Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉଦଯାପିତ ହେଲା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ଆଞ୍ଚଳିକ

ଉଦଯାପିତ ହେଲା ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

September 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଜି ଉଦଜାପିତ ହୋଇଯାଇଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଚାଲିଥିବା ଏହି କର୍ମଶାଳାକୁ ସକାଳ ୭ ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ଓ ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପ ଓ ଧୂପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ପ୍ରଶିକ୍ଷିକା ଉର୍ମିଳା ଦେଇ ଅଦରକାରୀ ନିମନ୍ତ୍ରଣ କାର୍ଡ, ପେଟିରେ କିପରି ଭାବେ ପାଠ ବିଷୟ ବସ୍ତୁ ଭିତିକ ଶିକ୍ଷା ଉପକରଣ ତିଆରି ହୋଇ ପାରିବ ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।

ଏହା ପରେ ପ୍ରଶିକ୍ଷକ ତଥା ମାଟି କାରିଗର ମାଟିରେ ହାତୀ, ଘୋଡା, କଇଁଛ, ଦୀପ, ଗଣେଶ ଆଦି ମଡେଲ ପ୍ରସ୍ତୁତି କରିବା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ | ଚିତ୍ତ ରଞ୍ଜନ ବାରିକ ରଙ୍ଗୀନ କାଗଜକୁ ବ୍ୟବହାର କରି କିପରି ଭାବେ ଶ୍ରେଣୀ ଗୃହକୁ ସଜା ଯାଇ ପାରିବ ଏବଂ ପ୍ରଶିକ୍ଷକ କମଳକାନ୍ତ ସ୍ୱାଇଁ ନଡ଼ିଆ ସଢ଼େଇରେ ବିଭିନ୍ନ ପାଠ୍ୟ ଉପକରଣ ଓ ଘର ସାଜସଜ୍ଜା ଉପକରଣ ପ୍ରସ୍ତୁତି କୌଶଳ ସମ୍ବନ୍ଧରେରେ ତାଲିମ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଏହି ଶିବିରକୁ ଉଦଯାପିତ କରିଥିଲେ।

ସେହିପରି ରାମଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଚାଲିଥିବା ସାରଙ୍ଗଧରପୁର କ୍ଲଷ୍ଟର, ରସାନନ୍ଦ ବେହୁରାଙ୍କ ତତ୍ୱାବଧାନରେ ଚାଲିଥିବା ତାରିଆ କ୍ଲଷ୍ଟର, ପ୍ରଶାନ୍ତ କୁମାର ସାହୁଙ୍କ ତତ୍ୱାବଧାନରେ ଚାଲିଥିବା ଚାନ୍ଦପୁର କ୍ଲଷ୍ଟର, ପ୍ରଦୀପ ରଞ୍ଜନ ଖୁଣ୍ଟିଆଙ୍କ ତତ୍ୱାବଧାନରେ ଚାଲିଥିବା କେରଣ୍ଡାଟାଙ୍ଗୀ କ୍ଲଷ୍ଟର, ଅଶୋକ କୁମାର ସାମନ୍ତରାୟଙ୍କ ତତ୍ୱାବଧାନରେ ଚାଲିଥିବା ବାଉଁଶଗଡ଼ କ୍ଲଷ୍ଟର ସହିତ ଅନ୍ୟ ସମସ୍ତ କ୍ଲଷ୍ଟରରେ ମଧ୍ୟ ଏହି କର୍ମଶାଳା ଉଡାଯାପିତ ହୋଇ ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025

ବାଲୁଗାଁ କଲେଜରେ ଏନସିସି ଦିବସ

November 23, 2025
Latest News

୨୦୨୫-୨୬ ଖରିଫ ଫସଲ ଉତ୍ପାଦନର ପ୍ରଥମ ଅଗ୍ରୀମ ଆକଳନ କଲେ କେନ୍ଦ୍ର କୃଷିମନ୍ତ୍ରୀ

November 27, 2025

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତବାର୍ଷିକୀ ଆୟୋଜନ ମିଳିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 27, 2025

ସଫରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025

ସମ୍ବିଧାନ ଦିବସରେ ପ୍ରସ୍ତାବନା ପାଠରେ ଯୋଗଦେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଗଣ

November 27, 2025

ଆଜି ୨୭ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.