Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଂଗ୍ରେସ ସେବାଦଳ ପକ୍ଷରୁ ଗଙ୍ଗାଧର ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ
ଆଞ୍ଚଳିକ

କଂଗ୍ରେସ ସେବାଦଳ ପକ୍ଷରୁ ଗଙ୍ଗାଧର ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

April 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଜନନେତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନ୍‌ଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୬ତମ ଶ୍ରାଦ୍ଧ ଦିବସ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ କଂଗ୍ରେସ ଭବନରେ ରାଜ୍ୟ ସେବାଦଳ ମୁଖ୍ୟ ତଥା ମୁଖପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।

ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ, ଗଙ୍ଗାଧର ମହାପାତ୍ର ମଣିଷ ମାନଙ୍କ ଭିତରେ ଦେବତା ଥିଲେ। ସେ ଥିଲେ ଅଜାତଶତ୍ରୁ। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଗଙ୍ଗୁ ଭାଇନା ଭାବେ ସମ୍ବୋଧନ କରୁଥିଲେ।

ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଗଙ୍ଗାଧର ବାବୁ ଛାତ୍ର ଜୀବନରୁ ନେତା ଥିଲେ। ଖୁବ୍ କମ୍ ବୟସରୁ ସେ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ମିଶିବାର ସୌଭାଗ୍ୟ ଅର୍ଜନ କରିଥିଲେ। ପୁରୀ ମ୍ୟୁନିିିସିପାଲିଟିର ସେ ସର୍ବକନିଷ୍ଠ ଅଧ୍ୟକ୍ଷ ଥିଲେ।

ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାସ ଶ୍ରଦ୍ଧା ସୁମନ ଜଣାଇ ଗଙ୍ଗାଧର ବାବୁଙ୍କ ମନ୍ତ୍ରୀତ୍ୱ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ପ୍ରତିଷ୍ଠା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜ୍ୟୋତିଷ କୁମାର ସାହୁ ସ୍ୱାଗତ ଭାଷଣ ଓ ଶେଷରେ ମହମ୍ମଦ ସାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ, ଇଂ ବିବେକାନନ୍ଦ ପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

BJP Ads
କଂଗ୍ରେସ ସେବାଦଳ ଶ୍ରାଦ୍ଧ ଦିବସ ପାଳିତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ସ୍କୁଲ ପାଚେରୀ

October 29, 2025

ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

October 28, 2025
BJP Ads
Latest News

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ସୁନା ଦୋକାନରୁ ଚୋରି ଉଦ୍ୟମ: ଦୁଇ ଗିରଫ

October 31, 2025

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.