
ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ଓଜେଏସ-୨୦୨୧ର ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ସାରା ଓଡିଶାରେ ୫୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଜେଏମଏଫସି କୋର୍ଟରେ କାର୍ଯ୍ୟରତ ସରକାରୀ ଓକିଲ ସ୍ଥିତିପ୍ରଜ୍ଞା ଅମୃତ ତନୟା ମଧ୍ୟ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସାରା ଓଡ଼ିଶାରେ ୧୮ ତମ ସ୍ଥାନ ଅଧିକାର କରିଛନ୍ତି।
ସ୍ଥିତିପ୍ରଜ୍ଞା ମାତ୍ର ତିନି ମାସ ତଳେ ରାଜ୍ୟ ସରକାରଙ୍କ ଦ୍ୱାରା ସରକାରୀ ଓକିଲ ଭାବେ ଚିଲିକା ଜେଏମଏଫସି କୋର୍ଟରେ ପ୍ରଥମ ନିଯୁକ୍ତି ପାଇଥିଲେ। ତେବେ ଏହା ପୁର୍ବରୁ ସେ ଓଜେଏସ ପରୀକ୍ଷା ମଧ୍ୟ ଦେଇଥିଲେ, ଯାହାର ଫଳ ଆଜି ପ୍ରକାଶିତ ହୋଇଛି। ସ୍ଥିତିପ୍ରଜ୍ଞାଙ୍କ ନିଜ ଘର ଜଗତସିଂହପୁର ହୋଇଥିବା ବେଳେ ପିଲାଟି ଦିନରୁ ସେ ବହୁତ ମେଧାବୀ ଥିଲେ।
ଅନୁରୂପ ଭାବେ ସ୍ଥିତିପ୍ରଜ୍ଞାଙ୍କ ସ୍ୱାମୀ ମଧ୍ୟ ବର୍ତ୍ତମାନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଜେଏମଏଫସି ଭାବେ କାର୍ଯ୍ୟରତ ଅଛନ୍ତି। ସ୍ଥିତିପ୍ରଜ୍ଞାଙ୍କ ଉକ୍ତ ସଫଳତା ନିମନ୍ତେ ଚିଲିକା ଓ ବାଣପୁର କୋର୍ଟର ସମସ୍ତ କର୍ମକର୍ତ୍ତା ମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।