Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜାତୀୟ ଯୁବ ଦିବସ ପାଳନ: ୮ ସାମ୍ବାଦିକ ସମ୍ବର୍ଦ୍ଧିତ
ଆଞ୍ଚଳିକ

ଜାତୀୟ ଯୁବ ଦିବସ ପାଳନ: ୮ ସାମ୍ବାଦିକ ସମ୍ବର୍ଦ୍ଧିତ

January 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ: ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି କଦଳୀ ଗଡ ସ୍ଥିତ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ରେ ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ କ୍ଲବ୍ ତରଫରୁ ୟୁଥ୍ ରେଡ୍ କ୍ରସ୍ ଦିବସ ପାଳିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଙ୍କ ସଭାପତିତ୍ବରେ ନାକଟି ଦେଉଳ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ ମୁଖ୍ୟ ଅତିଥି, କଲେଜ୍ ପରିଚାଳନା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ହୋତା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ କଲେଜ୍ ପରିଚାଳନା କମିଟିର ସମ୍ପାଦକ ଶଙ୍କର୍ଷଣ ମହାକୁଡ ଯୋଗଦାନ କରି ସ୍ବାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ।

ଏହି ଜାତୀୟ ଯୁବ ଦିବସ ଅବସରରେ ମହାବିଦ୍ୟାଳୟ ତରଫରୁ ଯୁବ ସାମ୍ବାଦିକ କନ୍ଦର୍ପ ବେହେରା, ଶଙ୍କର୍ଷଣ ମହାକୁଡ, ଧ୍ରୁବଚରଣ ଦାସ, ଯୋଶବନ୍ତା ନାରାୟଣ ସାହୁ, ସୁଶାନ୍ତ ପ୍ରଧାନ, ତପନ ବିଶ୍ଵାଳ, ଅନିଲ ପୃଷ୍ଟି ଏବଂ ପ୍ରସନ୍ନ ପ୍ରଧାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଯୋଜକ ତଥା ଇତିହାସ ଅଧ୍ୟାପକ ବୈନତେୟ ସାହୁ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସଭା ଶେଷ ରେ ୟୁଥ୍ ରେଡ୍ କ୍ରସ୍ ତରଫରୁ ରାଜନୀତି ବିଜ୍ଞାନ ଅଧ୍ୟାପିକା ଅସୀମା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଇଂରାଜୀ ଅଧ୍ୟାପକ ଅବନୀ କୁମାର ଗୁରାଣ୍ଡି, ଶିକ୍ଷା ବିଭାଗ ଅଧ୍ୟାପକ ସୁଦର୍ଶନ ଷଣ୍ଢ, ବେଲାର ସେନ ସାହୁ, ମିଲନ ଦନ୍ତା, ଜ୍ଞାନରଞ୍ଜନ ସାହୁ, ଭୁବନେଶ୍ୱର ପ୍ରଧାନ, ବୃଶକେତୁ ପ୍ରଧାନ, ଦୟାନିଧି ପ୍ରଧାନ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ୟୁଥ୍ ରେଡ୍ କ୍ରସ୍ ସ୍ବାମୀ ବିବେକାନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ବନ୍ଦେ ମାତରମ ସଙ୍ଗୀତ ଗାନ ପ୍ରତିଯୋଗିତା: ଉପକନିଷ୍ଠ ବିଭାଗରେ ସନ୍ଦୀପ ପ୍ରଥମ

January 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

January 20, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ 

January 19, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.