Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ ହେଲା ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା
ଆଞ୍ଚଳିକ

ବାଲୁଗାଁ ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ ହେଲା ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

October 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ସହରର ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ଵରେ ଥିବା ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଖବର ମୁତାବକ ବାଲୁଗାଁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଠାରୁ ସୋମନାଥ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ରାସ୍ତା ସମ୍ପ୍ରସାରଣ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରି ଅବରୋଧ କାରୀଙ୍କୁ ସୂଚିତ କରାଯାଇଥିଲା।

ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲ କାରୀଙ୍କୁ ଅବରୋଧ ମୁକ୍ତ କରିବାକୁ ଚିଲିକା ତହସିଲ ପକ୍ଷରୁ ଦୁଇ ଥର ବିଜ୍ଞପ୍ତି ଜାରି କରାଯାଇଥିଲା। ସୂଚନା ପାଇବା ପରେ କିଛି ଲୋକ ନିଜ ତରଫରୁ ଚିହ୍ନଟ ଦିଆଯାଇଥିବା ଜାଗା ପର୍ଯ୍ୟନ୍ତ ଭଙ୍ଗାରୁଜା ଆରମ୍ଭ କରିଥିଲେ। ମାତ୍ର ଅଧିକାଂଶ ସ୍ଥାନରେ ଅବରୋଧ ନହଟିବା ଫଳରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ପୂର୍ବାହ୍ନରୁ ଭଗବତୀ ପାଟଣା ନିକଟରୁ ବୁଲଡୋଜର ମାଧ୍ୟମରେ ଉଛେଦ କରାଯାଇଥିଲା।ଚିଲିକା ତହସିଲଦାର ଚକ୍ରଧର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ବାଲୁଗାଁ ରାଜସ୍ୱ ଅଧିକାରୀ ନିକୁଞ୍ଜ ପ୍ରଧାନ, ଅମିନ, ତହସିଲ କର୍ମଚାରୀ, ଏକ ପ୍ଲାଟୁନ ଫୋର୍ସ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତିରେ ଉଛେଦ ପ୍ରକ୍ରିୟା କରାଯାଇଥିଲା।

ବାଲୁଗାଁ ସହର ବେଆଇନ ଜବରଦଖଲ
Share. Facebook Twitter LinkedIn Email WhatsApp Copy Link

Related Posts

୪୩ ବର୍ଷ ପରେ ପୁନର୍ମିଳନ: ରଣପୁର ମହାବିଦ୍ୟାଳୟ ୧୯୯୨ ବ୍ୟାଚର ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ସଭା

December 31, 2025

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025
Latest News

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.