Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ମନୋଜ ଦାସ: ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା
ଆଞ୍ଚଳିକ

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ମନୋଜ ଦାସ: ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା

April 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ କଥା ସମ୍ରାଟ, ଭାରତବର୍ଷର ଅନନ୍ୟ କବି ପ୍ରତିଭା ପଦ୍ମଭୂଷଣ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧସଭା ପୂର୍ବତନ କୁଳପତି ପ୍ରଫେସର ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।

ସ୍ୱର୍ଗତ ମନୋଜ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବରିଷ୍ଠ ରାଜନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ଅରବିନ୍ଦ ଓ ଶ୍ରୀମାଙ୍କ ପ୍ରତି ସମର୍ପିତ ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ଛାତ୍ର ଜୀବନରୁ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଯଦି କେହି ମନୋଜ ବାବୁଙ୍କ ଜୀବନ ଉପରେ ଗବେଷଣା କରିବେ, ତାର ନିର୍ଯ୍ୟାସ ଆସିବ, ସେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ। ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଆଦର୍ଶ, ଦର୍ଶନ ଓ ବିଚାରଧାରାକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ଅହରହ ଉଦ୍ୟମ କରୁଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର, ଓଡ଼ିଆ ଭାଷା ସାହିତ୍ୟର ଉପାସକ ଗୌରହରି ଦାସ କହିଲେ ଯେ, ଶ୍ରୀ ଅରବିନ୍ଦଙ୍କ ଅତିମାନସ ସତ୍ତାକୁ ସେ ତାଙ୍କ ସାହିତ୍ୟରେ ମଧ୍ୟ ପ୍ରୟୋଗ କରିଛନ୍ତି। ତାଙ୍କ ସାହିତ୍ୟରେ ଗ୍ରାମୀଣ ଜନତାର ଦୈନନ୍ଦିନ ଜୀବନ ଠାରୁ ବିଶ୍ୱ ଇତିହାସର କଥାବସ୍ତୁକୁ ସେ ସ୍ଥାନିତ କରିଛନ୍ତି । ସେ ଜଣେ ସମନ୍ୱୟବାଦୀ ସାହିତ୍ୟିକ। ଯୁବକମାନଙ୍କୁ ପ୍ରେରଣା ଦେବା ସହ ପୌଢମାନଙ୍କ ଆବଶ୍ୟକତାକୁ ନେଇ ସେ ସାହିତ୍ୟ ସୃଷ୍ଟି କରୁଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ସହ ପଣ୍ଡିଚେରୀ ଆଶ୍ରମରେ ତାଙ୍କ ସହ ମିଶିବାର ଅନୁଭୂତି ବର୍ଣ୍ଣନା କରିଥିଲେ। ଟ୍ରଷ୍ଟର ସାଧାରଣ ସମ୍ପାଦକ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଡଃ ମନୋଜ ଦାସ ଓ ପ୍ରଫେସର ମନ୍ମଥ ନାଥ ଦାସଙ୍କ ସ୍ମୃତି ପାଇଁ ଠୋସ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କହିଥିଲେ। ଶେଷରେ ଟ୍ରଷ୍ଟି ତଥା କୋଷାଧ୍ୟକ୍ଷ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କବି, ନାଟ୍ୟକାର ରବିନ୍ଦ୍ର ନାଥ ଦାସ, ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଓ ଶ୍ରୀମତୀ ବୀଣାଦେବୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସହ ସମ୍ପାଦକ ପ୍ରଦୀପ ମହାପାତ୍ର, ବାସ୍ତୁବିତ ମନୋଜ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମନୋଜ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.