ପଟିଆ: ମାନବିକ ସେବା ଓ ସମାଜପ୍ରତି ଦାୟିତ୍ୱବୋଧର ଉଦ୍ଦେଶ୍ୟରେ ଉତ୍ତର ମୂଖୀ ଫାଉଣ୍ଡେସନ-ର ସମାଜସେବୀମାନେ ପଟିଆ ଅଞ୍ଚଳର ଏକ ଅନାଥ ଆଶ୍ରମକୁ ପରିଦର୍ଶନ କରି ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ।
ଏହି ସଦଭାବନାମୟ କାର୍ଯ୍ୟକ୍ରମରେ ଅମ୍ବିତ କୁମାର ଜେନା ଓ ବିକାଶ ଭୋଇଙ୍କ ନେତୃତ୍ୱରେ ଦଳ ସଦସ୍ୟମାନେ ଶିଶୁମାନଙ୍କୁ ଖାଦ୍ୟସାମଗ୍ରୀ, ଶିକ୍ଷାସାମଗ୍ରୀ ଓ ଦୈନନ୍ଦିନ ପ୍ରୟୋଜନୀୟ ଉପକରଣ ପ୍ରଦାନ କରିଛନ୍ତି।
ଶିଶୁମାନଙ୍କ ସହିତ ସଦସ୍ୟମାନେ ସଂଗୀତ, ଖେଳ ଓ ଆଲୋଚନାରେ ଅଂଶଗ୍ରହଣ କରି ଦିନଟିକୁ ସୁନ୍ଦରମୟ କରିଥିଲେ।
ଅମ୍ବିତ କୁମାର ଜେନା କହିଛନ୍ତି, “ସମାଜର ଏହି ପିଲାମାନେ ଆମର ପ୍ରେରଣା। ସେମାନଙ୍କ ମୁହଁରେ ହସ ଆଣିପାରିବା ଆମ ପାଇଁ ସବୁଠାରୁ ବଡ଼ ଉପଲବ୍ଧି।”
ଅନାଥ ଆଶ୍ରମ ପକ୍ଷରୁ ଫାଉଣ୍ଡେସନ ସଦସ୍ୟମାନଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି ଏବଂ ଏପରି ମାନବିକ ପଦକ୍ଷେପ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ସକାରାତ୍ମକ ପ୍ରଭାବ ପକାୟ ମନ୍ତବ୍ୟ କରାଯାଇଛି।
ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଉଦ୍ୟମକୁ ସ୍ୱାଗତ କରିଥିବା ସହିତ ସମାଜସେବାରେ ଅନ୍ୟମାନେ ମଧ୍ୟ ପ୍ରେରିତ ହେବାକୁ କହିଛନ୍ତି।


