Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତି ପାଳିତ
ଆଞ୍ଚଳିକ

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତି ପାଳିତ

April 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ambedkar
ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତି ପାଳିତ

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ଏବଂ ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ପୌରାହିତ୍ୟରେ 135ତମ ଡ଼. ବାବାସାହେବ ଭୀମ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଅଛି l ଡ଼. ବି ଆର ଆମ୍ବେଦକର ଛାତ୍ର ଜୀବନରୁ କର୍ମଠ, ଉଦୀୟମାନ, ପରୋପକାରୀ ଏବଂ ଭଗବାନ ଙ୍କ ସୃଷ୍ଟିରେ ସବୁ ମଣିଷ ସମାନବୋଲି ଭାବୁଥିଲେ।

ସେ ଦିନକୁ 18ଘଣ୍ଟା ସମୟ ପାଠପଢାରେ ବିନିଯୋଗ କରୁଥିଲେ ଯାହା ଫଳସ୍ୱରୂପ ସେ ଭାରତର ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ଗଢି ଭାରତ ରତ୍ନ ଉପାଧିରେ ଭୂଷିତ ହୋଇ ଅମର ହୋଇଯାଇଛନ୍ତି l ଛାତ୍ର ଛାତ୍ରୀ ମାନେ ଆମ୍ବେଦକ କରଙ୍କ ଜୀବନାଦର୍ଶନକୁ ଆପଣେଇ କଠିନ ପରିଶ୍ରମ କରି ନିଜର ସିଦ୍ଧlନ୍ତ ଠିକ ରଖି ପାରିଲେ ନିଃ ସନ୍ଦେହ ସେମାନେ ଆମ୍ବେଦକରଙ୍କ ଭଳି ଭଲ ମଣିଷ ହୋଇ ନିଜ ପିତା ମାତା ଓ ରାଷ୍ଟ୍ରର ଗୌରବ ଟେକ ରଖିବାକୁ ଆହ୍ୱାନ ଦେଇଥିଲେ।

ସାମ୍ମlନିତ ଅତିଥିଭାବେ ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଆମ୍ବେଦକର ଜଣେ ଦୁରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ। ଭାରତ ଭଳି ବୃହତ ଗଣତାଣ୍ଟ୍ରିକ ରଷ୍ଟ୍ରରେ ତାଙ୍କର ଅନବଦ୍ୟ ସୃଷ୍ଟି ସମ୍ବିଧାନ ରଚନା ତାଙ୍କୁ ଚିର ସ୍ମରଣୀୟ କରି ରଖିବବୋଲି କହି ପ୍ରତ୍ୟକ ବ୍ୟକ୍ତି ଅଧିକାର ପୂର୍ବରୁ କର୍ତବ୍ୟ ପ୍ରତି ସଚେତନ ହେଲେ ଆମର ଜାତୀୟ ଏକତା, ଅଖଣ୍ଡତା,ସହଂତି, ସଂପ୍ରିତି, ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମାନତା ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼. ଗୀତାଂଶୁ ଦାଶ ଯୋଗଦେଇ କହିଲେ ଅସ୍ପୃଶ୍ୟତା ଦୂର କରିବାରେ ଆମ୍ବେଦକର ଯେଭଳି ନିଜ ଜୀବନକୁ ଉତ୍ସର୍ଗ କରି ଯାଇଛନ୍ତି, ସେଥିପାଇଁ ରାଷ୍ଟ୍ର ସବୁଦିନ ପାଇଁ ତାଙ୍କୁ ମନେ ରଖିବ। ଏଣୁ ଛାତ୍ରଛାତ୍ରୀମାନେ ନିଜ ମନରେ ଥିବା ସଂକୀର୍ଣ୍ଣତା ମନୋଭାବ ତ୍ୟାଗ କରି ଆମ୍ବେଦକରଙ୍କ ତ୍ୟାଗ ଆଦର୍ଶରେ ଅନୁପ୍ରାଣୀତ ହେଲେ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହେବବୋଲି ଉଦବୋଧନ ଦେଇଥିଲେ।

ସେହିପରି ଡେପୁଟି କଲେକ୍ଟର, ନ୍ୟାୟିକ ସୃଷ୍ଟି ଅନନ୍ୟା ଶତପଥୀ, ଡେପୁଟି କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର ଶ୍ରୀମତୀ ଟୁଲିଆମା ପ୍ରଧାନ,ଡେପୁଟି କଲେକ୍ଟର, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ,ଶ୍ରୀ ରଞ୍ଜନ କୁମାର ମହାନ୍ତି , ଡେପୁଟି କଲେକ୍ଟର, ପ୍ରତିଷ୍ଠାନ, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଶ୍ରୀ ଦେବବ୍ରତ କର ଜିଲ୍ଲା ପଂଚାୟତ ଅଧିକାରୀ, ଶ୍ରୀ ଶ୍ୟାମଲେନ୍ଦୁ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ଉମାଶଙ୍କର ପ୍ରସାଦ , ଛାତ୍ରୀ ଆଦ୍ୟାଶା ମିଶ୍ର, ଛାତ୍ର ଶିଶିର ମହାରଣା ପ୍ରମୁଖ ଡ.ବି ଆର ଆମ୍ବେଦକରଙ୍କ କାଳଜୟୀ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଓ ସମ୍ମlନିତ ଅତିଥିବୃନ୍ଦ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ ସହ ସଭାକାର୍ଯ୍ୟ ସଞ୍ଚାଳନ ଜିଲ୍ଲା ସୂଚନା ଓ ଲୋକ ସମର୍କ ଅଧିକାରୀ,ଖୋର୍ଦ୍ଧା ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସମ୍ପାଦିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପାଲତୋଟାପଡା, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ,ବି ଯେ ବି ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଗୁରୁଜଙ୍ଗା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲ।

Ambedkar ଆମ୍ବେଦକର ଆମ୍ବେଦକରଙ୍କ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.