ବାଣପୁର: ଖୋରଧା ଜିଲ୍ଲା ବାଣପୁରର ଅଗ୍ରଣୀ ସେବାନୁଷ୍ଠାନ ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସେବାସଂଘର ସଂପାଦିକା ସରୋଜିନୀ ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସମାରୋହରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି, ‘ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ, ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ସୁର ପ୍ରତାପନରେନ୍ଦ୍ରସିଂ ବର୍ମା, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ଅଧ୍ୟାପକ ମନୋଜ ମହାପାତ୍ର, କୋଷାଧ୍ୟକ୍ଷ ଓମ ପ୍ରକାଶ ଅଗ୍ରୱାଲ ଏବଂ ନାଟ୍ୟକାର ଭିକାରୀଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଶ୍ରମର ଅନ୍ତେବାସୀ ଛାତ୍ର ଛାତ୍ରୀମାନଙ୍କୁ ଆମ ଦେଶ ଭାରତବର୍ଷର ପବିତ୍ର ସମ୍ବିଧାନ କିପରି ଭିନ୍ନ ଭିନ୍ନ ଜାତି, ଧର୍ମ, ଭାଷା, ଐତିହ୍ୟ, ସଂସ୍କୃତିର ନାଗରିକଙ୍କୁ ୭୫ ବର୍ଷଧରି ଏକତା ସୂତ୍ରରେ ବାନ୍ଧି ରଖି ଶୃଙ୍ଖଳିତ ଭାବରେ ମୌଳିକ ଅଧିକାର ପ୍ରଦାନ ସହିତ ମୌଳିକ କର୍ତ୍ତବ୍ୟ ସଂପର୍କରେ ଉଲ୍ଲେଖ କରି ସମଗ୍ର ବିଶ୍ୱର ଶ୍ରେଷ୍ଠ ସମ୍ବିଧାନ ଭାବରେ ମାନ୍ୟତା ଲାଭ କରିଛି ତାହା ବର୍ଣ୍ଣନା କରି ଏହାର ପ୍ରଣେତା ଡ଼. ବାବାସାହେବ ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦସହିତ ପ୍ରଣୟନ ସଭାର ସମସ୍ତ ମହାମନିଷିଙ୍କ ପ୍ରତିଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେବା ସଂଘର ଅନ୍ତେବାସୀ ଦୃଷ୍ଟିହୀନ, ମୁକ,ବଧିର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ ସଂପର୍କରେ ଏକ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗୀତା ର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ବିରେନ୍ଦ୍ର କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ପ୍ରଶିକ୍ଷକ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


