
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଅପରାହ୍ନରେ ବାଣପୁର ପୋଲିସ ଦେଶୀ ମଦ କାରବାର ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆଲୋକ ଭୋଳ ଏବଂ ଯଜ୍ଞ ନାୟକ।
ଉକ୍ତ ଦୁଇ ଅଭିଯୁକ୍ତ ଏକ ବାଇକରେ ଦେଶୀ ମଦ ନେଇ ଯାଉଥିବା ବେଳେ ଶାନ୍ତିନଗର ବାହାଡ଼ଝୋଲା ରୋଡରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ସମୁଦାୟ ୫୦ ଲିଟର ଦେଶୀ ମଦ ଓ ବାଇକ ଜବତ କରାଯାଇଛି।
ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୧୬୨/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବାର ସୂଚନା ଦେଇଛନ୍ତି ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା।