Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଇଏନଏସ ଚିଲିକାରେ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ
ଆଞ୍ଚଳିକ

ଆଇଏନଏସ ଚିଲିକାରେ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ

February 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ପୂର୍ବାହ୍ନରେ ଭାରତୀୟ ନୌସେନା ପକ୍ଷରୁ ଆଇଏନଏସ ଚିଲିକା ଠାରେ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ନାଭାଲ ଇନଚାର୍ଜ (ଓଡ଼ିଶା) ଏବଂ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମଡ଼ର ବି. ଦୀପକ ଅନୀଲଙ୍କ ପୌରହିତ୍ୟରେ ଖୋର୍ଦ୍ଧା, ବାଲୁଗାଁ, ବାଣପୁର, ଟାଙ୍ଗୀ, ଚିଲିକା ଓ ଗଞ୍ଜାମ ଆଦି ଅଞ୍ଚଳରୁ ୩୭ ଜଣ ସାମ୍ବାଦିକ ଏହି ବନ୍ଧୁମିଳନରେ ଯୋଗ ଦେଇଥିଲେ।

ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ଭାରତୀୟ ନୌସେନା ସମ୍ବନ୍ଧରେ ସମ୍ୟକ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏଥିସହିତ ବିଗତ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିଡିଓ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ପ୍ରଚାର ଓ ପ୍ରସାରର ମୁଖ୍ୟ ସ୍ରୋତ ସାଜିଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆଇଏନଏସ ଚିଲିକାର ପ୍ରତିଟି ଖବର ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଥିବାରୁ ସମସ୍ତ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କମାଣ୍ଡିଂ ଅଫିସର କୋମଡ଼ର ବି ଦୀପକ ଅନୀଲ ଭୂୟାଁସି ପ୍ରଶଂସା କରିଥିଲେ।

ଏଥିସହିତ ଗଣମାଧ୍ୟମ ଓ ଆଇଏନଏସ ଚିଲିକା ମଧ୍ୟରେ ସଦାସର୍ବଦା ସୁସମ୍ପର୍କ ବଜାୟ ରହିବ ବୋଲି ସାର୍ବଜନୀନ ମତପ୍ରକାଶ ପାଇଥିଲା। ପରିଶେଷରେ ସମସ୍ତ ସାମ୍ବାଦିକ ମାନଙ୍କ ସହ କୋମଡ଼ର ବି ଦୀପକ ଅନୀଲଙ୍କ ସମେତ କମାଣ୍ଡିଂ ଅଫିସର ଓ ଲେଫ୍ଟନାଣ୍ଟ ଅଫିସର ମାନେ ମଧ୍ୟାହ୍ନ ଭୋଜନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଲେଫ୍ଟନାଣ୍ଟ ନର୍ମଦା ପନ୍ତ ପରିଚାଳନା କରିଥିବାବେଳେ କମାଣ୍ଡର ସତ୍ୟେନ୍ଦ୍ର ଧଲ, କମାଣ୍ଡର ରୋମେସ୍କ ଦାସ, ଲେଫ୍ଟନାଣ୍ଟ କମାଣ୍ଡର ଭାଗ୍ୟଶ୍ରୀ ପାଣ୍ଡେ, ଲେଫ୍ଟନାଣ୍ଟ ନିବିତା, ଲେଫ୍ଟନାଣ୍ଟ ଜୁହି, ଲେଫ୍ଟନାଣ୍ଟ ତୃପ୍ତି, ଲେଫ୍ଟନାଣ୍ଟ ମନୀଷ ମିଶ୍ର, ଚିଲିକା ଲୋକସମ୍ପର୍କ ପରାମର୍ଶଦାତା ବିନୋଦ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଇଏନଏସ ଚିଲିକା ଭାରତୀୟ ନୌସେନା ସାମ୍ବାଦିକ ବନ୍ଧୁମିଳନ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.