Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଧ୍ୟକ୍ଷଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା “ସୁବାସଙ୍କ ସୁବାସ” ପାଳିତ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଧ୍ୟକ୍ଷଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା “ସୁବାସଙ୍କ ସୁବାସ” ପାଳିତ

April 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ବର୍ଦ୍ଧନା ସଭାକୁ “ସୁବାସଙ୍କ ସୁବାସ” ନାମରେ ନାମିତ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଭୁବନେଶ୍ୱର ଟିଇ ଆଣ୍ଡ ଏସ.ସି.ଆର.ଟି ର ଉପନିର୍ଦ୍ଦେଶିକା ଡ଼ା. ଅପର୍ଣ୍ଣା ମିଶ୍ର, ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ତାପସ କୁମାର ନାୟକ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଓଡିଶା ଭୁବନେଶ୍ୱର ଟିଇ ଆଣ୍ଡ ଏସ.ସି.ଆର.ଟି ର ସହ ନିର୍ଦ୍ଦେଶକ ଡ. ମନୋରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସହ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ରଥ, ପ୍ରାକ୍ତନ ଅଧ୍ୟକ୍ଷା ଡ. ସୁସନ୍ଧ୍ୟା ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଡ. ସଚ୍ଚିଦାନନ୍ଦ ମିଶ୍ର, ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଭାକର ତ୍ରିପାଠୀ, ପ୍ରାକ୍ତନ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡ. ବ୍ରଜବନ୍ଧୁ ନାୟକ, ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା, ଭଞ୍ଜନଗର କେ.ଏସ.ୟୁ.ବି. ର ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ, ରଣପୁର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ଖଣ୍ଡପଡାର ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ବିଜୟ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ।

ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବଟକୃଷ୍ଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କୁ ଧୂପ ଓ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଶିକ୍ଷକ ପ୍ରଶିକ୍ଷିକା ଦିପ୍ତୀପ୍ରଭା ଦାଶ ଓ ଅନିନ୍ଦିତା ପ୍ରିୟଦର୍ଶିନୀ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ପ୍ରଶିକ୍ଷକ ମାନସ କୁମାର ସାହୁ ବିଦାୟୀ ଅଧ୍ୟକ୍ଷଙ୍କ ଗୁଣ ଗାନ କରିଥିଲେ। ଶିକ୍ଷକ ପ୍ରଭାତ କୁମାର ପଣ୍ଡା, ମାନସ କୁମାର ପଟ୍ଟନାୟକ ଅଧ୍ୟକ୍ଷଙ୍କ ଜୀବନ କାହାଣୀକୁ ସଙ୍ଗୀତ ମାଧ୍ୟମରେ ଗାନ କରିଥିବା ବେଳେ ଶରତ କୁମାର ମଲ୍ଲିକ ବାଦ୍ୟ ବାଦନରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକ, ସାଧନ କେନ୍ଦ୍ର କର୍ମୀ, ବ୍ଲକ ଶିକ୍ଷା ଅଧିକାରୀ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଅବସର ପ୍ରାପ୍ତ ଅଧ୍ୟକ୍ଷଙ୍କ ଗୁଣ ଗାନ କରିଥିଲେ। ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅତିଥମାନଙ୍କ ଅଭିଭାଷଣରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାଶ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା, କର୍ମ ତତ୍ପର ଥିଲେ ବୋଲି ଜଣା ପଡିଛି। ଏହା ସହିତ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ସମସ୍ତେ ଈଶ୍ୱରଙ୍କ ନିକଟରେ ପାର୍ଥନା କରିଥିଲେ।

ଅବସର କାଳୀନ ସମ୍ବର୍ଦ୍ଧନା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026
Latest News

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026

ଯୁଦ୍ଧବିରତି ଘୋଷଣା ସମୟରେ ଭାରତକୁ ଖୁସି ଖବର ଦେଲେ ଆମେରିକାର ରାଷ୍ଟ୍ରଦୂତ

April 8, 2026

ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ: ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ଦୂତାବାସ

April 8, 2026

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପୂର୍ବରୁ ନୀତିଶ କୁମାରଙ୍କ ଦଳର ବଡ଼ ଦାବି

April 8, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.