
ଭୁବନେଶ୍ଵର: ଆଜି ଭୁବନେଶ୍ଵର ସ୍ଥିତ ଜୟଦେବ ବାଟିକା ଠାରେ ଓଡ଼ିଶା ସ୍ପେଶିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ (ଓଏସଇଏଫଡ଼ି) ସଂଘ ବାର୍ଷିକ ସମୀକ୍ଷା ବୈଠକ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚ଼ନା କରାଯାଇଥିଲା। ତତସହିତ ସଂଘର ବାର୍ଷିକ ବିବରଣୀ ପାଠ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ସୂର୍ଯ୍ୟକାନ୍ତ ବେହେରା, ସଂପାଦକ ଜୀବନ କୁମାର ବେହେରା, ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ, କୋଷାଧ୍ୟକ୍ଷ ରୌପ୍ୟ ରଞ୍ଜନ ସାମନ୍ତରାୟ, ସହ କୋଷାଧ୍ୟକ୍ଷ ରାକେଶ କୁମାର ସାହୁଙ୍କ ସମେତ ବହୁ ସଦସ୍ୟ ଗଣ ଉପସ୍ଥିତ ଥିଲେ।