Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ପୋଲିସ ତରଫରୁ ସଡ଼କ ନିରାପତ୍ତା ସଚେତନତା
ଆଞ୍ଚଳିକ

ବାଣପୁର ପୋଲିସ ତରଫରୁ ସଡ଼କ ନିରାପତ୍ତା ସଚେତନତା

January 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ମଙ୍ଗଳବାର ଅପରାହ୍ନରେ ବାଣପୁର ପୋଲିସ ଏବଂ ଖୋର୍ଦ୍ଧା ଏମଭିଆଇର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ନିରାପତ୍ତା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପୋଲିସ ଅଧିକାରୀ, ଆରଟିଓ, ଏବଂ ଏମଭିଆଇ ଅଧିକାରୀ ମାନେ ସାମିଲ ହୋଇଥିଲେ।

ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବାଣପୁର ବଜାର ଅଞ୍ଚଳ ଦେଇ ବାଣପୁର ଥାନାରେ ସମାପ୍ତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସଡ଼କ ନିରାପତ୍ତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ମୁଖ୍ୟତଃ ମଦ ପିଇ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା, ଚାରିଚକିଆ ଯାନରେ ସିଟବେଲ୍ଟ ବାନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ସଚେତନ କରାଯାଇଥିଲା।

ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ସହ ଏସଆଇ ପ୍ରଦୀପ୍ତ ସ୍ୱାଇଁ, ସୁକାନ୍ତ ଦଳାଇ, ଏଏସଆଇ ସଞ୍ଜୟ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସନତ କୁମାର ଜେନା, ଆରଟିଓ ଅଧିକାରୀ ଭୁବନେଶ୍ୱର ୨, ସସ୍ମିତା ବେହେରା ଏମଭିଆଇ ଭୁବନେଶ୍ୱର ୨, ଅରବିନ୍ଦ ନାୟକ, ଅତିରିକ୍ତ ଆରଟିଓ ଅଧିକାରୀ, ଖୋର୍ଦ୍ଧା, ହରେକୃଷ୍ଣ ମହାପାତ୍ର ଖୋର୍ଦ୍ଧା ଟ୍ରାଫିକ ଇନ୍ସପେକ୍ଟର, ଟ୍ରାଫିକ ସବ ଇନ୍ସପେକ୍ଟର ସ୍ମୃତିରେଖା ଜେନା ଯୋଗ ଦେଇଥିଲେ।

ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.