Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦେଶ ମାତୃକାର ମହାନ୍ ନାରା “ମେରୀ ମାଟି ମେରା ଦେଶ”
ଆଞ୍ଚଳିକ

ଦେଶ ମାତୃକାର ମହାନ୍ ନାରା “ମେରୀ ମାଟି ମେରା ଦେଶ”

August 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ୭୭ତମ ସ୍ବାଧୀନତା ଦିବସକୁ ଲକ୍ଷ୍ୟ ରଖି ଛାତ୍ରଛାତ୍ରୀଙ୍କମଧ୍ୟରେ ଦେଶପ୍ରେମ ଭାବନାକୁ ଉଦ୍ଜୀବିତ କରିବା ପାଇଁ ଜାତୀୟ ସେବା ଯୋଜନାର ଏକ ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ‘ମେରୀ ମାଟି ମେରା ଦେଶ’ ନାରା ଦ୍ବାରା ଏକ ନୂତନ କାର୍ଯ୍ୟକ୍ରମ ସଂପାଦିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୌଧୂରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା। ପ୍ରଫେସର ଚୌଧୂରୀ ସ୍ବାଗତ ଭାଷଣ ରଖିଥିଲେ।

ଏଥିରେ ମୁଖ୍ୟ ଅତିଥି ଏନ୍.ସି.ସି ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଗଣିତ ଅଧ୍ୟାପକ ତଥା ପୂର୍ବତନ ଭାରତୀୟ ସେନା ଅଧିକାରୀ ଚିତ୍ରସେନ ବେହେରା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଯୁବ ଅଧ୍ୟାପକ ଅଜିତ୍ କୁମାର ମୁନୀ ଉପସ୍ଥିତ ଥିଲେ। ବୈଠକ ସଂଯୋଜନାରେ ସକ୍ରିୟ ସହଯୋଗ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡ଼ାମାଝି। ମୁଖ୍ୟ ଅତିଥି ଡ. ଅଧିକାରୀ ଦେଶମାତୃକାର ସେବାରେ ବ୍ରତୀ ହେବା ପାଇଁ ଏବଂ ମନ ମଧ୍ୟରେ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବା ପାଇଁ ଉଦବୋଧନ ଦେଇଥିଲେ।

ମୁଖ୍ୟବକ୍ତା ଅଧ୍ୟାପକ ବେହେରା ରାଷ୍ଟ୍ରୀୟ ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ସୁବାଷ ଚ଼ନ୍ଦ୍ର ବୋଷ, ଶହୀଦ୍ ଭଗତ ସିଂହ ଇତ୍ୟାଦି ମହାନ୍ ନାୟକମାନଙ୍କ ବଳୀଦାନର ମହନିୟତାର ସ୍ମୃତିଚାରଣ କରିଥିଲେ।

ସମ୍ମାନିତ ଅତିଥି ଅଧ୍ୟାପକ ମୁନୀ ଓଡ଼ିଶା ମାଟିର ଗୌରବ ମଧୂସୁଦନ ଦାଶ, ଗୋପବନ୍ଧୁ ଦାଶ, ଗୋପବନ୍ଧୁ ଚୌଧୂରୀ, ସଂଗ୍ରାମୀ ବାଜୀରାଉତ, ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଅବଦାନକୁ ମନେ ରଖିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ଏଥିରେ ମହାବିଦ୍ୟାଳୟର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପରିଶେଷରେ ସଂଯୋଜକ ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମେରୀ ମାଟି ମେରା ଦେଶ ସ୍ବାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Latest News

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.