Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉଦଯାପିତ ହେଲା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ଆଞ୍ଚଳିକ

ଉଦଯାପିତ ହେଲା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

September 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଜି ଉଦଜାପିତ ହୋଇଯାଇଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଚାଲିଥିବା ଏହି କର୍ମଶାଳାକୁ ସକାଳ ୭ ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ଓ ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପ ଓ ଧୂପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ପ୍ରଶିକ୍ଷିକା ଉର୍ମିଳା ଦେଇ ଅଦରକାରୀ ନିମନ୍ତ୍ରଣ କାର୍ଡ, ପେଟିରେ କିପରି ଭାବେ ପାଠ ବିଷୟ ବସ୍ତୁ ଭିତିକ ଶିକ୍ଷା ଉପକରଣ ତିଆରି ହୋଇ ପାରିବ ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।

ଏହା ପରେ ପ୍ରଶିକ୍ଷକ ତଥା ମାଟି କାରିଗର ମାଟିରେ ହାତୀ, ଘୋଡା, କଇଁଛ, ଦୀପ, ଗଣେଶ ଆଦି ମଡେଲ ପ୍ରସ୍ତୁତି କରିବା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ | ଚିତ୍ତ ରଞ୍ଜନ ବାରିକ ରଙ୍ଗୀନ କାଗଜକୁ ବ୍ୟବହାର କରି କିପରି ଭାବେ ଶ୍ରେଣୀ ଗୃହକୁ ସଜା ଯାଇ ପାରିବ ଏବଂ ପ୍ରଶିକ୍ଷକ କମଳକାନ୍ତ ସ୍ୱାଇଁ ନଡ଼ିଆ ସଢ଼େଇରେ ବିଭିନ୍ନ ପାଠ୍ୟ ଉପକରଣ ଓ ଘର ସାଜସଜ୍ଜା ଉପକରଣ ପ୍ରସ୍ତୁତି କୌଶଳ ସମ୍ବନ୍ଧରେରେ ତାଲିମ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଏହି ଶିବିରକୁ ଉଦଯାପିତ କରିଥିଲେ।

ସେହିପରି ରାମଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଚାଲିଥିବା ସାରଙ୍ଗଧରପୁର କ୍ଲଷ୍ଟର, ରସାନନ୍ଦ ବେହୁରାଙ୍କ ତତ୍ୱାବଧାନରେ ଚାଲିଥିବା ତାରିଆ କ୍ଲଷ୍ଟର, ପ୍ରଶାନ୍ତ କୁମାର ସାହୁଙ୍କ ତତ୍ୱାବଧାନରେ ଚାଲିଥିବା ଚାନ୍ଦପୁର କ୍ଲଷ୍ଟର, ପ୍ରଦୀପ ରଞ୍ଜନ ଖୁଣ୍ଟିଆଙ୍କ ତତ୍ୱାବଧାନରେ ଚାଲିଥିବା କେରଣ୍ଡାଟାଙ୍ଗୀ କ୍ଲଷ୍ଟର, ଅଶୋକ କୁମାର ସାମନ୍ତରାୟଙ୍କ ତତ୍ୱାବଧାନରେ ଚାଲିଥିବା ବାଉଁଶଗଡ଼ କ୍ଲଷ୍ଟର ସହିତ ଅନ୍ୟ ସମସ୍ତ କ୍ଲଷ୍ଟରରେ ମଧ୍ୟ ଏହି କର୍ମଶାଳା ଉଡାଯାପିତ ହୋଇ ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.