Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲାପଟପ ଚୋରକୁ ଗିରଫ କଲା ବାଣପୁର ପୋଲିସ
ଆଞ୍ଚଳିକ

ଲାପଟପ ଚୋରକୁ ଗିରଫ କଲା ବାଣପୁର ପୋଲିସ

April 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଜଣେ ଲାପଟପ ଚୋରଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ଶଶିକାନ୍ତ ଦାସ (୨୯) ନାମକ ଜଣେ ଯାତ୍ରୀ ଏକ ବସରେ ଭୁବନେଶ୍ୱର ଯାଉଥିବା ବେଳେ ବାଲୁଗାଁ ବାଇପାସ ଠାରେ ବସଟି ଯାତ୍ରୀ ନେବା ପାଇଁ କିଛି ସମୟ ଅଟକିଥିଲା। ଉକ୍ତ ସମୟରେ ଶଶିକାନ୍ତ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ବସରୁ ଓହ୍ଲାଇଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କ ସିଟରୁ ଲେନୋଭୋ ଲାପଟପ ବ୍ୟାଗ ନେଇ ଫେରାର ହୋଇଯାଇଥିଲେ।

ତେବେ ବସରେ ପୁନଶ୍ଚ ଚଢିବାପରେ ଶଶିକାନ୍ତ ଏହା ଜାଣିପାରିଥିଲେ ଏବଂ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୪୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଅଭିଯୁକ୍ତ ଜଣକ ଖଲିକୋଟ ଥାନା ମାଣିକପୁର ଗ୍ରାମର ପ୍ରଦୀପ ଜେନା (୨୬) ବୋଲି ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ଚୋରି ଲାପଟପ ଜବତ କରିବା ସହ ମାଲିକ ଶଶିକାନ୍ତଙ୍କୁ ହସ୍ତାନ୍ତର କରିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।  ତେବେ ବାଣପୁର ପୋଲିସର ତ୍ୱରିତ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

September 19, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଚିଲିକା: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 17, 2025
Latest News

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.