Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ସମ୍ବିତ ପାତ୍ରଙ୍କ ମାରାଥନ ଗସ୍ତ
ଆଞ୍ଚଳିକ

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ସମ୍ବିତ ପାତ୍ରଙ୍କ ମାରାଥନ ଗସ୍ତ

August 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସାତପଡ଼ାରେ ଚିଲିକା ହ୍ରଦରେ ଡଙ୍ଗାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ସ୍ଥାନୀୟ ନେତୃତ୍ଵଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ। ଏହା ପରେ ସେ କୃଷ୍ଣପ୍ରସାଦ ବ୍ଳକର ନୂଆପଡ଼ା ପଞ୍ଚାୟତର ଗୁରୁବାଇ ଗାଆଁରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟ ଅନ୍ତର୍ଗତ ଦତ୍ତୋପନ୍ତ ଠେଙ୍ଗଡି ଶ୍ରମିକ ଏବଂ ବିକାଶ ବୋର୍ଡ ଦ୍ଵାରା ଶ୍ରମିକ ପ୍ରଶିକ୍ଷଣ ହେତୁ ଆୟୋଜିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ମିଳିତ ହେଇଥିଲେ।

ଏହି ଅବସରରେ ସେ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଶ୍ରମିକଙ୍କ କଲ୍ୟାଣ ପାଇଁ ପରିଚାଳିତ ଯୋଜନାମାନଙ୍କ ବିଷୟରେ ଅବଗତ କରାଇବା ସହିତ ନୂତନ ବିଶ୍ଵକର୍ମା ଯୋଜନା ବିଷୟରେ ସଚେତନ କରେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ବିତରିତ କରାଗଲା। ଏହା ସହ କାର୍ଯ୍ୟକ୍ରମରେ ଭାଗ ନେବା ସମୟରେ ମାଁ ଭଉଣୀମାନେ ସମ୍ବିତ ପାତ୍ରଙ୍କୁ ରକ୍ଷା ସୂତ୍ର ବାନ୍ଧିଥିଲେ ଓ ସମ୍ବିତ ପାତ୍ର ଉପସ୍ଥିତ ସମସ୍ତ ଭଉଣୀଙ୍କୁ ଉପହାର ସ୍ଵରୁପ ଶାଢ଼ୀ ଦେଇ ତାଙ୍କ ଆଶୀର୍ବାଦ ନେଇଥିଲେ। ଆଗକୁ ଜନସମ୍ପର୍କ କରିବା ସମୟରେ ତିଛିଣି ଗ୍ରାମରେ ଥିବା ବୀଣାପାଣି ୟୁଥ କ୍ଲବରେ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନତାଙ୍କ ସହ ବୈଠକ କରି ଅଞ୍ଚଳର ମୌଳିକ ସୁବିଧା ଅସୁବିଧା ବିଷୟରେ ବୁଝିବା ସହିତ ଏହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଲେ ସମ୍ବିତ ପାତ୍ର।

ଏହା ସହ ଚଣ୍ଡୀ ମନ୍ଦିର, ଚର୍ଚ୍ଚିକା ମନ୍ଦିର, ବୁଢ଼ୀ ମା ମନ୍ଦିର ଦର୍ଶନ କରି ଆର୍ଶୀବାଦ ନେବା ସହ ଅଞ୍ଚଳବାସୀଙ୍କ ଉନ୍ନତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଥିଲେ ସମ୍ବିତ ପାତ୍ର।

ବ୍ରହ୍ମଗିରି ବିଧାନସଭା ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.