Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଠାକୁର ମିଳନ
ଆଞ୍ଚଳିକ

ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଠାକୁର ମିଳନ

March 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ସୁବୁଦ୍ଧିପାଟଣା ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଠାକୁର ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦିନ ବ୍ୟାପି ରୁଦ୍ର ମହାଯଜ୍ଞରେ ଅଧିବାସରେ ଅଙ୍କୁରାରୋପଣ, ଦ୍ୱିତୀୟ ଦିବସରେ ଜଳଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ ହୋଇଥିଲା। ପରେ ସୂର୍ଯ୍ୟ ପୂଜା,ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ରବିବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି।

ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ପ୍ରତି ଦିନ ନୀତିକାନ୍ତି ଅନୁଯାୟୀ ଯଜ୍ଞ ହେଉଥିବା ବେଳେ ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ପରେ ସମସ୍ତ ରୀତି ନୀତି ସମ୍ପୂର୍ଣ୍ଣ କରି ସମସ୍ତ ପୂଜା ବିଧି ସାରି ଯଜ୍ଞ ସମାପନ କରାଯାଇଥିଲା।

ଏହିପରିପ୍ରେକ୍ଷୀରେ ଜଗତେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବାଦେବୀ ମାନଙ୍କର ମହାମେଳଣ ଅନୁଷ୍ଠିତ ହୋଇଥିଲା।ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ରାମେଶ୍ୱର ଦେବ,ଭେଲେରି ଧବେଳେଶ୍ୱର ଦେବ,ବଡ଼କୁଳ ଗାଦିଶ୍ୱର ଦେବ, ହରଗୌରୀ ଦେବ, ଗାଲୁଆ ଗୁପ୍ତେଶ୍ଵର ଦେବ, ମଙ୍ଗଳପୁର ଶ୍ରୀ ଜଗତେଶ୍ୱର ଦେବ, ସୁବୁଦ୍ଧି ପାଟଣା ଜଗତେଶ୍ୱର ଦେବ, ଦଧିବାମନ ଦେବ, ଛେଡାପଦର ରାଧାମୋହନ ଦେବ, ବିଧାରପୁର ଦଧିବାମନ ଦେବ, ଚନ୍ଦ୍ରାପୁଟ ବାଳମୁକୁନ୍ଦ ଦେବ, ଖାରିବନ୍ଧ ରଘୁନାଥ ଦେବ, ଗଉଡ଼ ଆଁକୁଲା ଭଗବତେ ଦେବ, ଆଁକୁଲା ଭଗବତେ ଦେବ, ଖଡ଼ିକାପଲ୍ଲୀ ଭଗବତ ଦେବ, ରାଉତରାପଲ୍ଲୀ ରାଧାଗୋବିନ୍ଦ ଦେବ, ସୁବୁଦ୍ଧିପାଟଣା ଦଧିବାମନ ଦେବ, ବୁଢ଼ାଲିଙ୍ଗେଶ୍ୱର ଇଂଜନପୁର, ଗଣପତି ପାଟଣା ମା ଗଣପତି ଦେବୀ, ବଡ଼କୁଳ ମା କନ୍ଧୁଣି ଦେବୀ, ମା ଡ଼ାହାଳେଇ ଦେବୀ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026
Latest News

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026

ସୋଆରେ ସାଇବର ସୁରକ୍ଷା ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ

April 29, 2026

ଢେଙ୍କାନାଳରେ ଲଜ୍ଜା: ଦୁଷ୍କର୍ମ ପରେ ମୁହଁକୁ ହାଣିଲେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.