ଚିଲିକା ପଞ୍ଚୁପଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

Published: Dec 22, 2023, 9:08 pm IST

ଚିିଲିକା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ପଞ୍ଚୁପଲ୍ଲୀ ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ପ୍ରଫେସର୍ ମାନସ ମୋହନ ବଳିଆରସିଂହ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଦକ୍ଷତା ତଥା ପ୍ରତିଭାର ପରିପ୍ରକାଶ ହୋଇପାରୁଥିବାରୁ ସେ କାର୍ଯକ୍ରମକୁ ପ୍ରଶଂସା କରିଥିଲେ।

ସାହିତ୍ୟିକ, ନାଟ୍ୟକାର ଶ୍ରୀଯୁକ୍ତ ଭିକାରୀ ଚରଣ ପ୍ରଧାନ ଓ ଶ୍ରୀଯୁକ୍ତ ଶ୍ୱେତ କୁମାର ସ୍ୱାଇଁ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇ ପ୍ରତିଯୋଗୀ ମାନଙ୍କର ମୂଲ୍ୟାଙ୍କନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟୀତ୍ୱରେ ଥିବା ଅଧ୍ୟାପିକା ବସନ୍ତ ମଞ୍ଜରୀ ଦାଶ, ଅଧ୍ୟାପକ ରବି ଶଙ୍କର ହୋତା, ଅଧ୍ୟାପକ ସଂଗ୍ରାମ କେଶରୀ ମିଶ୍ର ବିଭିନ୍ନ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଛାତ୍ର ଛାତ୍ରୀ ମାନେ ଏକକ ନୃତ୍ୟ,ସମବେତ ନୃତ୍ୟ ,ସଙ୍ଗୀତ, ଫ୍ୟାସନ ସୋ ଇତ୍ୟାଦି ପରିବେଷଣ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟ ନାରାୟଣ ମିଶ୍ର, ମମତା ମହାପାତ୍ର, ପ୍ରଶାନ୍ତ କୁମାର ମଙ୍ଗରାଜ, ବିପିନ ବିହାରୀ ସାମନ୍ତରାୟ, ଶ୍ରୀ ପ୍ରଦୀପ କୁମାର ବଳବନ୍ତରାୟ ଓ ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯକ୍ରମ କୁ ସଫଳ କରାଇଥିଲେ। ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତ ଅତିଥି, ଛାତ୍ର ଛାତ୍ରୀ ତଥା କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Related posts