Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଅସୁରକୁମାରୀଙ୍କ ପୀଠରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞର ପୂର୍ଣ୍ଣାହୁତି
ଆଞ୍ଚଳିକ

ମା’ ଅସୁରକୁମାରୀଙ୍କ ପୀଠରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞର ପୂର୍ଣ୍ଣାହୁତି

February 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପ୍ରାଚୀନ ପ୍ଲାବିତ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଓ ସତ୍ୟଧର୍ମ ନୀତି ସଂସ୍ଥାପନ ଉଦ୍ଦେଶ୍ୟରେ ଏହି ପୀଠରେ ଚଳିତ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ବିଶ୍ଵଶାନ୍ତି ଗୀତ ମହାଯଜ୍ଞ ଚାଲିଥିଲା। ମା’ ଅସୁରକୁମାରୀ ଚାରିଟେବ୍ଲ ଟ୍ରଷ୍ଟ ଦ୍ୱାରା ଫେବୃୟାରୀ ୧୪ ତାରିଖରେ ଅଙ୍କୁରପୋଣ ହୋଇଥିଲା ବେଳେ ଫେବୃୟାରୀ ୧୬ ତାରିଖରେ ଦେବଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭଗବତ ସଂକୀର୍ତ୍ତନର କରାଯାଇଥିଲା।

ଫେବୃୟାରୀ ୧୭ ତାରିଖରେ ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟକ୍ରମ ଚାଲିଥିଲା। ଫେବୃୟାରୀ ୧୮ ତାରିଖରେ ସୂର୍ଯ୍ୟପୂଜା, ପୂର୍ଣ୍ଣାହୁତି, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟସୂଚୀ ରହିଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଥିଲା।

ରବିବାର ଅପରାହ୍ନରେ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି। ଏଥିରେ ଆଚାର୍ଯ୍ୟ ଭାବେ ଗୋପୀନାଥ ଦାସ ଯଜ୍ଞ କାର୍ଯ୍ୟ କରୁଥିଲା ବେଳେ ବଜ୍ରକୋଟ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରୁଥିଲେ। ଆଖପାଖ ଅଂଚଳରୁ ପ୍ରତ୍ୟେକ ଦିନ ଶହ ଶହ ଭକ୍ତମାନେ ଏହି ଯଜ୍ଞକୁ ଆସୁଥିବା ଦେଖିବାକୁ ମିଳିଥିଲା।

ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ରଣପୁର ବ୍ଲକ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀଙ୍କ ପୀଠ ଅନ୍ୟତମ। ଏହି ସ୍ଥାନର ବଣ ଜଙ୍ଗଲ ଭରପୁର ପ୍ରାକୃତିକ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଶବ୍ଦ ପର୍ଯ୍ୟଟକମାନଙ୍କୁ ଖୁବ ଆକୃଷ୍ଟ କରିଥାଏ। ଏହି ସ୍ଥାନରେ ବର୍ଷତମାମ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ।

ପୂର୍ଣ୍ଣାହୁତି ବିଶ୍ଵଶାନ୍ତି ଗୀତା ମହାଯଜ୍ଞ ମା' ଅସୁରକୁମାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026

ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

February 5, 2026
Latest News

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.