Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଶିବଶଙ୍କର ଫେରିପାଇଲେ ଓମ୍‌ଫେଡ଼ ବୁଥ୍‌
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଶିବଶଙ୍କର ଫେରିପାଇଲେ ଓମ୍‌ଫେଡ଼ ବୁଥ୍‌

December 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ଶିବଶଙ୍କର ଜେନାଙ୍କ ଓମ୍‌ଫେଡ଼୍ ବୁଥ୍ ଆଚାର୍ଯ୍ୟ ବିହାରସ୍ଥିତ ଆର.ଟି.ଓ. ଅଫିସ୍ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ପ୍ରକାଶଥାଉକି ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶିବଶଙ୍କର ବାପା ଆରଟିଓ ଅଫିସ୍ ସମ୍ମୁଖରେ ଚା’ ଦୋକାନ କରି ନିଜର ଗୁରୁରାଣ ମେଣ୍ଟାଉଥିଲେ। ବାପାଙ୍କ ମୃତ୍ୟୁପରେ ଚା’ ଦୋକାନର ଦାୟିତ୍ୱ ନେଇଥିଲେ ଶିବଶଙ୍କର।

ଶିବଶଙ୍କର ଆଜକୁ ୨୦ବର୍ଷ ଧରି ଚା ଦୋକାନ କରି, ସେଥିରୁ ଉପାର୍ଜନ କରୁଥିବା ଅର୍ଥକୁ ସମାଜସେବାରେ ବିନିଯୋଗ କରିବା ସହିତ, ଗରିବ ନିଃସହାୟ ଲୋକଙ୍କ ସେବାରେ ନିୟୋଜିତ କରି ଆସୁଥିଲେ। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଗତ ଦୁଇବର୍ଷ ତଳେ ବିଏମ୍‌ସି, ବିଡ଼ିଏ, ଜିଏ ଓ ପୋଲିସ୍ ପ୍ରଶାସନର ମିଳିତ ଉଦ୍ୟମରେ ଶିବଶଙ୍କର ଚା’ ଦୋକାନଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ମାଟିରେ ମିଶିଯାଇଥିବା ଚା’ ଦୋକାନକୁ ଦେଖି ଶିବଶଙ୍କର ଗଭୀର ମର୍ମାହତ ହୋଇପଡ଼ିଥିଲେ।

ଏହାପରେ ନିରୁପାୟ ହୋଇ ଶିବଶଙ୍କର ପ୍ରଶାସନିକ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା। ପରେ ସେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାକୁ ବିଚାର କରି ଶିବଶଙ୍କରଙ୍କୁ ତାଙ୍କ ଚା ଦୋକାନକୁ ଫେରାଇ ଦେବା ପାଇଁ ବିଏମ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ବିଏମ୍‌ସିର ଅଫିସରମାନେ ଆସି ଶିବଶଙ୍କରଙ୍କୁ ଭେଟି ତାଙ୍କୁ ଦୋକାନ ତିଆରି କରିବା ପାଇଁ ଜାଗା ଚିହ୍ନଟ କରିଥିଲେ। ଚିହ୍ନଟ ପରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଶିବଶଙ୍କରକୁ ସହଯୋଗର ହାତ ବଢାଇଥିଲେ। ସେହି ଅନୁଦାନ ଅର୍ଥରେ ଶିବଶଙ୍କର ଆଜି ତାଙ୍କର ଓମ୍‌ଫେଡ଼ ବୁଥ୍‌ଟିକୁ ଭୁବନଶ୍ୱେର ମଧ୍ୟ ବିଧାୟକ ମାନ୍ୟବର ଅନନ୍ତ ନାରାୟଣ ଜେନାଙ୍କ କରକମଳରେ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଓମ୍‌ଫେଡ଼ର ମାର୍କେଟିଂ ନିର୍ଦ୍ଦେଶକ ଡ୍ୟୁରେଜ ଅହମ୍ମଦ, ସୁପରିଟେଣ୍ଡେଣ୍ଟ ମାର୍କେଟିଙ୍ଗ ଶଶିକାନ୍ତ ସ୍ୱାଇଁ, ରୋଡ଼ ଇନ୍‌ଚାର୍ଜ ଅଲେଖ ଚନ୍ଦ୍ର ମଲ୍ଲିକ, ସଦସ୍ୟ ମନୋରଞ୍ଜନ ମିଶ୍ର, ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଦିନ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ନାରୀନେତ୍ରୀ ଅନୁ ଅପା, ଉତ୍କଳ ୟୁନିଭରସିଟି ବାଣିବିହାର ସଭାପତି ତଥା ବିଜୁ ଜନତା ଦଳର ଯୁବ ସମ୍ପାଦକ ତନ୍ମୟ ସ୍ୱାଇଁ ସମାଜସେବୀ ଆର. ସନ୍ତୋଷ ଦୋରା ଏବଂ ୱାର୍ଡ଼ ନଂ-୨୯ର ୱାର୍ଡ଼କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.