Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ: ସ୍ୱାମୀ ଆର୍ଯ୍ୟବେଶ
ଆଞ୍ଚଳିକ

ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ: ସ୍ୱାମୀ ଆର୍ଯ୍ୟବେଶ

March 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତବର୍ଷରେ ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ ବୋଲି ଆଜି ବୁଦ୍ଧମନ୍ଦିରଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଆର୍ଯ୍ୟସନ୍ନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟସମାଜର ସଭାପତି ସ୍ୱାମୀ ଆର୍ଯ୍ୟବେଶ କହିଛନ୍ତି।

ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସ୍ୱାମିଜୀ ଆହୁରି କହିଲେ ଯେ, ଆଜକୁ ୧୪୭ବର୍ଷ ତଳେ ମହର୍ଷି ଦୟାନନ୍ଦ ଧର୍ମ ନାମରେ ଯେଉଁ ଅଧର୍ମ ଚାଲିଥିଲା, ତା ବିରୁଦ୍ଧରେ ଯେଭଳି ଧାର୍ମିକ ଜାଗରଣ ସୃଷ୍ଟି କଲେ ତାହା ଭାରତର ଅଗଣିତ ଜନସାଧାରଣଙ୍କ ମନକୁ ଛୁଇଁ ପାରିଥିଲା। ଆମ ଧର୍ମ ଯେ କେତେ ମହାନ୍‌, ସେ ବିଷୟରେ ସେ ସାଧାରଣ ଜନତାଙ୍କୁ ବୁଝାଇବା ପାଇଁ ଚାରିବେଦକୁ ସରଳ ଭାବେ ବାଖ୍ୟା କଲେ ଓ ସମାଜରେ ଥିବା ଜାତିପ୍ରଥା ବିରୁଦ୍ଧରେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିଥିଲେ। ଆଜକୁ ୧୪୦ ବର୍ଷ ତଳେ ମା, ତଥା ସ୍ତ୍ରୀମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସ୍ୱାମିଜୀ ଆହ୍ୱାନ ଦେଇଥିଲେ ବୋଲି ସ୍ୱାମୀ ଆର୍ଯ୍ୟବେଶ କହିଥିଲେ।

ଏହି ଅବସରରେ ରୋଟାରୀ ୩୨୬୨ ଜିଲ୍ଲାର ଗଭର୍ଣ୍ଣର, ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ଶାନ୍ତନୁ କୁମାର ପାଣି ଓ ସମାଜସେବୀ ଦିଲ୍ଲିପ ପାତ୍ରଙ୍କୁ ସ୍ୱାମିଜୀ ଉତ୍ତରୀୟ ଓ ଇଂରାଜୀ ସତ୍ୟାର୍ଥ ପ୍ରକାଶ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପାଣି କହିଲେ ଯେ, ମହର୍ଷି ୧୪୮ ବର୍ଷ ତଳେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ଆଜି ମଧ୍ୟ ତାର ଆବଶ୍ୟକତା ଅଛି। ବିଶିଷ୍ଟ ଅତିଥି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ନିର୍ବାଚିତ ସଭାପତି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଥିଲା ପ୍ରେମ ଓ କରୁଣା ତାହା ମଧ୍ୟ ବେଦର ମର୍ମବାଣୀ ବୋଲି କହିବା ସହ ଅହିଂସା ମନ୍ତ୍ର ହିଁ ବିଶ୍ୱକୁ ରକ୍ଷା କରିପାରିବ ବୋଲି କହିଥିଲେ।

ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଆଲୋଚନାର ପ୍ରମୁଖ ବକ୍ତା ଭାବରେ କହିଲେ ଯେ, ବେଦର ପ୍ରତ୍ୟେକଟି ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଅଭିପ୍ରେତ। ମଣିଷ ଜନ୍ମ ଦୁର୍ଲଭ ଜନ୍ମ, ଏହାକୁ ଠିକଣା ବାଟରେ ଲଗାଇବା ପାଇଁ ପ୍ରଭୁଙ୍କ ନିର୍ଦ୍ଦେଶକୁ ଆମେ ମାନିଲେ, କେବଳ ନିଜର ଉନ୍ନତି ହେବ ନାହିଁ, ସମାଜ ତଥା ବିଶ୍ୱର ମଙ୍ଗଳ ହେବ। ଶେଷରେ ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରିଆନ ନିରଜ କୁମାର ପଣ୍ଡାଙ୍କୁ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ। ପରିବ୍ରାଜକ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ସ୍ମରଣରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ପାଦକ ଜ୍ୟୋତି ଶଙ୍କର ମହାନ୍ତି ପରିଚାଳନା କରିଥିଲେ।

ଆର୍ଯ୍ୟସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2025

ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

September 13, 2025

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025
Latest News

ଏନଆଇଆରଏଫ-୨୦୨୫ ମାନ୍ୟତାରେ ଚତୁର୍ଦ୍ଦଶ ସ୍ଥାନ ହାସଲ କଲା ଭୁବନେଶ୍ବର ଏମ୍ସ

September 14, 2025

ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ରାଜ୍ୟପାଳ

September 14, 2025

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର

September 14, 2025

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ, ସାବଧାନ

September 14, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.