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗତ ୨୯.୦୭.୨୦୨୧ରିଖ ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୧ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ଅନୁରୋଧ କରାଯାଇଥିଲା ଏବଂ ଦୁର୍ଗାପୂଜା ଭେଟି ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘର ଅନୁରୋଧକୁ ରକ୍ଷା କରି ଓଡ଼ିଶାର ଚାରିଲକ୍ଷ କର୍ମଚାରୀ ଓ ସାଢେ ତିନିଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୧ପ୍ରତିଶତ ମହାଙ୍ଗା ଭତ୍ତା ପ୍ରଦାନ କରିଥିବାରୁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ପ୍ରକାଶଥାଉକି, ସଂଘ ବିଭିନ୍ନ ଜନସେବା କାର୍ଯ୍ୟରେ ରହିବା ସହ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛି।

ଏହି ଉତ୍ସବରେ ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ ଭୁବନେଶ୍ୱରର ସମସ୍ତ ଜୋନ୍ ଅଫିସ୍‌ର କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ତାକ୍ଷରୀ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚକାନୟନ ଭଜନ ସନ୍ଧ୍ୟା ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଉତ୍ସବକୁ ଚକ୍ରଧର ସାହୁ, ଜ୍ଞାନରଞ୍ଜନ ମହାନ୍ତି, ରମେଶ ମିଶ୍ର, ପ୍ରହଲ୍ଲାଦ ଜେନା, ଅଶୋକ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଧୀରେନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଅବସରପ୍ରାପ୍ତ କର୍ମଚାରୀ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025
Latest News

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.