Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମପୁରରେ ହଇଜା ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର
ଆଞ୍ଚଳିକ

ବ୍ରହ୍ମପୁରରେ ହଇଜା ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହଇଜା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।  ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷା ଦିନେ ପାଣି ଦୂଷିତ ହୋଇଯାଇଛି, ଏଥିରେ ଜୀବାଣୁ, ଭୂତାଣୁ ରହିଛନ୍ତି।ବାହାର ଜଳ ଖାଦ୍ୟ ଆଦି ଆଦୌ ନିଅନ୍ତୁ ନାହିଁ। ଦୂଷିତ ଜଳ, ଖାଦ୍ୟ ସେବନ କଲେ ଭାଇବ୍ରୋ କୋଲାଇ ସଂକ୍ରମଣ ହୋଇ ପେଟମୋଡ଼ା ସହ ପତଳା ଝାଡ଼ା, ବାନ୍ତି, ଜଳୀୟ ଅଂଶ କମରୁ ଦୁର୍ବଳ, ହାତ ଗୋଡ଼ କ୍ରାମ୍ପ ହେବା ସହ ରକ୍ତଚାପ କମେ। ମୁଥା. ପିତା ପାପଡା, ବେଣାଚେର, ଚନ୍ଦନ, କୁରୁବେଲି, ଶୁଣ୍ଠି ଛ ଗୁଣ ପାଣିରେ ସିଝାଇ ବାରମ୍ବାର ପିଆନ୍ତୁ କିମ୍ବା ଫୁଟା ପାଣିରେ ଲୁଣ, ଗୁଡ଼, ଅଳ୍ପ ଲେମ୍ବୁ ମିଶାଇ ପିଆନ୍ତୁ, ପଇଡ଼ ପିଆନ୍ତୁ। ଜାଇଫଳ ଓ କୁଟଜ ଛାଲି ଘୋରି ବାରମ୍ବାର ଦିଅନ୍ତୁ। ବାର୍ଲି, ପାଳୁ, କଅଁଳ ଭାତ, ଡାଳିମ୍ବ ରସ ଖାଇବାକୁ ଦିଅନ୍ତୁ ବା ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ନାଡୀ, ରକ୍ତଚାପ, ରକ୍ତ ଶର୍କରା ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ।

ବ୍ରହ୍ମପୁର ଭରଦ୍ବାଜ ପ୍ରତିଷ୍ଠାନ ମାଗଣା ସ୍ଵାସ୍ଥ୍ୟ ଶିବିର ସଚେତନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ବସ୍ ସ୍କୁଟି ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Latest News

ଡିଏଭି ପୋଖରୀପୁଟରେ ବ୍ୟାସକବିଙ୍କ ଜୟନ୍ତୀ ପାଳିତ

January 14, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

January 14, 2026

ଜୀ ସାର୍ଥକରେ ୫୦୦ ଏପିସୋଡ ଅତିକ୍ରମ କଲା ଲୋକପ୍ରିୟ ଧାରାବାହିକ ‘ତୁମ ବିନା’

January 14, 2026

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.