Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତି ପାଳିତ
ଆଞ୍ଚଳିକ

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତି ପାଳିତ

April 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ambedkar
ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତି ପାଳିତ

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ଏବଂ ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ପୌରାହିତ୍ୟରେ 135ତମ ଡ଼. ବାବାସାହେବ ଭୀମ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଅଛି l ଡ଼. ବି ଆର ଆମ୍ବେଦକର ଛାତ୍ର ଜୀବନରୁ କର୍ମଠ, ଉଦୀୟମାନ, ପରୋପକାରୀ ଏବଂ ଭଗବାନ ଙ୍କ ସୃଷ୍ଟିରେ ସବୁ ମଣିଷ ସମାନବୋଲି ଭାବୁଥିଲେ।

ସେ ଦିନକୁ 18ଘଣ୍ଟା ସମୟ ପାଠପଢାରେ ବିନିଯୋଗ କରୁଥିଲେ ଯାହା ଫଳସ୍ୱରୂପ ସେ ଭାରତର ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ଗଢି ଭାରତ ରତ୍ନ ଉପାଧିରେ ଭୂଷିତ ହୋଇ ଅମର ହୋଇଯାଇଛନ୍ତି l ଛାତ୍ର ଛାତ୍ରୀ ମାନେ ଆମ୍ବେଦକ କରଙ୍କ ଜୀବନାଦର୍ଶନକୁ ଆପଣେଇ କଠିନ ପରିଶ୍ରମ କରି ନିଜର ସିଦ୍ଧlନ୍ତ ଠିକ ରଖି ପାରିଲେ ନିଃ ସନ୍ଦେହ ସେମାନେ ଆମ୍ବେଦକରଙ୍କ ଭଳି ଭଲ ମଣିଷ ହୋଇ ନିଜ ପିତା ମାତା ଓ ରାଷ୍ଟ୍ରର ଗୌରବ ଟେକ ରଖିବାକୁ ଆହ୍ୱାନ ଦେଇଥିଲେ।

ସାମ୍ମlନିତ ଅତିଥିଭାବେ ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଆମ୍ବେଦକର ଜଣେ ଦୁରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ। ଭାରତ ଭଳି ବୃହତ ଗଣତାଣ୍ଟ୍ରିକ ରଷ୍ଟ୍ରରେ ତାଙ୍କର ଅନବଦ୍ୟ ସୃଷ୍ଟି ସମ୍ବିଧାନ ରଚନା ତାଙ୍କୁ ଚିର ସ୍ମରଣୀୟ କରି ରଖିବବୋଲି କହି ପ୍ରତ୍ୟକ ବ୍ୟକ୍ତି ଅଧିକାର ପୂର୍ବରୁ କର୍ତବ୍ୟ ପ୍ରତି ସଚେତନ ହେଲେ ଆମର ଜାତୀୟ ଏକତା, ଅଖଣ୍ଡତା,ସହଂତି, ସଂପ୍ରିତି, ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମାନତା ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼. ଗୀତାଂଶୁ ଦାଶ ଯୋଗଦେଇ କହିଲେ ଅସ୍ପୃଶ୍ୟତା ଦୂର କରିବାରେ ଆମ୍ବେଦକର ଯେଭଳି ନିଜ ଜୀବନକୁ ଉତ୍ସର୍ଗ କରି ଯାଇଛନ୍ତି, ସେଥିପାଇଁ ରାଷ୍ଟ୍ର ସବୁଦିନ ପାଇଁ ତାଙ୍କୁ ମନେ ରଖିବ। ଏଣୁ ଛାତ୍ରଛାତ୍ରୀମାନେ ନିଜ ମନରେ ଥିବା ସଂକୀର୍ଣ୍ଣତା ମନୋଭାବ ତ୍ୟାଗ କରି ଆମ୍ବେଦକରଙ୍କ ତ୍ୟାଗ ଆଦର୍ଶରେ ଅନୁପ୍ରାଣୀତ ହେଲେ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହେବବୋଲି ଉଦବୋଧନ ଦେଇଥିଲେ।

ସେହିପରି ଡେପୁଟି କଲେକ୍ଟର, ନ୍ୟାୟିକ ସୃଷ୍ଟି ଅନନ୍ୟା ଶତପଥୀ, ଡେପୁଟି କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର ଶ୍ରୀମତୀ ଟୁଲିଆମା ପ୍ରଧାନ,ଡେପୁଟି କଲେକ୍ଟର, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ,ଶ୍ରୀ ରଞ୍ଜନ କୁମାର ମହାନ୍ତି , ଡେପୁଟି କଲେକ୍ଟର, ପ୍ରତିଷ୍ଠାନ, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଶ୍ରୀ ଦେବବ୍ରତ କର ଜିଲ୍ଲା ପଂଚାୟତ ଅଧିକାରୀ, ଶ୍ରୀ ଶ୍ୟାମଲେନ୍ଦୁ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ଉମାଶଙ୍କର ପ୍ରସାଦ , ଛାତ୍ରୀ ଆଦ୍ୟାଶା ମିଶ୍ର, ଛାତ୍ର ଶିଶିର ମହାରଣା ପ୍ରମୁଖ ଡ.ବି ଆର ଆମ୍ବେଦକରଙ୍କ କାଳଜୟୀ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଓ ସମ୍ମlନିତ ଅତିଥିବୃନ୍ଦ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ ସହ ସଭାକାର୍ଯ୍ୟ ସଞ୍ଚାଳନ ଜିଲ୍ଲା ସୂଚନା ଓ ଲୋକ ସମର୍କ ଅଧିକାରୀ,ଖୋର୍ଦ୍ଧା ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସମ୍ପାଦିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପାଲତୋଟାପଡା, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ,ବି ଯେ ବି ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଗୁରୁଜଙ୍ଗା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲ।

Ambedkar ଆମ୍ବେଦକର ଆମ୍ବେଦକରଙ୍କ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

August 2, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ଉତ୍ସବ

July 31, 2025

ପିଏମ୍.ଶ୍ରୀ. ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

July 29, 2025

ବାଣପୁର ଶିଶୁ ମନ୍ଦିରରେ ଆଇନ ସଚେତନତା କାର୍ଯ୍ୟକ୍ରମ

July 29, 2025
Latest News

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.