Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା
ଆଞ୍ଚଳିକ

ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା

November 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପଥରକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସୂଚନା ମୁତାବକ ପଥରକଟା ଗ୍ରାମର ନୀଳକଣ୍ଠ ଭୋଳଙ୍କ ଝିଅ କଣ୍ଢେଇ ଭୋଳ ଟାଙ୍ଗୀ ଥାନା ଆଡିଆପଡ଼ା ଗ୍ରାମର ପୂର୍ଣ୍ଣ ପରିଡ଼ାଙ୍କ ପୁତ୍ର ଚନ୍ଦନ ପରିଡ଼ାଙ୍କୁ ଏକ ବର୍ଷ ପୂର୍ବେ ବିବାହ କରିଥିଲେ।

ତେବେ କଣ୍ଢେଇଙ୍କ ସ୍ୱାମୀ ବିଦେଶରେ କାମ ପାଇଁ ଯିବା ପରେ ଦୀର୍ଘ ତିନି ମାସ ହେବ କଣ୍ଢେଇ ନିଜ ବାପ ଘର ପଥରକଟା ରେ ରହୁଥିଲେ। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣବଶତଃ କଣ୍ଢେଇ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ପରିବାରବର୍ଗ ଏ ନେଇ ଜାଣିବା ପରେ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଓ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର 33/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ବାଣପୁର ଥାନା ସୀତାରାମ ଅଗ୍ରୱାଲା
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Latest News

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ମୋଦୀଙ୍କ ମଞ୍ଚରେ ବିଜୟଙ୍କ ପୋଷ୍ଟର, ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୨୦୨୯’ ସ୍ଲୋଗାନକୁ ନେଇ ଚର୍ଚ୍ଚା

October 12, 2026

ରାହୁଲ-ଖାର୍ଗେଙ୍କୁ CJIଙ୍କ ଝଟକା! ‘ଭୋଟ ଚୋରି’ ଅଭିଯୋଗ ଶୁଣିବାକୁ କାହିଁକି ମନା କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ?

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.