Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚିଲିକା ବ୍ଲକରେ ମତ ଗଣନା, ଜନତା ଅସନ୍ତୋଷ
ଆଞ୍ଚଳିକ

ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚିଲିକା ବ୍ଲକରେ ମତ ଗଣନା, ଜନତା ଅସନ୍ତୋଷ

February 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଜୋନ ନମ୍ବର ୪ ର ଜିଲ୍ଲାପରିଷଦ ସଦସ୍ୟ ଓ ଏହି ଜୋନ ଅଧିନସ୍ଥ ମୋଟ ୬ ଟି ପଞ୍ଚାୟତ ଯଥା ହରିପୁର, ନଇରୀ, ବଉଳାବନ୍ଧ, କୁମାଣ୍ଡୋଳପାଟଣା, ବିରିବାଡି, ଆଙ୍କୁଲା, ପଞ୍ଚାୟତର ଆଜି ମତ ଗଣନା ଚାଲିଛି। ଏଥିରେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଦସ୍ୟଙ୍କର ମତ ଗଣନା ସିମୀତ ଗଣନାକାରୀଙ୍କ ସହଯୋଗରେ ଚାଲିଥିବାରୁ ଏହି ଗଣନା ସୀମାତିରିକ୍ତ ବିଳମ୍ବିତ ହୋଇ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ଆଜି ସକାଳ ୮ ରୁ ଅଦ୍ୟାବଧି ରିପୋର୍ଟ ଲେଖା ସୁଦ୍ଧା ଉପରୋକ୍ତ ୬ଟି ବିଭିନ୍ନ ପଞ୍ଚାୟତର ୪ରୁ ୫ ଟି ଓ୍ବାର୍ଡର ମତ ଗଣନା ଶେଷ ହୋଇଥିବା ବେଳେ ବିଭିନ୍ନ ପଦର ପ୍ରତି ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣନା ଶେଷ ହେବାକୁ ରାତି ପାହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ମତଗଣନା ଚାଲିଥିବା ଚିଲିକା ବ୍ଲକ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ଦୋକାନ ବଜାର, ହୋଟେଲ ବନ୍ଦ ରହିଛି। ମତଗଣନା ଶୁଣିବାକୁ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ପ୍ରାର୍ଥୀଙ୍କର ଶୁଭେଛ୍ଛୁ, ସମର୍ଥକ ଚିଲିକା ବ୍ଲକ ବାହାରେ ସାରା ଦିନ ଅପେକ୍ଷା କରି ଭୋକରେ ଛଟପଟ ହୋଇଥିଲେ।

ବ୍ଲକ ପ୍ରଶାସନ ପକ୍ଷରୁ ସମୟୋଚିତ ବିଭିନ୍ନ ପଦର ପ୍ରାର୍ଥୀଙ୍କର ଫଳାଫଳ ଗଣତି ସରିଥିବା ସୂଚନା ମିଳୁଥିଲେ ମଧ୍ୟ ଓ୍ବାର୍ଡ ମେମ୍ବର ପଦର ଫଳାଫଳ ବ୍ୟତିରକେ ଅନ୍ୟାନ୍ୟ ପଦର ଫଳାଫଳ ମାଇକ ଯୋଗେଁ ପ୍ରଚାର କରିବାକୁ ଉଦାସୀନ ରହିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ସଠିକ ସୂଚନା ପାଇବାକୁ ଅନ୍ଧାରରେ ରହିଥିଲେ।

ଏହି ସମୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ବ୍ଲକ ନୀରିକ୍ଷଣରେ ଆସିଥିବାବେଳେ ଅସନ୍ତୁଷ୍ଟ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ହସ୍ତକ୍ଷେପ ଚାହିଁ ଏବାବଦରେ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପଦର ପ୍ରାର୍ଥୀଙ୍କର ଫଳାଫଳ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ ଯୋଗେଁ ସୂଚନା ପ୍ରଦାନ କରାଯାଇଥିଲା।

ପ୍ରକାଶଥାଉକି ପାଖ ବାଣପୁର ବ୍ଲକରେ ରହିଥିବା ମତଗଣନା କେନ୍ଦ୍ରରେ ଫଳାଫଳ ଘୋଷଣା ଓ ଅନ୍ୟାନ୍ୟ ସୁବିଧା ବ୍ଲକ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ ରହିଥିବା ବେଳେ ଚିଲିକା ବ୍ଲକରେ ଫଳାଫଳ ଘୋଷଣାରେ ଅବ୍ୟବସ୍ଥା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହେଉଛି? ଆସନ୍ତାକାଲି ଓ ପରବର୍ତ୍ତୀ ଦିନ ମଧ୍ୟ ଆହୁରି ୧୧ ଟି ପଞ୍ଚାୟତର ମତଗଣନା ହେବାକୁ ଅଛି।

ଚିଲିକା ବ୍ଲକ ପରିସରରେ ମତଗଣନା ହେବାକୁ ଥିବାରୁ ଚିଲିକା ବ୍ଲକରେ ମତଗଣନା କେନ୍ଦ୍ରରେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ସମୟୋଚିତ ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାଣପୁର ବ୍ଲକ ଭଳି ସଠିକ ସୂଚନା ପ୍ରଦାନ କରିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିବେଦନ ହୋଇଛି।

ଚିଲିକା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.