Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହୁରି ପରିବାରର ଶାରଦୀୟ ମହାମିଳନ
ଆଞ୍ଚଳିକ

ମହୁରି ପରିବାରର ଶାରଦୀୟ ମହାମିଳନ

October 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡିରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’ ପରିବାରର ଏକ ଭେଟଘାଟ ପର୍ବ ମା’ ମାଣିକେଶ୍ୱରୀଙ୍କ ପୀଠରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି।

ଦୀର୍ଘ ୧୪ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ମହୁରି’ ଏକ କବିତା ଆନ୍ଦୋଳନରୁ ଗତ ୨୦୦୭ ମସିହା, ମକର ସଂକ୍ରାନ୍ତିରେ ଭବାନୀପାଟଣାରେ ଜନ୍ମ ନେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ କରିବା ନିମନ୍ତେ ମହୁରିର ସଭାପତି ତଥା କବି ଭବାନୀଶଙ୍କର ନିଆଲ ଏକ କବିତା ପତ୍ରିକାର ପରିକଳ୍ପନା କରିଥିଲେ। ଉକ୍ତ କବିତା ପତ୍ରିକା ୨୦୦୮ ମସିହା ପୂଜା ସଂଖ୍ୟା ଭାବେ ଆତ୍ମପ୍ରକାଶ କଲା। ଏହି ପତ୍ରିକାର ସଂପାଦନା ଓ ପରିକଳ୍ପନା ଏତେ ସୁଦୃଢ଼ ଥିଲା ଯେ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଶୁଭାଶିଷ ତଥା ଆର୍ଥିକ ସହଯୋଗ ପାଇ ପାରିଥିଲା।

ସେହିପରି ଓଡ଼ିଶାର ପୁରପଲ୍ଲୀରୁ ଶହଶହ କବି ଲେଖକଙ୍କ ପତ୍ରଜନିତ ଅନୁରୋଧ ପରେ ଏହାକୁ ଏକ ଷାଣମାସିକ ସାହିତ୍ୟ ପତ୍ରିକା ଭାବେ ଜାନୁଆରୀ ୨୦୦୯ରୁ ନିୟମିତ ଆତ୍ମ ପ୍ରକାଶ କରି ଆସୁଛି। ଏଥିରେ ସାହିତ୍ୟର ସମସ୍ତ ବିଭାଗକୁ ସନ୍ନିବେଶିତ କରାଯାଉଛି। ଏହି ପତ୍ରିକା ସହ କଳାହାଣ୍ଡିର ସମସ୍ତ ବୁଦ୍ଧିଜୀବୀ ଅଳ୍ପ ବହୁତେ ସଂଶ୍ଲିଷ୍ଟ। ସମସ୍ତଙ୍କର ଆନ୍ତରିକ ସହଯୋଗ ଫଳରେ କଳହାଣ୍ଡିରୁ ପ୍ରକାଶ ପାଉଥିବା ଏହି ସାହିତ୍ୟ ପତ୍ରିକାଟି ରାଜ୍ୟର ପ୍ରମୁଖ ସାହିତ୍ୟ ପତ୍ରିକା ଭାବେ ଗତ ଏକ ଦଶନ୍ଧି ଧରି ପରିଗଣିତ ହେଉଛି।

୨୦୨୨ ମସିହାର ଶାରଦୀୟ ବିଶେଷାଙ୍କ ମା’ ମାଣିକେଶ୍ୱରୀଙ୍କ ଠାରେ ସମର୍ପଣ କରିବା ଉଦ୍ଦେଶ୍ୟରେ ମହୁରି ପରିବାର ସଦସ୍ୟ ଗଣ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକତ୍ରତ ହୋଇଥିଲେ। ମହୁରିର ଉପଦେଷ୍ଟା ତଥା ଭବାନୀପାଟଣା ପୌରପାଳିକାର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ବଳୟ ଦେହୁରି, କବି ସକିତ ରତେ, କବି ଡ. ତପନ କୁମାର ରଥ, ବିରଂଚି ନାରାୟଣ ମୁଣ୍ଡ, ସଂହିତା ରଥ, ସଂଜୀବ ପଣ୍ଡା, ସୁଧିର ସାହୁ, ଅନୂସୟା ସାହୁ, ମଧୁସ୍ମିତା ବାଗ,ଜ୍ୟୋତ୍ସ୍ନାମୟୀ ନିଆଲ, ଆବର୍ତ୍ତୀ ନିଆଲ,ସଚିନ ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ପରିବାରର ମୁଖ୍ୟ ଶ୍ରୀମତୀ ବେହେରା ମହୁରିକୁ ଅଧିକ ପାଠକ ପ୍ରିୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ସଂପାଦନା ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିଲେ ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ସୁକାନ୍ତ ସାହୁ।

କଳାହାଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026
Latest News

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯାବନ ଆହତ

July 20, 2026

“ବିଶ୍ୱକପରେ କିପରି ୧୧ଟି ମ୍ୟାଚ୍ ଖେଳିପାରିବା?”: ସିରିଜ ହାରିବା ପରେ ଅଧିନାୟକଙ୍କ ଚିନ୍ତା

July 20, 2026

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ CJPର ପ୍ରତିନିଧିମଣ୍ଡଳ: ଜାଣନ୍ତୁ କ’ଣ ହେଲା ଆଲୋଚନା?

July 20, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.